ଜୀବନଶୈଳୀ

ଅଧିକ ପାଣି ପିଇବା ଆପଣଙ୍କୁ ପଡିପାରେ ଭାରି, ଆସନ୍ତୁ ଜାଣିବା କେମିତି

ଜଳ ଜୀବନ ଅଟେ ଏହା ଆମେ ସମସ୍ତେ ଜାଣିଛୁ ଯେ ଜଳ ବିନା ଜୀବନ ଅସମ୍ଭବ ଅଟେ, କିନ୍ତୁ କୌଣସି ପଦାର୍ଥ ଅବଶ୍ୟକତା ଠାରୁ ଅଧିକ ଗ୍ରହଣ କଲେ ହାନିକାରକ ହୋଇଥାଏ । ତେବେ ଯେତେ ଭଲ; ଜିନିଷ ହେଲେ ମଧ୍ୟ ସବୁ ପାଇଁ ଆବଶ୍ୟକତା ଅନୁଯାଇ ଗୋଟେ ସୀମା ଥାଏ କୌଣସି ଜିନିଷ ଅଧିକା ଠାରୁ ଅଧିକା ସେବନ କଲେ ଏହା ଆମ ପାଇଁ ଖରାପ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା କେହି କେବେ ଆପଣଙ୍କୁ ଜଣେଇ ନଥିବେ ଆଜି ଆମେ ଆପଣଙ୍କୁ ପାଣି ଅଧିକ ପିଇବାର ହାନି ବିଷୟରେ କହିବାକୁ ଯାଉଛୁ ।

୧. ମସ୍ତିସ୍କ ଭିତରେ କିଛି ଫୁଲି ପାରେ :

ଗୋଟେ ଅଧ୍ୟୟନ ଅନୁଯାଇ ଯଦି ଆମ ଶରୀରରେ ପାଣି ମାତ୍ରା ଅବଶ୍ୟକତା ଠାରୁ ଅଧିକ ବଢି ଥାଏ, ତେବେ ସୋଡିଅମ ମାତ୍ରା କମ ହବାକୁ ଲାଗିଥାଏ, ଯାହା ଦ୍ଵାରା ଆମ ମସ୍ତିସ୍କ ଭିତରେ ପାଣି ଦ୍ଵାରା କିଛି ଫୁଲିବାକୁ ଆରମ୍ଭ ହୋଇଥାଏ । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଭୟଙ୍କର ଏବଂ ବିପଦ କଥା ଅଟେ, ସେଥିପାଇଁ ଅଧିକ ମାତ୍ରାରେ ପାଣି ମଧ୍ୟ ସେବନ କରିବା ଉଚିତ ନୁହ ।

୨. ଓଜନ ବଢିବା :

ଯେତେବେଳେ ଆମ ଶରୀର ଓଜନ ବଢିଥାଏ ତେବେ ଆମ ଶରୀରରେ ଫ୍ୟାଟ ଜମା ହୋଇଥାଏ, ତେବେ ଫ୍ୟାଟ ସେଲ୍ସ ରେ ପାଣି ମାତ୍ରା ମଧ୍ୟ ଅଧିକ ହୋଇଥାଏ । ତେବେ ଯେଉଁ ଲୋକଙ୍କ ଫ୍ୟାଟ ସେଲରେ ଅଧିକ ପାଣି ଜମା ହୋଇଥାଏ ତାଙ୍କ ଓଜନ ବଢିବା ଆରମ୍ଭ ହୋଇଥାଏ ।

Image Courtesy: Google

ସେଥିପାଇଁ ଆବଶ୍ୟକତା ଅନୁଯାଇ ପାଣି ପିଇବା ଉଚିତ ଅଧିକ ମାତ୍ରା ରେ ପାଣି ମଧ୍ୟ ଖରାପ କରିଥାଏ, ଆଜି ଆମେ ଆପଣଙ୍କୁ ଏହି କଥା ଜଣେଇଲୁ କାହିଁକିନା ବହୁତ ଲୋକ ଅଛନ୍ତି ଯିଏ ଭାବନ୍ତି ଯେ ପାଣି ଅଧିକ ମାତ୍ରା ରେ ପିବା ଉଚିତ ଏବଂ ଏହା ଲାଭକାରୀ ହୋଇଥାଏ । ତେବେ ଆଜି ଆପଣ ଏହା ଜାଣିବା ପାଇଁ ପାଇଲେ ଯେ ପାଣି ମଧ୍ୟ ଅଧିକ ମାତ୍ରା ରେ ପିଇବା ଉଚିତ ନୁହ ।

Related Articles

Leave a Reply

Your email address will not be published. Required fields are marked *

Back to top button