ସ୍ୱାସ୍ଥ୍ୟ

ତ୍ୱଚାକୁ କୋମଳ ରଖିବା ସହ ଚମକ ଆଣେ ଏହି ତେଲ, ଜାଣନ୍ତୁ କେମିତି ?

ଝିଅ ହୁଅନ୍ତୁ କିମ୍ବା ମହିଳା ସୁନ୍ଦର ଦେଖା ଯିବା ପାଇଁ କିଏ ବା ନଚାହେଁ କିନ୍ତୁ ବହୁତ କମ ଲୋକଙ୍କ ଏହି ସ୍ୱପ୍ନ ପୂରା ହୋଇଥାଏ। ଏନେଇ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ, ଯାହାକୁ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚା ଖୁବ ସୁନ୍ଦର ହୋଇଯିବ।

ସେହି ଘରୋଇ ଉପଚାରଟି ହେଉଛି ଜଡ଼ା ତେଲ। ଯଦି ଆପଣ ନିୟମିତ ଭାବରେ ଏହି ତେଲ ବ୍ୟବହାର କରନ୍ତି ତେବେ ତ୍ଵଚାରେ ଉଜ୍ଜଳତା ଆସିବା ସହ ସୁନ୍ଦରତା ମଧ୍ୟ ଦେଖାଯାଇଥାଏ। କାରଣ ଜଡ଼ା ତେଲରେ ରୀସିନୋଲେଇକ ଏସିଡ ରହିଥାଏ, ଯାହା ତ୍ଵଚାକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ତେଲକୁ କିପରି ବ୍ୟବହାର କରିବେ…

ତ୍ଵଚାର ସୌନ୍ଦର୍ଯ୍ୟ ବଢ଼ାଇବାରେ ସବୁଠୁ ଅଧିକ ଜଡ଼ା ତେଲର ବ୍ୟବହାର କରାଯାଇଥାଏ । ଏହା ତ୍ୱଚାକୁ ନରମ ରଖିଥାଏ । ଶୁଷ୍କ କିମ୍ବା ସୁକ୍ଷ୍ମ ଚର୍ମ ପାଇଁ ଏହା ଏକ ଭଲ ବିକଳ୍ପ । କାରଣ ଏଥରେ ପ୍ରଚୁର ମାତ୍ରାରେ ଫ୍ୟାଟି ଏସିଡ୍ ରହିଥାଏ, ଯାହା ଚର୍ମକୁ ମଶ୍ଚରାଇଜ୍ ଏବଂ କୋମଳ ରଖିଥାଏ। ଜଡ଼ା ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ ବାର୍ଦ୍ଧକ୍ୟର ପ୍ରଭାବକୁ ମଧ୍ୟ ହ୍ରାସ କରିଥାଏ ।

ଏଥିସହ ତ୍ଵଚାର କୁଞ୍ଚନ ଦୂର କରିବା ପାଇଁ ଜଡ଼ା ତେଲ ଏକ ପ୍ରାକୃତିକ ମାଧ୍ୟମ । ଏହି ତେଲ ଚର୍ମକୁ ଅଧିକ ଶକ୍ତିଶାଳୀ ବନାଇବା ସହ ଏହା ଦ୍ୱାରା ବୟସ ବି କମ୍ ଜଣାପଡ଼େ ।

ଏହା ବ୍ୟତୀତ ଜଡ଼ା ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାର ରିଙ୍କଲ୍ସ ଏବଂ ସୂକ୍ଷ୍ମ ରେଖାକୁ ଦୂର କରିବାରେ କାମ କରେ । ଏହି ତେଲକୁ ପ୍ରତିଦିନ ଗାଧେଇ ସାରିବା ପରେ ମାଲିସ କଲେ ଖୁବ୍ ଭଲ । ଆପଣ ରାତିରେ ଶୋଇବା ବେଳେ ବି ଏହି ତେଲକୁ ତ୍ଵଚାରେ ଲଗାଇ ଶୋଇପାରିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button