ରାଶିଫଳ

୨୦୨୩ ରେ କେବେ ଖୋଲିବ ଆପଣଙ୍କ ଭାଗ୍ୟର ଦ୍ୱାର? ଜାଣନ୍ତୁ କେଉଁ ରାଶି ପାଇଁ କେଉଁ ଦିନ ଅଟେ ଭାଗ୍ୟବାନ

ବର୍ଷ ୨୦୨୨ ସରିବା ସହିତ ନୂଆବର୍ଷ ୨୦୨୩ର ଆଗମନ ହୋଇଛି। ତେବେ, ନୂଆବର୍ଷକୁ ବେସ୍ ହର୍ଷଉଲ୍ଲାସର ସହିତ ପାଳନ କରିଛନ୍ତି ଲୋକେ। ଏଥିସହିତ ନୂଆବର୍ଷ ସେମାନଙ୍କ ଜୀବନରେ ଶୁଭ ସମୟ, ଶାନ୍ତି ଏବଂ ଉନ୍ନତି ଆଣିବ ବୋଲି ସମସ୍ତେ ଆଶା କରିଥାନ୍ତି। ଜୀବନରେ ଉତ୍ଥାନ ପତ୍ତନ ରହିଥିଲେ ହେଁ ନୂଆବର୍ଷର ଏହି ସବୁ ତାରିଖ ଠାରୁ ଆପଣଙ୍କ ଜୀବନରେ ଶୁଭ ସମୟର ଆଗମନ ହେବାକୁ ଯାଉଛି।

୧. ମେଶ ରାଶି:- ମଇ ମାସ ୧୬ ତାରିଖ ପରଠାରୁ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଏହି ମାସରେ ବୃହସ୍ପତି ମେଶ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ତେଣୁ ବ୍ୟବସାୟ ଓ ଚାକିରିରେ ଉନ୍ନତି ହେବାର ସମ୍ଭାବନା ରହିଛି।

Mesa

୨. ବୃଷ ରାଶି:- ବୃହସ୍ପତିଙ୍କ ଆଗମନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଭାବରେ ଶୁଭ ସାବ୍ୟସ୍ତ ହେବ। ମେ ୧୬, ୨୦୨୩ ପରଠାରୁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି।

Brusha

୩. ମିଥୁନ ରାଶି:- ଚଳିତବର୍ଷ ପ୍ରଥମ ମାସରେ ହିଁ ଶନିଦେବ ମକର ରାଶିରୁ କୁମ୍ଭ ରାଶିକୁ ପ୍ରବେଶ କରିବେ ଫଳରେ ମିଥୁନ ରାଶି ଚାପ ମୁକ୍ତ ହେବେ। ଜାନୁଆରୀ ୧୭,୨୦୨୩ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ।

Mithun

୪. କର୍କଟ ରାଶି:- ଚଳିତବର୍ଷ ଅଗଷ୍ଟ ମାସ ଠାରୁ କର୍କଟ ରାଶିର ଲୋକଙ୍କ ପାଇଁ ଶୁଭ ବେଳା ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ମାସ ୩୦ ତାରିଖ ପରଠାରୁ କ୍ୟାରିୟର, ପ୍ରେମ, ସ୍ୱାସ୍ଥ୍ୟ ଏବଂ ଅର୍ଥ ଆଦି ସବୁ କ୍ଷେତ୍ରରେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ପ୍ରାପ୍ତ ହେବ।

Karkat

୫. ସିଂହ ରାଶି:- ଫେବୃଆରୀ ୭ ତାରିଖ ସିଂହ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ। ଶୁକ୍ର ଗ୍ରହର ଆଗମନ ସିଂହ ରାଶିର ଲୋକଙ୍କ ଜୀବନରେ ସୁଖଃ ସମୃଦ୍ଧି ଆଣିଦେବ।

Singha

୬. କନ୍ୟା ରାଶି:- ବୁଧ ଏବଂ ମଙ୍ଗଳ ଏକତ୍ର ହୋଇ କନ୍ୟା ରାଶି ପାଇଁ ରାସ୍ତା ଖୋଲିବେ। ଫଳରେ ଏପ୍ରିଲ ୧ ତାରିଖରୁ ଏହି ରାଶିର ଲୋକଙ୍କର ଶୁଭ ସମୟ ଆରମ୍ଭ ହେଉଥିବା ଜଣାଯାଇଛି।

Kanya

୭. ତୁଳା ରାଶି:- ନୂଆବର୍ଷ ୨୦୨୩ ତୁଳା ରାଶି ପାଇଁ ଶୁଭ ସାବ୍ୟସ୍ତ ହେବ। କିନ୍ତୁ, ଅକ୍ଟୋବର ୩୦ ଠାରୁ ହିଁ ଏହି ରାଶିର ଲୋକଙ୍କ ପାଇଁ ସକାରାତ୍ମକ ପ୍ରଭାବ ସୃଷ୍ଟି ହେବ।

Tula

୮. ବିଛା ରାଶି:- ୨୦୨୩ର ତିନୋଟି ଭାଗ୍ୟଶାଳୀ ରାଶି ଗୁଡିକ ମଧ୍ୟରେ ବିଛା ରାଶି ଅନ୍ୟତମ। ନଭେମ୍ବର ୧୬ ତାରିଖ ପରଠାରୁ ଏମାନଙ୍କ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି।

Bicha

୯. ଧନୁ ରାଶି:- ଚଳିତବର୍ଷ ଜାନୁଆରୀ ୧୭ ତାରିଖରେ ଶନି ଦେବ ମକର ରାଶିରୁ କୁମ୍ଭକୁ ପ୍ରବେଶ କରିବେ ଫଳରେ ଧନୁ ରାଶିକୁ ଆରାମ ମିଳିବ। ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଏକ ଶୁଭ ସମୟ ହେବ।

Dhanu

୧୦. ମକର ରାଶି:- ୨୦୨୩ ମସିହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ମାର୍ଚ୍ଚ ୨୩ ତାରିଖ ଆପଣଙ୍କ ପାଇଁ ବେସ୍ ଶୁଭ ସାବ୍ୟସ୍ତ ହେବ।

Makar

୧୧. କୁମ୍ଭ ରାଶି:- ନୂଆବର୍ଷ ଆରମ୍ଭ ହେବା ସହିତ କୁମ୍ଭ ରାଶି ପାଇଁ କିଛି ମାତ୍ରାରେ କଷ୍ଟ ବୃଦ୍ଧି ପାଇବ। କିନ୍ତୁ, ଅକ୍ଟୋବର ୩୦ ପରଠାରୁ ଆପଣଙ୍କ ପାଇଁ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି।

Kumbha

୧୨. ମୀନ ରାଶି:- ମୀନ ରାଶି ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଚଳିତବର୍ଷ ମାର୍ଚ୍ଚ ୭ ତାରିଖ ସବୁଠାରୁ ଭାଗ୍ୟବାନ ଅଟେ। ଆପଣଙ୍କ କ୍ୟାରିଅର ଦିଗରେ ଚଳିତବର୍ଷ ଖୁବ ଶୁଭ ସାବ୍ୟସ୍ତ ହେବ ନିଶ୍ଚିତ।

Mina

Related Articles

Leave a Reply

Your email address will not be published. Required fields are marked *

Back to top button