ଯୁଦ୍ଧ ପ୍ରଭାବ : ସୁନା ୨ ସପ୍ତାହର ଉଚ୍ଚତମ ସ୍ତରରେ – Utkal Mail
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସଙ୍କଟ ଘନୀଭୂତ ହେବା ପରେ ମଙ୍ଗଳବାର ଅନ୍ତର୍ଜାତୀୟ ଓ ଘରୋଇ ବଜାରରେ ସୁନା ମୂଲ୍ୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଦୁଇଟି ସେସନରେ ସୁନା ମୂଲ୍ୟ ୮୬୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ଦୁଇ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହାବ୍ୟତୀତ ଡଲାର ଇଣ୍ଡେକ୍ସ (ଡିଏକ୍ସୱାଇ) ସାମାନ୍ୟ ହ୍ରାସ ପାଇଥିବାରୁ ତାହା ସୁନା ଦରବୃଦ୍ଧିରେ ସହାୟକ ହୋଇଛି। ଦିଲ୍ଲୀ, ଅହମ୍ମଦାବାଦ ଭଳି ପ୍ରମୁଖ ଫିଜିକାଲ ବୁଲିୟନ ବଜାରରେ ୧୦ ଗ୍ରାମ ସୁନା (୨୪ କ୍ୟାରେଟ) ମୂଲ୍ୟ ୫୯,୫୦୦ ଟଙ୍କା ରହିଛି । ସେହିପରି ୧ କିଲୋଗ୍ରାମ ରୁପା ମୂଲ୍ୟ ୭୩,୦୦୦ ଟଙ୍କା ରହିଛି ।
ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟ୍ ଅନୁଯାୟୀ ବୁଲିଅନ୍ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୫୭,୫୩୨ ଟଙ୍କା, ୨୨ କ୍ୟାରେଟ ସୁନା ମୂଲ୍ୟ ୫୨,୬୯୯ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା କିଲୋଗ୍ରାମ ପିଛା ୬୮,୬୨୮ ଟଙ୍କା ରହିଛି ।
#Gold and #Silver Opening #Rates for 10/10/2023
For more details contact:
Saurabh +91 9004120120 / 022- 49098950 / 022- 49098960Follow Us On :
Twitter https :
Instagram https :
Threads :
Facebook Page… pic.twitter.com/zzzNR14HZA
— IBJA (@IBJA1919) October 10, 2023
ମଙ୍ଗଳବାର ଅନ୍ତର୍ଜାତୀୟ ବଜାରରେ ସୁନା ଫ୍ୟୁଚର ୧୧.୯୦ ଡଲାର ବା ୦.୬୪% ବୃଦ୍ଧି ପାଇ ଆଉନ୍ସ ପିଛା ୧,୮୭୬.୯୦ ଡଲାରରେ ପହଞ୍ଚିଥିବାବେଳେ ରୂପା ଫ୍ୟୁଚର ୦.୪୬୦ ଡଲାର ବା ୧.୨୧୦% ବୃଦ୍ଧି ପାଇ ୨୧.୯୭୦ ଡଲାରରେ ପହଞ୍ଚିଛି ।
ଇସ୍ରାଏଲ ଓ ଗାଜାରେ ଯୁଦ୍ଧର ପ୍ରଭାବ ଏବେ ସୁନା ଓ ରୂପା ବଜାରରେ ଦେଖିବାକୁ ମିଳୁଛି । ନିବେଶକମାନେ ଷ୍ଟକ ବଜାରରୁ ନିଜର ନିବେଶ ପ୍ରତ୍ୟାହାର କରି ସୁନାରେ ସୁରକ୍ଷିତ ନିବେଶ କରିବାର ସମ୍ଭାବନା ଥିବାରୁ ସୁନା ଚାହିଦା ବୃଦ୍ଧି ପାଇଛି ଓ ଏହି କାରଣରୁ ଦର ବଢୁଛି ।