ବ୍ୟବସାୟ

ପାର୍ବଣରେ ଋତୁରେ କମିଲା ସୁନା ଦର: ରାଜଧାନୀରେ ଗତକାଲି ତୁଳନାରେ ଖସିଲା ୧୧୫୦ ଟଙ୍କା – Utkal Mail


ଆରମ୍ଭ ହୋଇଛି ପାର୍ବଣ ଋତୁ। ଏନେଇ ଚଳଚଞ୍ଚଳ ହେଲାଣି ପଲ୍ଲୀ ଠୁ ସହର । ସମସ୍ତେ ଏଥିପାଇଁ ଖୁସି । ଏହାରି ଭିତରେ ସୁନା ଅଳଙ୍କାର କିଣିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ଆସି ପହଁଚିଛି ଖୁସି ଖବର । ଆଜ୍ଞା ହଁ କମିଛି ସୁନା ଦର । ସୁନା କିଣିବାକୁ ମନ ବଳାଇଥିଲେ ଡେରି ନକରି ଆଜି ହିଁ ଯାଆନ୍ତୁ ଆପଣଙ୍କ ପସନ୍ଦିଆ ସୁନା ଦୋକାନକୁ ଆଉ କିଣି ଆପଣନ୍ତୁ ବିଭିନ୍ନ ଡିଜାଇନର ଗହଣା । ସୁନା ଅଳଙ୍କାର କିଣି ପରିବାର ସହ ପାଳନ କରନ୍ତୁ ଏହି ପାର୍ବଣ ଋତୁକୁ ।

ତେବେ ଆସନ୍ତୁ ଜାଣିବା ଆଜି କେତେ ରହିଛି ସୁନାଦର:

ଦର୍ଶକବନ୍ଧୁ ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଥିଲେ ଗ୍ରାହକ । କିନ୍ତୁ ଏଥିରେ ଦେଖାଦେଇଛି ପରିବର୍ତ୍ତନ । ଆଜି କମିଛି ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୨,୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୩୮୦ ଟଙ୍କା ହୋଇଛି। କହିବାକୁ ଗଲେ ଗତ ୨୪ ଘଣ୍ଟା ଭିତରେ ପାଖାପାଖି ୧୦୪୦ ଟଙ୍କା କମିଛି ସୁନା ଦର। ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପାଖାପାଖି ୧୧୫୦ ଟଙ୍କା କମିଛି ସୁନା ଦର । ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨,୬୦୦ ଟଙ୍କା ଟଙ୍କା ଓ ୫୭,୩୮୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର କମିଛି । ଗତକାଲି ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୩,୨୦୦ ଟଙ୍କା ଓ ୫୮,୦୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୩,୩୫୦ ଟଙ୍କା ଓ ୫୮,୧୯୦ ଟଙ୍କା ରହିଥିଲା । ହେଲେ ଏହି ଦର ଆଜି କମିଛି । ଆଜି ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୨,୬୦୦ ଟଙ୍କା ଓ ୫୭,୩୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୨,୭୫୦ ଟଙ୍କା ଓ ୫୭,୫୩୦ ଟଙ୍କା ରହିଛି ।

ଅନ୍ୟପଟେ ଗତକାଲି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୩,୩୫୬ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୮,୪୩୦ଟଙ୍କା ଥିବା ରେକର୍ଡ ହୋଇଥିଲା । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୨,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୭,୭୧୦ଟଙ୍କା ଥିବା ରେକର୍ଡ ହୋଇଛି ।

ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଗତକାଲି ୨୨ କ୍ୟାରେଟ ମୂଲ୍ୟ ୫୩,୨୦୦ ଟଙ୍କା ଓ ୨୪ କ୍ୟାରେଟ ମୂଲ୍ୟ ୫୮,୦୪୦ ଟଙ୍କା ରହିଥିଲା ଏବଂ ଆଜି କୋଲକାତାରେ ଯଥାକ୍ରମେ ୫୨,୬୦୦ ଟଙ୍କା ଓ ୫୭,୦୩୮୦ ଟଙ୍କା ରହିଛି। ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ଗତକାଲି ୭୧,୦୦୦ ଥିବାବେଳେ ଆଜି ୭୦,୭୦୦ ଟଙ୍କା ରହିଥିବା ନେଇ ସୂଚନା ମିଳିଛି।

 

 


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button