ଦେଶ ବିଦେଶ

ସେନା ବିରୋଧୀ ଟ୍ବିଟ୍ ପାଇଁ ଶେହଲା ରସିଦଙ୍କ ବିରୋଧରେ ଚାଲିବ ମକଦ୍ଦମା, ଦିଲ୍ଲୀ ଉପରାଜ୍ୟପାଳ ଦେଲେ ଅନୁମତି

ନୂଆଦିଲ୍ଲୀ: ସେନା ବିରୋଧୀ ଟ୍ବିଟ୍ ପାଇଁ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ପୂର୍ବତନ ଉପସଭାପତି ଶେହଲା ରସିଦଙ୍କ ବିରୋଧରେ ମକଦ୍ଦମା ଚଲାଇବାକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଅନୁମତି ଦେଇଛନ୍ତି।

ଶେହଲା ରସିଦ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ତିକ୍ତତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେନା ବିରୋଧରେ ଟ୍ୱିଟ୍ କରିଥିବା ଅଭିଯୋଗ ହୋଇଛି ।

ଓକିଲ ଅଲଜଖ ଆଲୋକ ଶ୍ରୀବାସ୍ତବଙ୍କ ଅଭିଯୋଗ କ୍ରମେ ୨୦୧୯ରେ ଶେହଲାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

୧୮ ଅଗଷ୍ଟ ୨୦୧୯ରେ ଶେହଲା ରସିଦ୍ ଦୁଇଟି ଟୁଇଟ୍ କରିଥିଲେ |

ଏଥିରେ ସେ କହିଥିଲେ ଯେ ଭାରତୀୟ ସେନା ରାତିରେ ଲୋକଙ୍କ ଘରେ ଜବରଦସ୍ତ ପଶି ପୁଅମାନଙ୍କୁ ଉଠାଇ ନେଉଛନ୍ତି, ଭଙ୍ଗାରୁଜା କରୁଛନ୍ତି ଏବଂ ଜାଣିଶୁଣି ରାସନ ତଳେ ଫିଙ୍ଗୁଛନ୍ତି, ଚାଉଳରେ ତେଲ ମିଶାଇ ଦେଉଛନ୍ତି ।

ଏହାଛଡ଼ା ସେ ଦାବି କରିଥିଲେ ଯେ ଶୋପିଆନର ଏକ ସେନା ଶିବିରକୁ ଡକାଇ ଚାରି ଜଣଙ୍କୁ ପଚରାଉଚରା କରାଯାଇଥିଲା। ସେମାନଙ୍କ ଚାରିପାଖରେ ମାଇକ୍ ରଖାଯାଇଥିଲା ଯାହା ଦ୍ଵାରା ସମଗ୍ର ଅଞ୍ଚଳ ସେମାନଙ୍କ ଚିତ୍କାର ଶୁଣିପାରିବ ଏବଂ ଆତଙ୍କ ବଢ଼ିବ । ଏହି କାରଣରୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ବୋଲି ଶେହଲା ଟ୍ବିଟ୍ କରିଥିଲେ |

Related Articles

Leave a Reply

Your email address will not be published. Required fields are marked *

Back to top button