ଜୀବନଶୈଳୀ

ଘର ସାମ୍ନାରେ ଯଦି ଏହି ଚାରୋଟି ଗଛ ସ୍ୱତଃ ପ୍ରକଟ ହୁଏ ତେବେ ଦୂର ହୁଏ ଦାରିଦ୍ର୍ୟତା

ହିନ୍ଦୁ ପୁରାଣରେ ବର୍ଣ୍ଣିତ ହୋଇଛି ଯେ ମନୁଷ୍ୟ ଜୀବନରେ ସୁଖ କିମ୍ବା ଦୁଃଖ ଆସିବା ପୂର୍ବରୁ ଭିନ୍ନ ଭିନ୍ନ ଜୀବଜନ୍ତୁ ପଶୁ ପକ୍ଷୀ ଏବଂ ପ୍ରକୃତି ଦ୍ୱାରା ତାହାର ଶୁଭ କିମ୍ବା ଅଶୁଭ ସଙ୍କେତ ପୂର୍ବରୁ ହିଁ ମିଳିଯାଏ । ଯାହାଦ୍ୱାରା ମନୁଷ୍ୟ ଖରାପ ସମୟ ଆସିବା ପୂର୍ବରୁ ସତର୍କ ହୋଇଯାଏ କିମ୍ବା ଭଲ ସମୟ ଆସିବା ଆଗରୁ ଅବଗତ ହୋଇଯାଏ । ସେହିଭଳି ଘର ପାଖରେ କିଛି ଗଛ ଏପରି ଅଛି ଯାହା ସ୍ୱତଃ ଜନ୍ମ ହେବା ଦ୍ୱାରା କିମ୍ବା କିଛି ଗଛ ଘରେ ଲଗାଇବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏମିତିରେବି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ବୃକ୍ଷ ରୋପଣ କରିବା ଦ୍ୱାରା ମନୁଷ୍ୟର ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ମନୁଷ୍ୟର ମୃତ୍ୟୁ ପରେ ମଧ୍ୟ ସେହି ଗଛ ପୁଣ୍ୟ ପ୍ରାପ୍ତି କରିଥାଏ ।

କିନ୍ତୁ କିଛି ଗଛ ଏଭଳି ଅଛି ଯାହାକି ସ୍ୱତଃ ଘର ଚାରି ପାଖରେ ଉଠିଥାଏ । ତାହା ବାସ୍ତବରେ ଦେବତାଙ୍କ ସଙ୍କେତ ଆକାରରେ ଜନ୍ମ ହୋଇଥାଏ । ସେହି ଗଛ ମନୁଷ୍ୟ ଜୀବନରେ ଶୁଭ ପରିବର୍ତ୍ତନ ଆଣିଥାଏ । ମାତ୍ର ଯଦି ଆପଣ ଅଶୁଭ ଗଛ ସ୍ୱତଃ ଜନ୍ମ ହେବାର ଦେଖନ୍ତି ତେବେ ତାହାକୁ ସମ୍ପୂର୍ଣ୍ଣ ହଟାଇ ଦେବା ଶ୍ରେୟସ୍କର ହୋଇଥାଏ । ତେବେ ଚାଲନ୍ତୁ ସେହି ଗଛ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ତୁଳସୀ ଗଛ:-

ତୁଳସୀ ଗଛରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଯଦି ଘର ଚାରି ପାଖରେ ହଠାତ ଏକାଧିକ ତୁଳସୀ ଗଛ ଜନ୍ମ ହୁଏ ତେବେ ତାହା ଶୁଭ ସଙ୍କେତ ଅଟେ । ଏହାଦ୍ବାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ଏବଂ ଧନର ଆଗମନ ହୋଇଥାଏ । ଘରକୁ ଖୁସି ଆସିବା ପୂର୍ବରୁ ପ୍ରଥମେ ତୁଳସୀ ଗଛ ସବୁଜ ଏବଂ ଭରପୁର ହୋଇଥାଏ । ଯଦି ଏପରି ହଠାତ ଘର ଚାରି ପାଖରେ ତୁଳସୀ ଗଛ ଜନ୍ମ ହେଉଛି ତେବେ ତାହାକୁ କୌଣସି ବ୍ୟକ୍ତି କିମ୍ବା ମନ୍ଦିରରେ ଦାନ କରିଦେଲେ ତାହା ଅଧିକ ଶୁଭ ଫଳ ଦେଇଥାଏ । କିନ୍ତୁ ତୁଳସୀ ଗଛକୁ ବିକ୍ରି କରିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି । ତୁଳସୀ ଗଛ ହଠାତ ଶୁଖିଗଲେ ତାହା ଅଶୁଭ ସଙ୍କେତ ଅଟେ ।

୨ . ଅମୃତଭଣ୍ଡା ଗଛ:-

ଯଦି ଘରର ଆଖପାଖରେ ଅମୃତଭଣ୍ଡା ଗଛ ସ୍ୱତଃ ଜାତ ହୋଇଥାଏ ତେବେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଏହା ଆଗାମୀ ସମୟରେ ଜୀବନରେ ଆସୁଥିବା ସମସ୍ୟାକୁ ଦର୍ଶାଇ ଥାଏ । ତେଣୁ ତାହାକୁ ତୁରନ୍ତ କୌଣସି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରି ଦିଅନ୍ତୁ । ଅମୃତଭଣ୍ଡା ଗଛ ଘର ପାଖରେ ରହିବା ମଧ୍ୟ କୌଣସି ବଡ଼ ଦୁର୍ଘଟଣାର ସଙ୍କେତ ହୋଇଥାଏ ।

୩ . ନିମ ଗଛ:-

ଘରର ଆଖପାଖରେ ନିମ ଗଛ ସ୍ୱତଃ ଜାତ ହେବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗଛ ଔଷଧୀୟ ଗୁଣରେ ଭରପୁର ଥାଏ ଏବଂ ଏହା ନକରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ । ଏହି ଗଛ ଘର ପାଖରେ ହେଲେ ଏହାର ଅର୍ଥ ଆପଣଙ୍କ ସହିତ କିଛି ଭଲ ହେବାକୁ ଯାଉଛି।

୪ . ଅରଖ ଗଛ:-

ଅରଖ ଗଛ ଘର ପାଖରେ ସ୍ୱତଃ ଜାତ ହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ଏହି ଗଛରୁ କ୍ଷୀର ଭଳି ବିଷାକ୍ତ ପଦାର୍ଥ ବାହାରିଥାଏ । ଯଦି ଆପଣ ଏହି ଗଛକୁ ଘର ପାଖରେ ରଖିବାକୁ ଚାହୁଁ ନାହାଁନ୍ତି ତେବେ ଅକ୍ଷତ , ସିନ୍ଦୁର ଏବଂ ହଳଦୀରେ ପୂଜା କରି ଅନ୍ୟତ୍ର ସ୍ଥାନାନ୍ତର କରି ଦିଅନ୍ତୁ । କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଗଛ ଘର ପାଖରେ ସ୍ୱତଃ ପ୍ରକଟ ହେଲେ ଧନ ଅର୍ଜନ ହୋଇଥାଏ ।

୫ . ପଦ୍ମ ଫୁଲ:-

ଘରର ଆଖପାଖରେ କୌଣସି ଜଳାଶୟ କିମ୍ବା ପାଣି ଟାଙ୍କିରେ ପଦ୍ମ ଫୁଲ ଜାତ ହୁଏ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗଛ ଘର ପାଖରେ ହେବା ଅର୍ଥ ଆପଣ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି । ଯେଉଁ ଘର ପାଖରେ ପଦ୍ମ ଫୁଲ ଗଛ ହୁଏ ସେହି ଘରେ ଧନ ଜନିତ ସମସ୍ୟା କେବେ ହୁଏନାହିଁ । ଏହି ଗଛ ଘରକୁ ସୁଖ ସମୃଦ୍ଧି ନେଇ ଆସିଥାଏ ।

୬ . ଅଶ୍ୱତ୍ଥ ଗଛ:-

ଅଶ୍ୱତ୍ଥ ଗଛରେ ସବୁ ଦେବଦେବୀଙ୍କ ବାସ ହୋଇଥାଏ । ତେଣୁ ଏହି ଗଛ ହଠାତ ଘର ପାଖରେ ପ୍ରକଟ ହେଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ନେଇ ଆସିଥାଏ । ଏହାର ଅର୍ଥ ସେହି ଘର ଉପରେ ଦେବଦେବୀଙ୍କ କୃପା ରହିଛି । ତେଣୁ ସେହି ଗଛକୁ ପୂଜା କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button