ସ୍ୱାସ୍ଥ୍ୟ

ଆଧୁନିକ ଜୀବନଶୈଳୀ ଓ ଖାଦ୍ୟପଦାର୍ଥ କ୍ୟାନ୍ସର ବୃଦ୍ଧିର ମୁଖ୍ୟ କାରଣ : ରିସର୍ଚ୍ଚ

ଆମର ଜୀବନଚର୍ଯ୍ୟା ଆମ ଶରୀର ଉପରେ ଅନେକ ମାତ୍ରାରେ ପ୍ରଭାବ ପକାଇଥାଏ l ଯାହାକି ପୂର୍ବ ସମୟ ଅପେକ୍ଷା ବର୍ତମାନ ଅଧିକ ଦେଖିବାକୁ ମିଳୁଛି l କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ କି ଆଜିର ଜୀବନଶୈଳୀ କୁ ଏଭଳି ଆପଣେଇ ନେଇଛନ୍ତି ଯେ ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ସମ୍ପୂର୍ଣ କ୍ଷତିଗ୍ରସ୍ତ କରିଦେଉଛି l ଏବଂ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡିତ କରାଉଛି l ଏହି ମାରାତ୍ମକ ବ୍ୟାଧିର ଗୋଟିଏ ବଡ଼ କାରଣ ହେଉଛି ଆଜିର ଖାଦ୍ୟପେୟ l ତେଣୁ ଏଥିପାଇଁ କିଛିଟା ଖାଦ୍ୟ କୁ ଆମ ଦୈନନ୍ଦିନ ଜୀବନ ରୁ ନିହାତି ଦୂରେଇବା ଜରୁରୀ l ଯେପରିକି ପ୍ରୋସେସଡ଼ ଫୁଡ, କୋଲ୍ଡ଼ ଡ୍ରିଂକ୍ସ ମଦ୍ୟପାନ ଇତ୍ୟାଦି l

ଖାଦ୍ୟ ପେୟ ରେ ସୁଧାର ନିହାତି ଜରୁରୀ –

ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ରେଡ ମିଟ, ମଦ ରେ ଅତ୍ୟଧିକ ମାତ୍ରାରେ କେମିକାଲ ମିଳୁଛି l ଅତ୍ୟଧିକ ଚିନି ଓ ଫ୍ୟାଟ ଖାଇବା ଦ୍ୱାରା ଅନ୍ତ, ବ୍ରେଷ୍ଟ ଓ ଲିଭର କ୍ୟାନ୍ସର ର ବିପଦକୁ ଅଧିକ ବୃଦ୍ଧି କରିଥାଏ l ଏହିସବୁ ଜିନିଷ କୁ କର୍ଷିନୋଜେନ ର କାଟାଗୋରି ରେ ରଖାଯାଇ ଥାଏ l ଯାହାକି କ୍ୟାନ୍ସର ଭଳି ଗମ୍ଭୀର ରୋଗର ବିପଦ ର କାରଣ ହୋଇଥାଏ l ଡେ଼ଲିମେଲ ର ଗୋଟିଏ ରିପୋର୍ଟ ଅନୁସାରେ କ୍ୟାନ୍ସର ବୃଦ୍ଧି କରୁଥିବା ପଦାର୍ଥ ଗୁଡିକୁ ନିଜ ଜୀବନ ରୁ ଦୁରେଇ ରଖିବା ନିହାତି ଆବଶ୍ୟକ l ଯେପରିକି ପ୍ରୋସେସଡ଼ ମିଟ, ଆଲକୋହଲ, ରେଡ ମିଟ, ସୁଗାରୀ ଓ ଫ୍ରାଏଡ ଫୁଦସ ନିଜ ନିକଟରୁ ତୁରନ୍ତ ଦୁରେଇ ଦିଅନ୍ତୁ l

WHO ର ଚେତାବନୀ –

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ଗୋଟିଏ ଆକଳନ ଅନୁସାରେ ୨୦୨୦ ରେ କ୍ୟାନ୍ସର କାରଣରୁ ସାରା ବିଶ୍ୱରେ ୧କୋଟି ରୁ ଉର୍ଧ୍ଵ ଲୋକଙ୍କର ମୃତ୍ୟୁ ହୋଇଛି, କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ କଥାଟି ହେଲା କ୍ୟାନ୍ସର ଭଳି ଗମ୍ଭୀର ରୋଗ ନିକଟରୁ ନିଜକୁ ରକ୍ଷା କରିହେବ କିନ୍ତୁ ଆପଣଙ୍କୁ ନିଜ ଖାଦ୍ୟପେୟ ଶୈଳୀ କୁ ପରିବର୍ତନ କରିବାକୁ ପଡିବ l

ଏହି ୪ଟି ଜିନିଷ ନିହାତି ତ୍ୟାଗ କରନ୍ତୁ –

– ପ୍ରୋସେସଡ଼ ମିଟ – ଗବେଷଣା କହୁଛି ଯେ ବର୍ତମାନ ସ୍ଥିତିରେ ପ୍ରୋସେସଡ଼ ମିଟ ଠାରୁ ଦୂରତା ରଖିବା ଜରୁରୀ l ଏହାଛଡା ସସେଜ, ବେକନ, ହଟ ଡଗ ଭଳି ଖାଦ୍ୟକୁ ନିଜ ଠାରୁ ଦୁରେଇ ରଖନ୍ତୁ l ଏହିସବୁ ଖାଦ୍ୟ ଦ୍ୱାରା କ୍ୟାନ୍ସର ର ବିପଦ ଅଧିକ ବଢ଼ିଯାଇ ଥାଏ l ଏହିସବୁ ଖାଦ୍ୟ କୁ ଦୀର୍ଘଦିନ ରଖିବା ପାଇଁ ଏଥିରେ ନାଇଟ୍ରେଟ ର ବ୍ୟବହାର ହୋଇଥାଏ l ଯାହାଦ୍ୱାରା ଏହା ଅଧିକ ଦିନ ପର୍ଯ୍ୟନ୍ତ ରହି ପାରିବ l

– ଆଲକୋହଲ – ମଦ୍ୟପାନ କାରଣରୁ କ୍ୟାନ୍ସର ର ବିପଦ ଖୁବ ଅଧିକ ବଢ଼ିଯାଇ ଥାଏ l ଅତ୍ୟଧିକ ମଦ୍ୟପାନ କାରଣରୁ ଗଳା, ବ୍ରେଷ୍ଟ , ଲିଭର ଓ ବାଉଲ କ୍ୟାନ୍ସର ର ବିପଦ ବଢ଼ିଯାଇ ଥାଏ l ଏହା ଲିଭର ଓ କିଡ୍ନୀ କୁ ନଷ୍ଟ କରିଥାଏ l

– ଜଙ୍କ ଫୁଡ – ଜଙ୍କ ଫୁଡ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ l ଅତ୍ୟଧିକ ମିଠା ଓ ଚିନି ଖାଇବା ଉଚିତ ନୁହେଁ l ଏହା କ୍ୟାନ୍ସର ର ବିପଦ କୁ ବଢ଼ାଇ ଦେଇଥାଏ l ଯେପରିକି ଅଧିକ ବେକରୀ ଖାଦ୍ୟ ପଦାର୍ଥ, ସଫ୍ଟ ଡ୍ରିଂକ୍ସ, ପିଜା ବର୍ଗର ଇତ୍ୟାଦି ପୋଷାକ ବିହୀନ ଖାଦ୍ୟ ପଦାର୍ଥ ଅଟେ l ଏହିସବୁ ଖାଦ୍ୟ ରେ ସାଚୁରେଟେଡ଼ ଫ୍ୟାଟ ଅଧିକ ରହିଥାଏ l ଏବଂ ଲୁଣ ଓ ମିଠା ଅଧିକ ରହିଥାଏ l ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଓ କ୍ୟାନ୍ସର ର କାରଣ ଅଟେ l

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button