ଓଡିଶା

ବଡ଼ମ୍ବା ଗୋପିନାଥପୁର ଟି-ବ୍ରିଜରେ ଦଳାଚକଟା, ଏକାଧିକ ଆହତ

କଟକ -କଟକ ଜିଲ୍ଲା ବଡ଼ମ୍ବା ଗୋପିନାଥପୁର ଟି-ବ୍ରିଜ୍ ଉପରେ ଅସମ୍ଭବ ଭିଡ ଯୋଗୁଁ ଦଳାଚକଟା ଘଟିଛି । ଏଥିରେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ଭିତରେ ୪ ମହିଳା ଓ ୩ ଶିଶୁ ରହିଛନ୍ତି।

ମକର ମେଳା ପାଇଁ ଲକ୍ଷାଧିକ ଲୋକ ଟି- ବ୍ରିଜ୍‌ ଯୋଗେ ସିଂହନାଥ ପୀଠକୁ ଦର୍ଶନ ନିମନ୍ତେ ଆସିଥିଲେ। ସିଂହନାଥ ପୀଠ ନିକଟ ମେଳା ପଡ଼ିଆରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ଅଛି ବୋଲି କଟକ ଜିଲ୍ଲାପାଳ କହିବା ସହ ଭିଡ଼ ମଧ୍ୟରୁ ଶ୍ରଦ୍ଧାଳୁଙ୍କୁ ବାହାର କରାଯାଉଥିବା ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button