ଦେଶ ବିଦେଶ

ଚତୁର୍ଥୀ ରାତି ରେ କ୍ଷୀର ପିଇବାକୁ କାହିଁକି ଦିଆଯାଏ? ଏହାର କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ହିନ୍ଦୁ ଧର୍ମ ହେଉଛି ବିଶ୍ୱର ପ୍ରାଚୀନତମ ଧର୍ମ । ହିନ୍ଦୁ ଧର୍ମରେ ଅନେକ ପରଂପରା ରହିଛି, ଯାହା କେଉଁ ଅନାଦି ଅନନ୍ତ କାଳରୁ ପ୍ରଚଳିତ ହୋଇ ଆସୁଛି । ହିନ୍ଦୁ ବିବାହ ପରଂପରା ମଧ୍ୟ ବେଶ୍ ପ୍ରାଚୀନ । ବିବାହ ସମୟରେ ଓ ପରେ ଅନେକ କଥା ଆଜି ବି ପ୍ରଚଳିତ । ଏଥି ମଧ୍ୟରୁ ଗୋଟିଏ ହେଲା ଚତୁର୍ଥୀ ରାତିରେ ଏକ ଗ୍ଲାସ୍ କ୍ଷୀର ନବବିବାହିତ ଦଂପତିଙ୍କୁ ଦିଆଯାଇଥାଏ । ଏହାକୁ ବର ଏବଂ ବଧୁଙ୍କର ମିଳନର ପ୍ରଥମ ରାତି। ଏହାକୁ ଅନେକ ଦିନରୁ ଉଭୟେ ଚାହିଁ ରହିଥାନ୍ତି।

ଚତୁର୍ଥୀ ରାତି ରେ କ୍ଷୀର ପିଇବାକୁ କାହିଁକି ଦିଆଯାଏ? ଏହାର କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଚତୁର୍ଥୀ ରାତି ବା ସୁହାଗ ରାତିରେ କ୍ଷୀର ପ୍ରଦାନ ପଛରେ ବି ବୈଜ୍ଞାନିକ କାରଣ ରହିଛି । ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ହେଉଛି ଦୁଇଟି ଆତ୍ମାର ମିଳନ । ଏହି ରାତିରେ ଦୁଇଟି ଶରୀର ଏକ ହୋଇ ଥାଆନ୍ତି । ଏହି ରାତିରେ କ୍ଷୀରରେ ଗୋଲମରିଚ ମିଶାଇ ପିଇବାକୁ ଦିଆଯିବା ପଛରେ କାରଣ ହେଲା ଯେ ବର କନ୍ୟାଙ୍କ ଶରୀରରେ ସ୍ଫୂର୍ତ୍ତି ଓ ଶକ୍ତି ଆସିଥାଏ, ଯାହା ଦ୍ୱାରା ସେମାନେ ପ୍ରଥମ ରାତିକୁ ଭଲ ଭାବେ ଉପଭୋଗ କରିପାରିବେ । କାମସୂତ୍ର ରେ ଏହା ମଧ୍ୟ କୁହାଯାଇଛି ଯେ କ୍ଷୀରରେ ମହୁ ଓ ଚିନି ମିଶାଇଲେ ମଧ୍ୟ ସମାନ ଉପକାର ମିଳିଥାଏ ।ଚତୁର୍ଥୀ ରାତି ରେ କ୍ଷୀର ପିଇବାକୁ କାହିଁକି ଦିଆଯାଏ? ଏହାର କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଚତୁର୍ଥୀ ରାତିରେ ସାଧାରଣତଃ ବର କନ୍ୟାଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପିତ ହୋଇଥାଏ । ଉତ୍ତମ ସଂପର୍କପାଇଁ ସେମାନଙ୍କ ଶରୀରରେ ଅଧିକ ପ୍ରୋଟିନର ଆବଶ୍ୟକତା ପଡ଼ିଥାଏ , ଯାହା ସେମାନଙ୍କୁ କ୍ଷୀର ଯୋଗାଇଥାଏ । କେତେକ ସ୍ଥାନରେ ଏହି ରାତିରେ ବର-କନ୍ୟାଙ୍କୁ କପେ କ୍ଷୀର ଓ ଏକ ପ୍ଲେଟ୍ ଆଲମଣ୍ଡ୍ ଦେବାର ବ୍ୟବସ୍ଥା ରଖାଯାଇଛି ।

ଚତୁର୍ଥୀ ରାତି ରେ କ୍ଷୀର ପିଇବାକୁ କାହିଁକି ଦିଆଯାଏ? ଏହାର କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଆୟୁର୍ବେଦ ଅନୁଯାୟୀ କ୍ଷୀର ହେଉଛି ଶୁକ୍ରକାରକ । ଏହା ଶୁକ୍ର ଧାତୁକୁ ଅଧିକ ଶକ୍ତିଶାଳୀ କରିଥାଏ । କ୍ଷୀର ହେଉଛି ଶୀତଳ ସ୍ୱଭାବର । ଏହା ଶରୀରକୁ ଥଣ୍ଡା ରଖେ । ଆୟୁର୍ବେଦରେ ରଖାଯାଇଥିବା ଆଠ ପ୍ରକାରର କ୍ଷୀର ମଧ୍ୟରୁ ଗାଈ କ୍ଷୀର ସବୁଠୁ ଉତ୍ତମ । କ୍ଷୀର ସ୍ମରଣ ଶକ୍ତି ବୃଦ୍ଧି କରିଥାଏ ଓ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ ।

ଚତୁର୍ଥୀ ରାତି ରେ କ୍ଷୀର ପିଇବାକୁ କାହିଁକି ଦିଆଯାଏ? ଏହାର କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଏହା ଶୀଘ୍ରାତିଶୀଘ୍ର ହଜମ ହୋଇଥାଏ । ଆୟୁର୍ବେଦ ଅନୁଯାୟୀ କ୍ଷୀର ପାନ କଲେ ଆପଣ ଭଲ ଶାରୀରିକ ସଂପର୍କ ରକ୍ଷା କରି ପାରିବେ । ଏଥିରେ କେଶର, ଶିଳଜିତ ଆଦି ମିଶାଇ ପିଇଲେ, ତାହା ଅଧିକ ଲାଭ ପ୍ରଦାନ କରିଥାଏ । ନିୟମିତ ଭାବେ ଏଭଳି କ୍ଷୀର ପିଇଲେ ଆପଣ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଆପଣଙ୍କର ସ୍ପର୍ମ କାଉଣ୍ଟ୍ ମଧ୍ୟ ବଢିଯାଏ ।ଚତୁର୍ଥୀ ରାତିରେ କ୍ଷୀର ପିଇଲେ ଶରୀର କ୍ଲାନ୍ତ ହୁଏ ନାହିଁ ସହଜ ରେ । ସାରା ରାତିକୁ ବର-କନ୍ୟା ଉପଭୋଗ କରିବା ପାଇଁ ଏହାର ଆବଶ୍ୟକତା ପଡିଥାଏ ବୋଲି ମଧ୍ୟ କୁହାଯାଏ । ଏଣୁ ଯେଉଁମାନ ଭାବୁଥିବେ ଯେ ଚତୁର୍ଥୀ ରାତିରେ କ୍ଷୀର ପିଇବା ଏକ ଅନାବଶ୍ୟକ ପରଂପରା ,ସେମାନେ ଭୁଲ କରୁଛନ୍ତି ବୋଲି କୁହାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button