ଆପଣ ଜାଣନ୍ତି କି ? ମୁଣ୍ଡ ବିନ୍ଧା ଦୂର କରେ ହଳଦୀକ୍ଷୀର

କ୍ଷୀର ଓ ହଳଦୀ ଉଭୟରେ ବହୁ ପୋଷକ ତତ୍ତ୍ୱ ରହିଛି। କ୍ଷୀରରେ କ୍ୟାଲସିୟମ, ଆଇରନ, ପ୍ରୋଟିନ ଓ ଭିଟାମିନ ରହିଛି। ଏହି କାରଣରୁ କ୍ଷୀର ଏକ ସମ୍ପୂର୍ଣ୍ଣ ଆହର ବୋଲି ମଧ୍ୟ କୁହାଯାଏ। ସେହିପରି ହଳଦୀରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ରହିଥାଏ। ହଳଦୀ କ୍ଷୀର ପିଇବା ଦ୍ୱାରା ଶରୀରୁ ବହୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ପାଚନ ତନ୍ତ୍ର ମଧ୍ୟ ସଠିକ ଭାବେ କାର୍ଯ୍ୟ କରିଥାଏ।
ଯଦି ପେଟ ସମସ୍ୟା ଲାଗି ରହିଥାଏ, ତେବେ ହଳଦୀ କ୍ଷୀର ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ସେହିପରି ତ୍ୱଚା ପାଇଁ ମଧ୍ୟ ଏହା ବେଶ ହିତକାରକ ହୋଇଥାଏ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସହାୟ ହୋଇଥାଏ।
ହଳଦୀରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଯାହା ମୁହଁ ସହ ଜଡ଼ିତ ବହୁ ସମସ୍ୟା ଯେପରି କୁଣ୍ଡାଇ ହେବା, ବ୍ରଣ ଆଦି ମଧ୍ୟ ଦୂର କରିଥାଏ। ସେହିପରି ନିୟମିତ ହଳଦୀ କ୍ଷୀର ପିଇବା ଦ୍ୱାରା ହାଡ଼ ଶକ୍ତ ହେବା ସହ ହାଡ଼ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ।
ଯଦି ସଠିକ ପରିମାଣରେ ନିଦ ହେଉନାହିଁ ଓ ଚିନ୍ତାଗ୍ରସ୍ତ ରହୁଛନ୍ତି, ତେବେ ହଳଦୀ ମିଶ୍ରିତ କ୍ଷୀର ନିଶ୍ଚୟ ପିଅନ୍ତୁ। ଏହା ଓଜନ ହ୍ରାସ କରିବା ସହ ମୁଣ୍ଡ ବିନ୍ଧା ମଧ୍ୟ ଦୂର କରିଥାଏ।



