ଶୀତଦିନେ ଅସୁସ୍ଥ ହେବାକୁ ଚାହୁଁ ନଥିଲେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ୧୦ଟି ଜିନିଷ

ଶୀତଦିନେ ନିମ୍ନ ତାପମାତ୍ରାର ପ୍ରଭାବ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଉପରେ ପଡିଥାଏ। ଏହାର ଅର୍ଥ ହେଉଛି ଯେ କୌଣସି ଋତୁ ଅପେକ୍ଷା ଲୋକଙ୍କର ଅଧିକ ଅସୁସ୍ଥ ହେବାର ଆଶଙ୍କା ଏହି ସମୟରେ ସର୍ବାଧିକ ହୋଇଥାଏ। ଏହି ଋତୁରେ ରୋଗରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଆପଣଙ୍କର ଖାଦ୍ୟର ବିଶେଷ ଯତ୍ନ ନେବା ଉଚିତ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତଦିନେ ଆମକୁ କିଛି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଖାଦ୍ୟରେ ଅଧିକ ମିଠା ଖାଦ୍ୟ ଖାଇବା ଦ୍ୱାରା ଆମର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଥାଏ। ଏକ ଅଧ୍ୟୟନ ଅନୁଯାୟୀ , ଅଧିକ ମିଠା ଖାଉଥିବା ଲୋକଙ୍କ ମଧ୍ୟରେ ବ୍ୟାକ୍ଟେରିଆ ମାଧ୍ୟମରେ ହେଉଥିବା ରୋଗ ସହ ଲଢ଼ିବା ପାଇଁ କ୍ଷମତା ଶେଷ ହୋଇଯାଏ। ଆମକୁ କମରସିଆଲ ଫଳ ରସ , ମୃଦୁ ପାନୀୟ ଏବଂ ଉଚ୍ଚ ଚିନି ଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ।
ଯେକୌଣସି ଋତୁରେ ଭଜା ଖାଦ୍ୟ ନ ଖାଇବା ପାଇଁ ଲୋକ ମାନଙ୍କୁ ପ୍ରାୟତଃ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଏହିପରି ଖାଦ୍ୟର ସବୁଠାରୁ ଖରାପ ପ୍ରଭାବ ଶୀତଦିନେ ହୋଇଥାଏ। ଭଜା ଖାଦ୍ୟରେ ପ୍ରଚୁର ପରିମାଣର ଚର୍ବି ରହିଥାଏ , ଯାହା କେବଳ ପ୍ରଦାହର ସମସ୍ୟା ସୃଷ୍ଟି କରେ ନାହିଁ ବରଂ ଛାତିରେ କଫର ସମସ୍ୟାକୁ ମଧ୍ୟ ବଢ଼ାଇଥାଏ।
ହିଷ୍ଟାମିନ ପ୍ରତିରକ୍ଷା ପ୍ରଣାଳୀରୁ ତିଆରି ହୋଇଥିବା ଏଭଳି ଏକ ଯୌଗିକ ଅଟେ , ଯାହା ଶରୀରକୁ ଅବାଞ୍ଛିତ ପଦାର୍ଥରୁ ରକ୍ଷା କରିଥାଏ। କେତେକ ଖାଦ୍ୟ ପଦାର୍ଥ ଯେପରିକି ଅଣ୍ଡା , ଛତୁ , ଟମାଟୋ , ଶାଗ , ଶୁଖିଲା ଫଳ ଏବଂ ଦହିରେ ଏହା ଅଧିକ ପରିମାଣରେ ରହିଥାଏ , ଯାହା କଫର ସମସ୍ୟା ବଢାଇପାରେ। ଶୀତଦିନେ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ହେବା ଦ୍ୱାରା ଅତ୍ୟଧିକ କଷ୍ଟଦାୟକ ହୋଇପାରେ।



