ଜୀବନଶୈଳୀ

କେଉଁ ଲାଫିଙ୍ଗ ବୁଦ୍ଧ ଘରେ କିମ୍ବା ଅଫିସରେ କେଉଁଠି ଓ କିପରି ରଖିଲେ ମିଳିଥାଏ ଲାଭ , ଆସନ୍ତୁ ଜାଣିବା

ଦର୍ଶକ ବନ୍ଧୁ ଫିଙ୍ଗସୁଇ ବାସ୍ତୁ ଅନୁସାରେ କଇଁଛ ଆକ୍ୱାରୀୟମର ଯେତିକି ମହତ୍ୱ ରହିଛି, ଏହାଠାରୁ ଅନେକ ଗୁଣରେ ଲାଫିଂ ବୁଦ୍ଧର ମହତ୍ୱ ରହିଛି। ଆପଣମାନେ ବଜାରରେ ଅନେକ ପ୍ରକାରର ଲାଫିଙ୍ଗ ବୁଦ୍ଧ ଦେଖି ଥିବେ। ଯେଉଁଥିରେ ବୁଧ ହାତରେ ମିଠା ଥିବ ତ ଆଉ କେଉଁଥିରେ ଥଳି ଥିବ। କେଉଁଥିରେ ଲାଫିଂ ବୁଦ୍ଧ ଯୋଗ କରୁଥିବେ ତ ଆଉ କୋଉଠି ବସିଥିବେ। ଆପଣଙ୍କ ପାଇଁ କେଉଁ ବୁଧ ଲାଭଦାୟକ ଅଟେ, ଘରେ ବା ଅଫିସରେ କେଉଁଠାରେ ରଖିବେ ବା କେଉଁଠାରେ ରଖିବେ ନାହିଁ ଏହି ଚିନ୍ତାରେ ଥିବେ। ଆପଣଙ୍କର ସମସ୍ତ ପ୍ରକାରର ଚିନ୍ତା ଦୂର କରିବା ପାଇ। ଆଲୋଚନା କରିବା। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କେଉଁ କେଉଁ ଲାଫିଂ ବୁଦ୍ଧ ରଖିଲେ କଣ ହୋଇଥାଏ।

ପ୍ରଥମେ ହେଉଛି ଲାଫିଂ ବୁଦ୍ଧ ବସିଛନ୍ତି ଏବଂ ତାଙ୍କ ହାତରେ ମୋତିର ହାର ଧରିଛନ୍ତି । ଏହିଭଳି ଲାଫିଂ ବୁଦ୍ଧଙ୍କୁ ଘରର ମୁଖ୍ୟ ଦ୍ଵାରରେ ତିନି ଫୁଟ ଉଚ୍ଚତାରେ ରଖନ୍ତୁ। ମନେ ରଖନ୍ତୁ ଏହି ଲାଫିଂ ବୁଦ୍ଧର ମୂଖ ବାହାରକୁ ରହିବ ଏବଂ ବାହାରୁ କୌଣସି ବ୍ୟକ୍ତି ଘରକୁ ପ୍ରବେଶ କରିବା ସମୟରେ ତାଙ୍କର ନଜର ସର୍ବପ୍ରଥମେ ଲାଫିଂ ବୁଦ୍ଧ ଉପରେ ପଡୁଥିବ। ଏହିପରି ଲାଫିଂ ବୁଦ୍ଧ ଘରେ ଧନ ସମ୍ପତ୍ତି ବୃଦ୍ଧି କରିବା ସହିତ ସକାରାତ୍ମକ ପ୍ରଭାବ ବୃଦ୍ଧି କରିଥାଏ।

ଦ୍ଵିତୀୟ ହେଉଛି ଥଳୀ ଧରିଥିବା ଲାଫିଂ ବୁଦ୍ଧ। ଏପରି ଲାଫିଂ ବୁଦ୍ଧ ଦୋକାନ ବ୍ୟବସାୟ, ଅଫିସ ପାଇଁ ଉପକାରୀ ଅଟେ। ଏହାକୁ ମୁଖ୍ୟ ଫାଟକ ପାଖରେ ରଖିବେ। ଏହାର ଫାଇଦା ମିଳିଥାଏ କି ଆପଣଙ୍କ ରୋଜଗାରରେ ବୃଦ୍ଧି ହୋଇଥାଏ। ଦୋକାନ ବ୍ୟବସାୟ ରେ ବୃଦ୍ଧି ହୋଇଥାଏ। କାରଣ ଲାଫିଂ ବୁଦ୍ଧ ଧନକୁ ଚୁମ୍ବକ ପରି ଆକର୍ଷିତ କରିଥାଏ। ଧ୍ୟାନ ରଖିବେ ଲାଫିଂ ବୁଦ୍ଧ ଧରିଥିବା ଥଳୀ ଯେପରି ଖାଲି ନଥାଏ, ପୂର୍ଣ୍ଣ ହୋଇ ରହିଥିବ।

Google

ତୃତୀୟ ହେଉଛି ତମ୍ବାରେ ତିଆରି ଲାଫିଂ ବୁଦ୍ଧ। ପ୍ରାୟତଃ ଲାଫିଂ ବୁଦ୍ଧ ମାଟିରେ ତିଆରି ହୋଇଥାଏ। ଯେଉଁମାନେ କୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ କୌଣସି ନିଷ୍ପତ୍ତି ସଠିକ ଭାବରେ ନେଇ ପାରନ୍ତି ନାହିଁ ବା ତାଙ୍କର ସଠିକ ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ହେବା ପାଇଁ ଘରେ ବା ଅଫିସରେ ତମ୍ବା ବା କୌଣସି ଧାତୁରେ ତିଆରି ଲାଫିଂ ବୁଦ୍ଧ ରଖନ୍ତୁ। ଏହାଦ୍ବାରା ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ପାଇଥାଏ। ଧ୍ୟାନ ରଖନ୍ତୁ ଏହି ଲାଫିଂ ବୁଦ୍ଧ ଉପରେ କୌଣସି ଧୁଲିବାଲି ଜମିବାକୁ ଦେବେ ନାହିଁ। ଏହାସହିତ ଏହାକୁ ସର୍ବଦା ଉଚ୍ଚ ସ୍ଥାନରେ ରଖିବାକୁ ପ୍ରୟାସ କରନ୍ତୁ।

ଚତୁର୍ଥ ହେଉଛି ଧ୍ୟାନ ମୁଦ୍ରାରେ ବସିଥିବା ଲାଫିଂ ବୁଦ୍ଧ। ଯଦି ଘରେ ସର୍ବଦା କଳହ, ଅଶାନ୍ତି ଲାଗି ରହିଥାଏ। ଚିନ୍ତା ବା ବ୍ୟସ୍ତତା ମଧ୍ୟରେ ଅତିବାହିତ କରୁଥାନ୍ତି ତାହେଲେ ଆପଣଙ୍କ ଘରେ ଧ୍ୟାନ କରୁଥିବା ଲାଫିଂ ବୁଦ୍ଧ ରଖନ୍ତୁ। ଏହାଦ୍ବାରା ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିଥାଏ।

ପଞ୍ଚମ ହେଉଛି ହାତରେ ପୁଟୁଳି ଧରି ଥିବା ଓ ଟେନିସ ଉପରେ ପିଲାମାନେ ଖେଳୁ ଥିବେ, ଏହିଭଳି ଲାଫିଂ ବୁଦ୍ଧଙ୍କୁ ନିଜର ଶୟନ କକ୍ଷରେ ରଖିଲେ ଯେଉଁମାନଙ୍କର ସନ୍ତାନ ହେଉ ନଥାଏ, ସେମାନଙ୍କର ସନ୍ତାନ ହେବାର କ୍ଷମତା ବଢ଼ିଥାଏ। ସନ୍ତାନ କାମନା ରଖୁଥିବା ଲୋକେ ଏହି ବୁଦ୍ଧକୁ ରଖନ୍ତୁ, ଏହା ଅତ୍ୟନ୍ତ ଲାଭଦାୟକ ଅଟେ।

ପଞ୍ଚମ ହେଉଛି ଡଙ୍ଗା ଉପରେ ବସିଥିବା ଲାଫିଂ ବୁଦ୍ଧ। ଯେଉଁ ଲାଫିଂ ବୁଦ୍ଧ ଡଙ୍ଗା ଉପରେ ବସି ହାତରେ ସ୍ଵର୍ଣ୍ଣ ମାଳା ଧରିଥିବେ, ଏହି ଲାଫିଂ ବୁଦ୍ଧ ଙ୍କୁ ନିଜ ଅଫିସ ଟେବୁଲ ଉପରେ ନିଶ୍ଚିତ ରଖନ୍ତୁ ଏହାଦ୍ବାରା ଧନ ଓ ବୈଭବର ଅଭାବ ହୋଇ ନଥାଏ।

Google

ଷଷ୍ଠ ହେଉଛି ହାତରେ ଫଳ ଧରିଥିବା ଲାଫିଂ ବୁଦ୍ଧ। ଘରେ ଯଦି କୌଣସି ବ୍ୟକ୍ତି ବେମାର ପଡିଛନ୍ତି। ତାଙ୍କର ରୋଗ ଜଣା ପଡୁ ନାହିଁ। ଏହି ସମୟରେ ଏହିପରି ଲାଫିଂ ବୁଦ୍ଧଙ୍କୁ ସେହି ବ୍ୟକ୍ତିର ତକିଆ ପାଖରେ ରଖିଲେ ତାଙ୍କର ରୋଗ ଜଣା ପଡି ଯାଇଥାଏ। ସେ ଖୁବ୍ ଶୀଘ୍ର ଠିକ୍ ହୋଇ ଯାଆନ୍ତି।

ସପ୍ତମ ହେଉଛି ଡ୍ରାଗନ ଉପରେ ବସିଥିବା ବୁଦ୍ଧ। ଘରେ ରହିଥିବା ନଜର ଦୋଷରୁ ରକ୍ଷା ମିଳିଥାଏ। ଯଦି ଆପଣ ଭାବୁଛନ୍ତି ଆପଣଙ୍କ ଅଫିସ, ଦୋକାନ, ଘରେ ନର ଇତ୍ୟାଦି ଲାଗିଛି ତାହେଲେ ଏହିପରି ଲାଫିଂ ବୁଦ୍ଧ ଆଣି ଘରେ ଅବଶ୍ୟ ରଖନ୍ତୁ। ତେବେ ଦର୍ଶକ ବନ୍ଧୁ ଏହିପରି ଲାଫିଂ ବୁଦ୍ଧ ଅଲଗା ଅଲଗା ଫଳ ପ୍ରଦାନ କରିଥାନ୍ତି। ଧ୍ୟାନ ରଖନ୍ତୁ କୌଣସି ପ୍ରକାରର ଲାଫିଂ ବୁଦ୍ଧ କୁ ତଳେ ରଖିବେ ନାହିଁ। ରୋଷେଇ ଘରେ, ବାଥରୁମରେ ରଖନ୍ତୁ ନାହିଁ, ଏହା ଅତ୍ୟନ୍ତ ନକାରାତ୍ମକ ପ୍ରଭାବ ପକାଇ ଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button