ଦେଶ ବିଦେଶ

ପ୍ରତିରକ୍ଷା ମନ୍ତ୍ରୀ ବଦଳାଇଲେ ପୁତିନ୍ ; ଆଣ୍ଡେଇ ବେଲାସୋଭଙ୍କୁ ନୂଆ ଦାୟିତ୍ୱ

ୟୁକ୍ରେନ୍ ସହ ଯୁଦ୍ଧ ଜାରି ରହିଥ‌ିବା ବେଳେ ନିଜ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପରିବର୍ତ୍ତନ କରି ଅନ୍ୟଜଣଙ୍କୁ ଏହି ପଦରେ ଅବସ୍ଥାପିତ କରିବା ଭଳି ଆଶ୍ଚର୍ଯ୍ୟଜନକ ନିଷ୍ପଭି ନେଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍। ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ଥିବା ସର୍ଗେଇ ଶୋଏଗୁଙ୍କୁ ହଟାଇ ପୁତିନ୍ ତାଙ୍କ ସ୍ଥାନରେ ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଆଣ୍ଡେଇ ବେଲାସୋଭଙ୍କୁ ଦାୟିତ୍ୱ ଦେଇଛନ୍ତି।

ପ୍ରକାଶ, ବେଲାସୋଭ୍ ପୂର୍ବରୁ ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିସାରିଛନ୍ତି। ଏତଦ୍‌ବ୍ୟତୀତ ସେ ପୂର୍ବରୁ ପୁତିନ୍‌ଙ୍କ ଅର୍ଥନୈତିକ ପରାମର୍ଶଦାତା ଭାବେ ମଧ୍ୟ କାମ କରିଛନ୍ତି। ସେହିପରି ବେଲାସୋଭ୍, ରୁଷ ଫେଡେରେଶନର ଅର୍ଥନୈତିକ ବିକାଶ ମନ୍ତ୍ରୀ, ଅର୍ଥନୀତି ଏବଂ ଅର୍ଥ ବିଭାଗର ନିର୍ଦ୍ଦେଶକ ସମେତ ଅନେକ ଗୁରୁତ୍ଵପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷେ ପୁତିନ୍, ଦୀର୍ଘ ସମୟ ଧରି ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସର୍ଗେଇ ଶୋଏଗୁଙ୍କୁ ଏବେ ରୁଷର ଜାତୀୟ ସୁରକ୍ଷା ପରିଷଦର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭାବେ ପୁତିନ୍‌ଙ୍କ ୫ମ କାର୍ଯ୍ୟକାଳ ଆରମ୍ଭ ହେବା ଏବଂ ୟୁକ୍ରେନ ସହ ଯୁଦ୍ଧ ଜାରି ରହିଥ‌ିବା ବେଳେ ଏହି ଅଦଳବଦଳ କରାଯାଇଛି । କ୍ଲେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୋଏଗୁ ରୁଷର ପ୍ରତିରକ୍ଷା ମନ୍ତ୍ରୀ ପଦରୁ ମୁକ୍ତ ହୋଇ ସୁରକ୍ଷା ପରିଷଦର ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଏବେ ରୁଷ ଫେଡେରେଶନର ସାମରିକ ଶିଳ୍ପ ଆୟୋଗରେ ରାଷ୍ଟ୍ରପତିଙ୍କ ଡେପୁଟି ଭାବେ ଦାୟିତ୍ଵ ସମ୍ଭାଳିବେ।ପୁଟିନ ନିକଟରେ ରାଷ୍ଟ୍ରପତି ଭାବେ ପୁନନିର୍ବାଚିତ ହେବା ସହିତ ନୂଆ ପ୍ରଧାନମନ୍ତ୍ରୀ ମଧ୍ୟ ନିଯୁକ୍ତ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button