ସ୍ୱାସ୍ଥ୍ୟ
ପୁରୁଷ ଶୁ-କ୍ରା-ଣୁ କାହିଁକି କମେ ଜାଣନ୍ତୁ ବଡ କାରଣ ଦେଖନ୍ତୁ କଣ କରିବେ ପ୍ରତିକାର

ଅଧିକାଂଶ ସମୟରେ ଆପଣମାନେ ଦେଖିଥିବେ କି ବିବାହ ପରେ କାହାର ପୁଅ ହେଉ ନାହାନ୍ତି କି ଝିଅ ମଧ୍ୟ ହେଉ ନାହାନ୍ତି।ଘର ଲୋକମାନେ ତାନ୍ତ୍ରିକ ପାଖକୁ ଯାଇଥାନ୍ତି।ଆଉ କିଛି ଲୋକ ମାନେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥାନ୍ତି।କିନ୍ତୁ କିଛି ରେଜଲ୍ଟ ମିଳିନଥାଏ। ଏହାର ମୁଖ୍ୟ କାରଣ ହେଉଛି ନିର୍ଦ୍ଧିଷ୍ଟ ବୟସ ପରେ ପୁରୁଷ ମାନଙ୍କ କ୍ଷେତ୍ରରେ ଶୁକ୍ରାଣୁ କମ୍ ହୋଇଥାଏ।ଡାକ୍ତର ପ୍ରଶାନ୍ତ କୁମାର ନାୟକ ସାକ୍ଷାତକାର ରେ କହିଛନ୍ତି ଯେ ଯେଉଁମାନେ ତାନ୍ତ୍ରିକ ପାଖକୁ ଯାଉଛନ୍ତି ତାହା ଅନ୍ଧ ବିଶ୍ବାସ ଅଟେ।
ଲୋକମାନଙ୍କ ଠାରୁ ଶୁଣି କି ଅନ୍ୟ ଲୋକମାନେ ଏହିଭଳି ଅନ୍ଧ ବିଶ୍ବାସ କୁ ବିଶ୍ୱାସ କରିଥାନ୍ତି।କିନ୍ତୁ ଲୋକମାନେ ଏହାଠାରୁ ଦୂରେଇ ରହିବା ଉଚିତ।ବୟସ କୁ ଦେଖିବାକୁ ଗଲେ ସାଧାରଣତଃ ପୁରୁଷ ମାନଙ୍କ ଶୁକ୍ରାଣୁ ର ଯେଉଁ ମାନ୍ୟତା ରହିଛି ସେଇଟା ଏତେ ଜଲ୍ଦୀ ପରିବର୍ତ୍ତନ ହୋଇ ନଥାଏ।ସାଧାରଣତଃ ୫୦ ବର୍ଷ ପରେ କମିଯାଏ। ଆଉ ୬୦ ବର୍ଷ ବୟସରେ ଅଧିକ କମି ଯାଇଥାଏ।କିନ୍ତୁ ଶୁକ୍ରାଣୁ ର ପରିମାଣ ମେଣ୍ଟେନ୍ ରହିଥାଏ।
କିନ୍ତୁ କିଛି ପୁରୁଷ ମାନଙ୍କର ଯେଉଁମାନଙ୍କର ଜନ୍ମରୁ ସେମାନଙ୍କର କୌଣସି ଜେନେଟିକ ଅସୁବିଧା ହୋଇ ଥାଇପାରେ ନଚେତ୍ ସେମାନଙ୍କ ବଡ଼ି ରେ ଅନ୍ୟ କିଛି ରୋଗ ହୋଇଥାଇ ପାରେ ଯେଉଁଥି ପାଇଁ ସେମାନଙ୍କର ଶୁକ୍ରାଣୁ ପ୍ରଡକ୍ସନ ରେ ଅସୁବିଧା ହୋଇଥାଏ।ଏଥିପାଇଁ ବହୁତ କାରଣ ରହିଛି।ଏହାକୁ କେବଳ ବୟସ ସହିତ ଖାଲି ଦେଖିଲେ ହେବ ନାହିଁ।ବୟସ ସହିତ କମି ଯାଇଥାଏ।
ସ୍ତ୍ରୀ ଲୋକମାନଙ୍କ କେଶ୍ ରେ ବୟସର ବହୁତ ପ୍ରଭାବ ରହିଛି।୩୦ ବର୍ଷ ପରେ ଅଣ୍ଡା ର କ୍ଷମତା କମିଯାଇଥାଏ।୩୫ ବର୍ଷ ପରେ ଆହୁରି କମି ଯାଇଥାଏ। ତେଣୁ ସ୍ତ୍ରୀ ଲୋକମାନଙ୍କର ବୟସରେ ପ୍ରଭାବ ପକାଇଥାଏ।କିନ୍ତୁ ପୁରୁଷ ମାନଙ୍କ କ୍ଷେତ୍ରରେ ୫୦ ରୁ ୬୦ ବର୍ଷ ଯାଏଁ ସେତିକି ପ୍ରଭାବ ପକାଇନଥାଏ।କିନ୍ତୁ ତାପରେ ଏହା କମି ଯାଇଥାଏ।କିନ୍ତୁ ଯାହାଙ୍କର ପିଲାଛୁଆ ହୋଇନଥାଏ ସେମାନଙ୍କୁ ବହୁତ ଅପମାନ ଶୁଣିବାକୁ ପଡ଼ିଥାଏ।