ସ୍ୱାସ୍ଥ୍ୟ

ରାତିରେ ଡେରିରେ ଭୋଜନ କରୁଛନ୍ତି କି ? ସାବଧାନ…

Dinner Time: ଆଜିର ଜୀବନଶୈଳୀରେ ରାତିରେ ଡେରିରେ ଭୋଜନ କରିବା ଜୀବନର ଗୋଟିଏ ଷ୍ଟାଇଲ ହୋଇଯାଇଛି।

ଏହି କାରଣରୁ ଶରୀରରେ ଅନେକ ମାତ୍ରାରେ କ୍ୟାଲୋରୀ ଡିପୋଜିଟ ହୋଇଥାଏ। ଅନେକ ପ୍ରକାର ରୋଗର କାରଣ ମଧ୍ୟ ଏହା ପାଲଟିଥାଏ। ଯାହାକି ଭବିଷ୍ୟତ ପାଇଁ ଗୋଟିଏ ବଡ଼ ବିପଦର କାରଣ ହୋଇଥାଏ।

ରାତ୍ରୀ ଭୋଜନ ଡେରିରେ କରିବା ଦ୍ୱାରା ହୋଇଥାଏ କେଉଁସବୁ ସ୍ୱାସ୍ଥ୍ୟ ସମସ୍ୟା?

୧. ଯଦି ଆପଣ ଜଣେ ମୋଟା ବ୍ୟକ୍ତି ତେବେ ରାତିରେ ଡେରିରେ ଖାଆନ୍ତୁ ନାହିଁ, ଏହା ଆପଣଙ୍କ ଜୀବନ ପାଇଁ ବିପଦ ନେଇ ଆସିପାରେ l ମୋଟା ବ୍ୟକ୍ତି ଙ୍କ ନିକଟରେ ଏହା ଓଜନ ବୃଦ୍ଧି ସହିତ ହାଇ କୋଲେଷ୍ଟ୍ରଲ, ହାର୍ଟ ଡିଜିଜ ଓ ମଧୁମେହ ର ବିପଦ କୁ ମଧ୍ୟ ଟାଣି ଆଣିଥାଏ l

୨. ଯଦି ଆପଣ ରାତିରେ ଡେରିରେ ଭୋଜନ କରୁଛନ୍ତି ତେବେ ଆପଣ ତୁରନ୍ତ ଏହି ଅଭ୍ୟାସ କୁ ସୁଧାରି ନିଅନ୍ତୁ l କାହିଁକି ନା ଏହା ପେଟ ସମସ୍ୟା, ଗ୍ୟାସ ଓ ଏସିଡ଼ିଟି ର କାରଣ ହୋଇଥାଏ l ଏବଂ କୋଷ୍ଠ କାଠିନ୍ୟ ସମସ୍ୟା ହୋଇ କୋଲନ କ୍ୟାନ୍ସର ର ମଧ୍ୟ କାରଣ ଅଟେ l

୩. ଲେଟ ନାଇଟ ରେ ଖାଇବା ଦ୍ୱାରା ମଧ୍ୟ ଡାଇଜେସନ ରେ ସମସ୍ୟା ସୃଷ୍ଟି ହୋଇଥାଏ ଓ ନିଦ ର କ୍ୱାଲିଟି ମଧ୍ୟ ଖରାପ ହୋଇଥାଏ l ଯେଉଁ କାରଣରୁ ଉଚ୍ଚ ରକ୍ତଚାପ ସମସ୍ୟା ମଧ୍ୟ ଦେଖାଯାଏ ଓ ଏବଂ ହାର୍ଟ ସମସ୍ୟାର କାରଣ ହୋଇଥାଏ l

୪. ଲେଟ ନାଇଟ୍‌ରେ ଭୋଜନ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦେଖା ଯାଇଥାଏ, କାହିଁକିନା ରାତିରେ ଡେରିରେ ଖାଇବା ଦ୍ୱାରା ଶରୀରରେ ୟୁରିକ ଏସିଡ ବୃଦ୍ଧି ହୋଇଥାଏ, ଏବଂ ଗଣ୍ଠି ଯନ୍ତ୍ରଣା ମଧ୍ୟ ଦେଖାଯାଏ l

Related Articles

Leave a Reply

Your email address will not be published. Required fields are marked *

Back to top button