ବିଚାର

ଏହି ୫ଟି କାମ ଦ୍ୱାରା ସଦା ସର୍ବଦା କ୍ଷତି ହୋଇଥାଏ , ସେଥିପାଇଁ ଏଗୁଡ଼ିକୁ ଭୁଲରେ ମଧ୍ୟ କରନ୍ତୁ ନାହିଁ

କେଉଁ କାମ କରିବା ଦ୍ୱାରା ଭଲ ହୋଇଥାଏ ଏବଂ କେଉଁ କାମ କରିବା ଦ୍ୱାରା କ୍ଷତି ହୋଇଥାଏ , ଏହା ବିଷୟରେ ଶ୍ରୀରାମଚରିତମାନସରେ ଏକ ଦୋହା ମାଧ୍ୟମରେ ବୁଝା ଯାଇପାରିବ। ରାଗୁ ରୋଷୁ ଇରିଷା ମଦୁ ମୋହୁ , ଜନି ଜନି ସପନେହୁଂ ଇନହ କେ ବସ ହୋହୁ । ସକଳ ପ୍ରକାର ବିକାର ବିହାଇ , ମନ କ୍ରମ ବଚନ କରେହୁ ସେବକାଇ ।। ଅର୍ଥାତ ରାଗ (ଅତ୍ୟଧିକ ପ୍ରେମ) , ରୋଷ (କ୍ରୋଧ) , ଈର୍ଷ୍ୟା (ଘୃଣା) , ମଦ (ଅହଙ୍କାର) ଏବଂ ମୋହ (ଆସକ୍ତ) – ଏହି ପାଞ୍ଚଟି କାମ ଦ୍ୱାରା ସଦା ସର୍ବଦା କ୍ଷତି ହୋଇଥାଏ। ସେଥିପାଇଁ ଏଗୁଡିକରୁ ସ୍ୱପ୍ନରେ ମଧ୍ୟ ଦୂରେଇ ରହିବା ଉଚିତ।

ରାଗ ଅର୍ଥାତ ଅତ୍ୟଧିକ ପ୍ରେମ:-

ଜୀବନରେ କୌଣସି କଥା ଅଧିକ ଖରାପ ହୋଇପାରେ। କାହାକୁ ଅତ୍ୟଧିକ ଅର୍ଥାତ ଆବଶ୍ୟକତା ଠାରୁ ଅଧିକ ଭଲ ପାଇବା ଭୁଲ ହୋଇଥାଏ। ଅତ୍ୟଧିକ ପ୍ରେମ ହେତୁ ଆମେ ଠିକ ଭୁଲ ଭିତରେ ପାର୍ଥକ୍ୟ ଜାଣି ପାରୁନାହୁଁ। ଅନେକ ଥର ଅତ୍ୟଧିକ ପ୍ରେମ ହେତୁ ମଣିଷ ଅଧର୍ମ ପର୍ଯ୍ୟନ୍ତ କାମ କରିଯାଏ। ଏଥିପାଇଁ କାହାକୁ ମଧ୍ୟ ଅତ୍ୟଧିକ ପ୍ରେମ କରିବା ଉଚିତ ନୁହେଁ।

Google

ରୋଷ ଅର୍ଥାତ କ୍ରୋଧ:-

କ୍ରୋଧ ମନୁଷ୍ୟର ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ। କ୍ରୋଧରେ ମନୁଷ୍ୟ ଭଲ ଖରାପକୁ ଚିହ୍ନି ପାରେନାହିଁ। ଯେଉଁ ବ୍ୟକ୍ତିଙ୍କର ସ୍ୱଭାବ କ୍ରୋଧପୂର୍ଣ୍ଣ ହୋଇଥାଏ , ସେ କିଛି ବିଚାର ନ କରି କୌଣସି ବ୍ୟକ୍ତିର ଖରାପ କରିପାରେ। ଏଥିପାଇଁ ଏହି ଅଭ୍ୟାସକୁ ଛାଡ଼ିଦେବା ଉଚିତ।

ଈର୍ଷ୍ୟା ଅର୍ଥାତ ଘୃଣା:-

ଯେଉଁ ବ୍ୟକ୍ତି ଅନ୍ୟପ୍ରତି ନିଜ ମନରେ ଈର୍ଷ୍ୟା ଭାବନା ରଖିଥାନ୍ତି , ସେ ନିଶ୍ଚିତ ଭାବରେ ପାପି , ଛଳ କପଟ ରଖୁଥିବା ବ୍ୟକ୍ତି , ପ୍ରତାରଣା କରିବା ଲୋକ ହୋଇଥାନ୍ତି। ସେ ଅନ୍ୟକୁ ନୀଚ୍ଚ ଦେଖାଇବା ପାଇଁ ଯେକୌଣସି କାମ କରିପାରନ୍ତି। ତେଣୁ ଆମକୁ ଈର୍ଷ୍ୟା ଭାବନା କେବେ ମଧ୍ୟ ମନକୁ ଆସିବାକୁ ଦେବା ଉଚିତ ନୁହେଁ।

ମଦ ଅର୍ଥାତ ଅହଙ୍କାର:-

ସାମାଜିକ ଜୀବନରେ ସମସ୍ତ ଲୋକଙ୍କ ପାଇଁ କିଛି ସୀମା ରହିଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେହି ସୀମାକୁ ସଦା ସର୍ବଦା ପାଳନ କରିବ ଉଚିତ , କିନ୍ତୁ ଅହଙ୍କାରୀ ବ୍ୟକ୍ତିଙ୍କର କିଛି ସୀମା ନଥାଏ। ଅହଙ୍କାର ଯୋଗୁଁ ମଣିଷ କେବେ ଅନ୍ୟୁମାନଙ୍କର ପରାମର୍ଶ ଗ୍ରହଣ କରେ ନାହିଁ , ନିଜ ଭୁଲକୁ ସ୍ୱୀକାର କରେ ନାହିଁ ଏବଂ ଅନ୍ୟମାନଙ୍କର ସମ୍ମାନ କରେନାହିଁ। ଏହିପରି ବ୍ୟକ୍ତି ନିଜ ପରିବାର ଏବଂ ବନ୍ଧୁମାନଙ୍କୁ କଷ୍ଟ ପହଞ୍ଚାଇଥାଏ।

Google

ମୋହ ଅର୍ଥାତ ଆସକ୍ତ:-

ସମସ୍ତଙ୍କୁ କୌଣସି ନା କୌଣସି ବ୍ୟକ୍ତି କିମ୍ବା ଜିନିଷ ପ୍ରତି ଆସକ୍ତି ଭାବ ରହିଥାଏ। ଏହା ମନୁଷ୍ୟର ସ୍ୱଭାବରେ ଅନ୍ତର୍ଭୁକ୍ତ ହୋଇଥାଏ , କିନ୍ତୁ କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ମୋହ କିମ୍ବା ଆସକ୍ତ ବର୍ବାଦ ହେବାର କାରଣ ହୋଇଥାଏ। କାହା ପ୍ରତି ଅତ୍ୟଧିକ ଆସକ୍ତ ହେବା ଦ୍ୱାରା ମଧ୍ୟ ଠିକ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ଜଣା ପଡେନାହିଁ ଏବଂ ତାର ସମସ୍ତ କାମରେ ତାକୁ ସମର୍ଥନ କରିଥାଏ। ଯେଉଁଥିପାଇଁ ଅନେକ ଥର କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button