ଓଡିଶା

ଅଭୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଦାଣ୍ଡକାଳୀ ମନ୍ଦିରର ନିକଟରୁ  ଜଣେ ଯୁବକଙ୍କ  ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର କରୁଣାକର ପଣ୍ଡାଙ୍କ ପୁଅ ଅଭୟ।

ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କରୁଣାକର ପଣ୍ଡାଙ୍କ ସାନ ପୁଅ ଅଭୟ ପଣ୍ଡା ଘରକୁ ଫେରି ନ ଥିଲେ। ଘର ଲୋକ ବହୁ ଖୋଜାଖୋଜି କରିଥିଲେ। ଗୁରୁବାର ସକାଳୁ ଅଭୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଖନ୍ତାପଡା ଥାନା ଅଧୀନ ଦାଣ୍ଡକାଳୀ ମନ୍ଦିର ନିକଟରେ ପଡିଥିବାକୁ ଲୋକେ ଦେଖିବାକୁ ପାଇଥିଲେ। ମୃତଦେହ ମିଳିବା ପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା ଓ ମୃତକ କରୁଣାକରଙ୍କ ପୁଅ ବୋଲି ମଧ୍ୟ ଜଣାପଡିଥିଲା।

ଅଭୟଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। କାରଣ କିଛି ଦିନ ହେବ ଅଭୟଙ୍କର କିଛି ପିଲାଙ୍କ ସହ ଶତ୍ରୁତା ଚାଲିଥିଲା। ତେଣୁ ତାଙ୍କୁ ହତ୍ୟା କରିଥିବା ଘର ଲୋକେ ସନ୍ଦେହ କରୁଛନ୍ତି।

ସେପଟେ ଖବର ପାଇ ଘଟଣା ସ୍ଥଳରେ ଖନ୍ତାପଡା ଥାନାର ଏଏସଆଇ ରତିକାନ୍ତ ଦାସ ପଂହଛି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି ଓ  ତଦନ୍ତ ଜାରି ରଖିଛନ୍ତି। ଏଥି ସହିତ ୩ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button