ସ୍ୱାସ୍ଥ୍ୟ
ଜାଣନ୍ତୁ, କେଉଁ ରୋଗରେ ପୀଡିତ ବ୍ୟକ୍ତି ସାରୁ ଖାଇବା ଉଚିତ ନୁହେଁ…

ଓଡ଼ିଆ ଘରର ଘାଣ୍ଟ ତରକାରୀ ଓ ଡାଲମାର ମୁଖ୍ୟ ପରିବା ହେଉଛି ସାରୁ l ପ୍ରତ୍ୟେକ ଋତୁରେ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି l ଶରୀର ପକ୍ଷରେ ସାରୁ ଖାଇବା ହିତକର ହୋଇଥାଏ, କିନ୍ତୁ କିଛିଟା କ୍ଷେତ୍ରରେ ସାରୁ ଶରୀର ପାଇଁ ଅନେକ ମାତ୍ରରେ କ୍ଷତିକାରକ ମଧ୍ୟ ହୋଇଥାଏ l ଏପରି କିଛି ରୋଗ ଅଛି ଯାହାଦ୍ୱାରା ପୀଡିତ ବ୍ୟକ୍ତି କଦାପି ସାରୁ ଖାଇବା ଉଚିତ ନୁହେଁ l ତେବେ ଆସନ୍ତୁ ଜାଣିବା କେଉଁ ରୋଗରେ ପୀଡିତ ବ୍ୟକ୍ତି ସାରୁ ଖାଇବା ଉଚିତ ନୁହେଁ l
- ସାରୁରେ ଓକ୍ସା ଲିକ୍ ଏସିଡ ରହିଥାଏ l ଯଦି କିଡ଼ନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ବ୍ୟକ୍ତି ଅଧିକ ମାତ୍ରରେ ସାରୁ ସେବନ କରିବେ ତେବେ କିଡ଼ନୀ ଉପରେ ଖରାପ ପ୍ରଭାବ ପଡିପାରେl
- ବ୍ରେଷ୍ଟ ଫିଡିଙ୍ଗ ବା ସ୍ତନ୍ୟ ପାନ କରାଉଥିବା ମହିଳାମାନେ ମଧ୍ୟ କଦାପି ସାରୁ ଖାଇବା ଉଚିତ ନୁହେଁ l କାରଣ ସାରୁ ଖାଇବା ଦ୍ୱାରା ଗ୍ୟାସ ଏସିଡିଟି ସମସ୍ୟା ଆଦି ଦେଖା ଯାଇଥାଏ l ଯାହାକି ଉଭୟ ମା ଶିଶୁ ପାଇଁ କ୍ଷତିକାରକ ହୋଇପାରେl
- ସେହିପରି ଯେଉଁମାନେ ବିଭିନ୍ନ ପ୍ରକାର ଏଲର୍ଜିରେ ପୀଡିତ ହୋଇ ଥାଆନ୍ତି , ଯେପରିକି ଛିଙ୍କ, ଦେହ କୁଣ୍ଡାଇ ହେବା, ଅଚାନକ କାଶ ହେବା ଇତ୍ୟାଦି ସମସ୍ୟାରେ ଥାଆନ୍ତି ସେମାନେ ସାରୁ ଖାଇବା ଉଚିତ ନୁହେଁ l
- ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ସାରୁ ସେବନ ଖୁବ କ୍ଷତିକାରକ ହୋଇଥାଏl ଏହାଦ୍ୱାରା ରକ୍ତରେ ସୁଗାର ଲେବୁଲ ହ୍ରାସ ହୋଇପାରେl ତେଣୁ ମଧୁମେହ ରୋଗୀ ସାରୁ ଖାଇବାରୁ ଦୂରେଇ ରହିବା ଉଚିତ l
- ଯେଉଁ ବ୍ୟକ୍ତିମାନେ ଆଣ୍ଠୁ ଗଣ୍ଠି ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହୋଇଥାଆନ୍ତି କିମ୍ବା ଅର୍ଥରାଇଟିସ ସେମାନେ ପୀଡିତ ହୋଇଥାଆନ୍ତି ସେମାନେ ସାରୁ ଖାଇବା ଉଚିତ ନୁହେଁ l ଏହାକୁ ସେବନ କରିବା ଦ୍ୱାରା ଜଏଣ୍ଟରେ ୟୁରିକ ଏସିଡ ସମସ୍ୟା ବଢିପାରେ l
- ସାରୁରେ କ୍ୟାଲସିୟମ ଆକ୍ସଲେଟ ଖୁବ ଅଧିକ ପରିମାଣରେ ରହିଥାଏ l ଏହାକୁ ସେବନ କରିବା ଦ୍ୱାରା ମହିଳା ମାନଙ୍କ ପ୍ରାଇଭେଟ ପାର୍ଟରେ ଯନ୍ତ୍ରଣା ଓ ସମସ୍ୟା ସୃଷ୍ଟି ହୋଇଥାଏ l ତେଣୁ ମହିଳାମାନେ ଅଧିକ ସାରୁ ଖାଇବା ଉଚିତ ନୁହେଁ l
ଅନ୍ୟମାନଙ୍କୁ ଜଣାନ୍ତୁ।