ଓଡିଶା

ରାଉରକେଲା ଦୁର୍ଦ୍ଧାନ୍ତ ଅପରାଧୀକୁ ଏନକାଉଣ୍ଟର

ରାଉରକେଲା: ରାଉରକେଲାରେ ଝାଡ଼ଖଣ୍ଡର କୁଖ୍ୟାତ ଆନ୍ତଃରାଜ୍ୟ ଅପରାଧୀ ଲକୁଆକୁ ପୁଲିସ ଏନକାଉଣ୍ଟର କରିଛି। ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଗୁରୁତର ଆହତ ହୋଇଛି।

ସୁନ୍ଦରଗଡ଼଼ ଜିଲା ବିଶ୍ରା ଥାନା ଅକ୍ଷୟଶିଳା ଜଳପ୍ରପାତ ଅଞ୍ଚଳରେ ପୁଲିସ ଏବଂ ଅପରାଧୀ ଲକୁଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସକୁ ଦେଖି ଲକୁଆ ଗୁଳିଚଳାଇଥିଲା। ଏହାର ଜବାବରେ ଲକୁଆକୁ ପୁଲିସ ଏନକାଉଣ୍ଟର କରିଥିଲା ସୂଚନା ମିଳିଛି। ପୁଲିସ ଗୁଳିରେ ଗୁରୁତର ଆହତ ଅପରାଧୀ ଲକୁଆକୁ ରାଉରକେଲା ସରକାରୀ ହସ୍ପିଟାଲ୍‌‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଲକୁଆ ନାଁରେ ଦାଦାବଟି ଆଦାୟ, ହତ୍ୟା, ଚୋରି ଓ ଡକାୟତି ଭଳି ଏକାଧିକ ମାମଲା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button