ବିଚାର

ହନୁମାନ ଭକ୍ତ ଘରେ କେବେ ମଧ୍ୟ ରଖନ୍ତୁ ନାହିଁ ଏଭଳି ଫୋଟ , ଜାଣନ୍ତୁ କିପରି ଦୂର ହେବ କଷ୍ଟ

ସଙ୍କଟମୋଚନ ଭଗବାନ ହନୁମାନ ନିଜ ଭକ୍ତ ମାନଙ୍କ ଉପରେ ଆସିବାକୁ ଥିବା ସମସ୍ତ କଷ୍ଟ ଏବଂ ସମସ୍ୟାକୁ ଦୂର କରି ଦେଇଥାନ୍ତି। ଭଗବାନ ହନୁମାନ ଖୁବଶୀଘ୍ର ପ୍ରସନ୍ନ ହେଉଥିବା ଦେବତା ବୋଲି ବିଶ୍ୱାସ କରାଯାଏ। ତାଙ୍କ ପୂଜାପାଠରେ ଅଧିକ କିଛି କରିବାର ଆବଶ୍ୟକତା ନଥାଏ। ବୋଧହୁଏ ସେଥିପାଇଁ ବର୍ତ୍ତମାନ ସମୟରେ ଭଗବାନ ହନୁମାନଙ୍କର ଭକ୍ତଙ୍କର ସଂଖ୍ୟା ବହୁତ ଅଧିକ ହୋଇଯାଇଛି। ହନୁମାନ ଭଗବାନ ରାମଙ୍କର ଭକ୍ତ ଅଟନ୍ତି ଏବଂ ତାଙ୍କ ଚରଣରେ ଶରଣ ପଶିବା ଦ୍ୱାରା ଭକ୍ତ ମାନଙ୍କର ସମସ୍ତ ସଙ୍କଟ ଦୂର ହୋଇଥାଏ। ଭଗବାନ ହନୁମାନଙ୍କର ଭକ୍ତମାନଙ୍କ ଉପରେ ସମସ୍ତ ଦେବାଦେବୀ ମାନଙ୍କର ବିଶେଷ କୃପା ରହିଥାଏ। ଏଥିସହିତ ଅନେକ ଲୋକ ଭଗବାନ ହନୁମାନଙ୍କର ଆଶୀର୍ବାଦ ପାଇବା ପାଇଁ ମନ୍ଦିର ଯାଇ ତାଙ୍କ ପୂଜା ଅତ୍ୟନ୍ତ ଶ୍ରଦ୍ଧାର ସହିତ କରିଥାନ୍ତି। ଏହାସହିତ ଘର ମନ୍ଦିରରେ ହନୁମାନ ଭଗବାନଙ୍କର ମୂର୍ତ୍ତି ଏବଂ ଫୋଟକୁ ରଖିଥାନ୍ତି , କିନ୍ତୁ ଆପଣ ଏହି କଥା ଜାଣିଛନ୍ତି ଯେ ଭଗବାନଙ୍କର କେଉଁ ସ୍ୱରୂପକୁ ଘରକୁ ବିରାଜମାନ କରାଯାଏ ଏବଂ କେଉଁଟିକୁ ନୁହେଁ। ହନୁମାନଙ୍କର କିଛି ସ୍ୱରୂପକୁ ଘରେ ରଖିବା ଉଚିତ ନୁହେଁ , ଏହାଦ୍ବାରା ଜୀବନରେ ଅଶାନ୍ତି ଲାଗି ରହିଥାଏ। ଆସନ୍ତୁ ଜାଣିବା ଭଗବାନଙ୍କର କେଉଁ ଫୋଟକୁ ଘରେ ରଖିବା ଉଚିତ ଏବଂ କାହାକୁ ରଖିବା ଉଚିତ ନୁହେଁ।

Google

କେଉଁ ଫୋଟକୁ ଘରେ ଲଗାନ୍ତୁ ନାହିଁ:-

ଘରେ ହନୁମାନ ଭଗବାନଙ୍କର ଏଭଳି କୌଣସି ମୂର୍ତ୍ତି କିମ୍ବା ଫୋଟକୁ ରଖିବା ଉଚିତ ନୁହେଁ , ଯେଉଁଥିରେ ସେ ନିଜ ଛାତିକୁ ଚିରିଥିବେ। ଯେଉଁ ଫୋଟରେ ଭଗବାନ ହନୁମାନ ସଞ୍ଜୀବନୀ ନେଇ ଯାଉଥିବା ସମୟରେ ଆକାଶରେ ଉଡୁଥିବେ , ସେଭଳି ଫୋଟକୁ ଘରେ ଲଗାଇବା ଉଚିତ ନୁହେଁ। ଶାସ୍ତ୍ରରେ କୁହାଯାଇଛି ଯେ , ହନୁମାନ ଭଗବାନଙ୍କର ମୂର୍ତ୍ତିଙ୍କର ପୂଜା ସଦା ସର୍ବଦା ସ୍ଥିର ଅବସ୍ଥାରେ ହିଁ କରିବା ଉଚିତ। ରାକ୍ଷସର ସଂହାର କରୁଥିବା ହନୁମାନ ଭଗବାନଙ୍କର ଫୋଟକୁ ଘରେ ଲଗାଇବା ଉଚିତ ନୁହେଁ। ଯେଉଁ ଫୋଟରେ ହନୁମାନ ଭଗବାନ ରାମ ଲକ୍ଷ୍ମଣଙ୍କୁ କାନ୍ଧରେ ବସାଇଥିବେ , ସେହି ଫୋଟକୁ ଲଗାଇବା ଉଚିତ ନୁହେଁ। ହନୁମାନ ଭଗବାନଙ୍କ ଦ୍ୱାରା ଲଙ୍କା ଦହନର ଫୋଟକୁ ଘରେ ଲଗାଇବା ଉଚିତ ନୁହେଁ। ଏଭଳି ଫୋଟ ଦ୍ୱାରା ଜୀବନରେ ସୁଖ ସମୃଦ୍ଧତାର ଅଭାବ ରହିଥାଏ।

କେଉଁ ଫୋଟକୁ ଘରେ ଲଗାଇବେ:-

ହନୁମାନ ଭଗବାନଙ୍କର ଯୁବାବସ୍ଥାର ହଳଦୀଆ ରଙ୍ଗର ବସ୍ତ୍ର ଧାରଣ କରିଥିବା ଫୋଟ ଲଗାଇବା ଶୁଭ ହୋଇଥାଏ। ପାଠ ପଢ଼ୁଥିବା ଘରେ ହନୁମାନ ଭଗବାନଙ୍କର କଛା ପିନ୍ଧିଥିବା ଫୋଟ ଲଗାଇବା ଉଚିତ। ଏହାଦ୍ବାରା ପାଠପଢାରେ ମନ ଏକାଗ୍ରତା ରହିଥାଏ। ଯେଉଁ ଫୋଟରେ ହନୁମାନ ଭଗବାନ ରାମଚନ୍ଦ୍ରଙ୍କର ସେବା କରୁଥିବେ , ତାହାକୁ ଲଗାଇବା ଦ୍ୱାରା ଘରେ ଧନର ବର୍ଷା ହୋଇଥାଏ। ଡାଇନିଂ ରୁମରେ ରାମ ଦରବାରର ଫୋଟ ଲଗାଇବା ଉଚିତ। ଏହାଦ୍ବାରା ପରିବାରରେ ଆପଣାପଣ ଏବଂ ପ୍ରେମ ବଢିଥାଏ। ଘରର ମୁଖ୍ୟ ଦ୍ୱାରରେ ପଞ୍ଚମୁଖୀ ହନୁମାନଙ୍କର ମୂର୍ତ୍ତି କିମ୍ବା ଫୋଟ ଲଗାଇବା ଉଚିତ। ଏହାଦ୍ବାରା ଘରେ କୌଣସି ନକାରତ୍ମକ ଶକ୍ତି ପ୍ରବେଶ କରେନାହିଁ। ଏବଂ ଘର ପରିବାରର ସଦସ୍ୟଙ୍କ ଉପରେ କୌଣସି ସଙ୍କଟ ଆସେ ନାହିଁ। ହନୁମାନ ଭଗବାନଙ୍କର ବସିଥିବା ମୁଦ୍ରା ଯୁକ୍ତ ଫୋଟ ଘରେ ଲଗାଇବା ଦ୍ୱାରା ସମସ୍ତ ପ୍ରକାରର ଦୁଃଖ ଦୂର ହୋଇଥାଏ। ବିବାହିତ ଲୋକ ମାନଙ୍କୁ ନିଜର ଶୟନ କକ୍ଷରେ ହନୁମାନ ଭଗବାନଙ୍କର ଯେକୌଣସି ରୂପକୁ ସ୍ଥାପନ କରିବା ଉଚିତ ନୁହେଁ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button