ବିଚାର

ଝିଅ ଘରେ ଖାଇବା ଦ୍ୱାରା କଣ ହୋଇଥାଏ । ଜାଣି ନିଅନ୍ତୁ

ଏଭଳି ଲୋକେ କହନ୍ତି ଯେ ଝିଅ ଘରେ ଖାଇବା ଦ୍ୱାରା ଜନ୍ମଜନ୍ମର ପାପ ଭୋଗିବାକୁ ପଡ଼ିଥାଏ । କିନ୍ତୁ ଏହା ବାସ୍ତବରେ ସତ କି ମିଛ ତାହା ଆଜି ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ କହିବୁ । ଗୋଟିଏ ଗାଁରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ଦୁଇ ପୁଅ ଝିଅଙ୍କ ସହିତ ରହୁଥିଲେ । ସେହି ବ୍ୟକ୍ତି ଜଣକ ନିଜ ପୁଅ ଝିଅକୁ ପାଖ ଗାଁରେ ଥିବା ସ୍କୁଲକୁ ପଢ଼ିବାକୁ ପଠାଇଲେ । ପଢ଼ା ସମ୍ପୂର୍ଣ୍ଣ ହେବା ପରେ ବାପା ନିଜ ପୁଅ ଝିଅର ବିବାହ କରିବା ବୟସ ଯେତେବେଳେ ଆସିଗଲା ସେତେବେଳେ ସେ ନିଜ ପୁଅକୁ ଛାଡ଼ି ବିବାହ କରିବାକୁ କହିଲେ । କିନ୍ତୁ ପୁଅ ମନା କରିଦେଲା ଏବଂ କହିଲା ଯେ ଯେତେ ପର୍ଯ୍ୟନ୍ତ ସେ ନିଜେ କୌଣସି ଚାକିରୀ କରିନାହିଁ ସେତେ ପର୍ଯ୍ୟନ୍ତ ବିବାହ କରିବ ନାହିଁ ଏବଂ ନିଜ ବାପା ମା’ଙ୍କ ଉପରେ ବୋଝ ହେବ ନାହିଁ ।

ଏହାପରେ ବାପା ନିଜ ସାନ ଝିଅର ଏକ ଭଲ ପରିବାର ଦେଖି ବିବାହ କରାଇ ଦେଲେ । କିଛିଦିନ ପରେ ପୁଅର ମଧ୍ୟ ସରକାରୀ ଚାକିରୀ ହେଲା ଏବଂ ତାହାର ଏକ ବର୍ଷ ପରେ ବିବାହ କରି ନିଜ ସ୍ତ୍ରୀକୁ ନେଇ ଗାଁକୁ ବାପା ମା’ଙ୍କ ପାଖକୁ ଆଶୀର୍ବାଦ ନେବାକୁ ଆସିଲା । ବାପା ମା’ ମଧ୍ୟ ପୁଅର ସଫଳତା ପାଇଁ ବେଶ ଖୁସିରେ ଥାଆନ୍ତି । ପୁଅ ଦିନେ ବାପା ମା ଙ୍କୁ ଗାଁର ଘର ଏବଂ ଜମି ବିକ୍ରି କରି ତାଙ୍କ ସହିତ ଆସି ସହରରେ ରହିବାକୁ କହିଲା । ବାପା ମା’ ମଧ୍ୟ ଠିକ ସେମିତି କଲେ । କିଛି ବର୍ଷ ପରେ ବାର୍ଦ୍ଧକ୍ୟ ଆସିଲା ଏବଂ ମା’ ର ମୃତ୍ୟୁ ହୋଇଗଲା । ବାପାଙ୍କ ଶରୀର ଧୀରେ ଧୀରେ ଦୁର୍ବଳ ହେଲା ଏବଂ ଯେଉଁ କାରଣରୁ ନାନା ପ୍ରକାରର ରୋଗ ଗ୍ରାସ କରିବାରେ ଲାଗିଲା । ଯେଉଁ କାରଣରୁ ପୁଅ ନିଜ ବାପାକୁ ଘୃଣା କରିବାରେ ଲାଗିଲା ଏବଂ ଏମିତିକି ପୁତ୍ର ବଧୂ ମଧ୍ୟ ନିଜ ସ୍ୱାମୀକୁ କହିଲା ଯେ ସେ ନିଜ ବାପାକୁ ବୃଦ୍ଧାଶ୍ରମରେ ଛାଡ଼ିଦେଇ ଆସନ୍ତୁ ବୋଲି ।

ଏହାପରେ ପୁଅ ନିଜ ବାପକୁ ବୃଦ୍ଧାଶ୍ରମରେ ଛାଡ଼ି ଦେଇ ଆସିଲା । ବାପା ମଝିରେ ମଝିରେ କୌଣସି ଅସୁବିଧା ହେଲେ ପୁଅକୁ ଚିଠି ଲେଖୁଥାଏ । କିନ୍ତୁ ଚିଠି ପହଞ୍ଚିବାକୁ ବିଳମ୍ବ ହେବାରୁ ଠିକ ସମୟରେ କିନ୍ତୁ ପୁଅ ବୃଦ୍ଧାଶ୍ରମରେ ପହଞ୍ଚି ପାରୁ ନଥାଏ । ଏମିତିରେ ବୃଦ୍ଧା ଜଣକ ଖୁବ ଦୁଃଖରେ ରହୁଥିଲେ । ସେହି ବୃଦ୍ଧାଶ୍ରମରେ ତାଙ୍କର ଜଣେ ଧାର୍ମିକ ମିତ୍ର ତାଙ୍କୁ ତାଙ୍କର ଅନ୍ୟ କେହି ପୁଅ କିମ୍ବା ଝିଅ ପାଖକୁ ଚାଲି ଯିବାକୁ କହିଲେ । ମାତ୍ର ବୃଦ୍ଧା ଜଣକ ନିଜ ଝିଅ ଘରକୁ ଯିବାକୁ ସମ୍ପୂର୍ଣ୍ଣ ମନା କରିଦେଲେ । ସେ କହିଲେ ଯେ ଝିଅ ଘରେ ରହିଲେ ଏବଂ ଖାଇଲେ ଭାରି ପାପ ଲାଗିଥାଏ ।

ଏହା ଶୁଣି ସେହି ଜ୍ଞାନୀ ବ୍ୟକ୍ତି ଜଣକ କହନ୍ତି ଯେ ଏହି ଦୁନିଆରେ ଏଭଳି ନିୟମ କେବଳ ତୁଚ୍ଛ ଚିନ୍ତାଧାରା ରଖୁଥିବା ବ୍ରାହ୍ମଣ ମାନେ ତିଆରି କରିଛନ୍ତି । ଯାହା ବାସ୍ତବରେ ଠିକ ନୁହେଁ । ଆଗରୁ ବାପା ନିଜ ଝିଅକୁ ବିବାହ ସମୟରେ ଅଧିକ କିଛି ଦେଇ ପାରୁ ନଥିଲେ ଯେଉଁ କାରଣରୁ ଏଭଳି ଏକ ଚିନ୍ତାଧାରା ପାଳନ କରାଯାଉଥିଲା ଯେ ଝିଅ ଘରକୁ ଯାଇ ରହିବା କିମ୍ବା ଖାଇବା ଦ୍ୱାରା ଘୋର ପାପ ହୋଇଥାଏ ।

କିନ୍ତୁ ବର୍ତ୍ତମାନ ସମୟରେ ସେହିଭଳି ଚିନ୍ତାଧାରା ଆଉ ନାହିଁ । ବର୍ତ୍ତମାନ ବାପାଙ୍କ ଜମିରେ ଝିଅର ସମାନ ଅଧିକାର ମଧ୍ୟ ରହିଛି । ତେଣୁ ଝିଅ ଘରେ ଯାଇ ବାପା ରହିବା କିମ୍ବା ଖାଇବା କୌଣସି ପାପ ନୁହେଁ । ତେଣୁ ଜ୍ଞାନୀ ବ୍ୟକ୍ତି ଜଣକଙ୍କର କଥା ବୃଦ୍ଧା ଜଣକ ନମାନିବାରୁ ସେ ନିଜେ ତାଙ୍କୁ ନକହି ତାଙ୍କ ଝିଅଙ୍କ ପାଖକୁ ଚିଠି ଲେଖିଲେ ।

ଚିଠି ପାଇବା ପରେ ଝିଅ ସଙ୍ଗେ ସଙ୍ଗେ ବୃଦ୍ଧାଶ୍ରମରେ ପହଞ୍ଚିଗଲା ଏବଂ ବାପାଙ୍କର ଏଭଳି ଅବସ୍ଥା ଦେଖି କାନ୍ଦିବାରେ ଲାଗିଲା । ଏହାପରେ ଝିଅ ବାପାଙ୍କୁ ନିଜ ଘରକୁ ନେବାକୁ ବହାରିବାରୁ ବାପା ପୁଣି ସେହି କଥା କହିଲେ ଯେ ଝିଅ ଘରେ ଜଣେ ବାପା ରହିଲେ କିମ୍ବା ଖାଇଲେ ଘୋର ପାପ ଲାଗିଥାଏ । ମାତ୍ର ଝିଅ ନିଜ ବାପାଙ୍କୁ ବୁଝେଇବାରେ ଲାଗେ ଯେ ସେଭଳି କୌଣସି ମାନ୍ୟତା ନାହିଁ ।

ପୁଅ ଏବଂ ଝିଅ ଉଭୟ ବାପାଙ୍କ ସେବା କରି ପାରିବେ । ଏହା ପାପ ନୁହେଁ । କାରଣ ଏଭଳି ଚିନ୍ତାଧାରା ସେହି ବ୍ରାହ୍ମଣ ମାନେ ବାହାର କରିଛନ୍ତି ଯେଉଁମାନେ ଟଙ୍କା ପାଇଁ ଧର୍ମ ଧର୍ମର ଦ୍ୱାହି ଦେଇ ଖରାପ ଚିନ୍ତାଧାରା ଲୋକଙ୍କ ମୁଣ୍ଡରେ ପୁରାଉଥିଲେ ଏବଂ ଜାତି ଧର୍ମ ବାହାର କରିଥିଲେ ।

ଅନେକ ବୁଝାଇବା ପରେ ବୃଦ୍ଧା ନିଜ ଝିଅ ଜ୍ୱାଇଁ ସହିତ ଘରକୁ ଗଲେ ଏବଂ ଝିଅର ସେବା ଶୁଶ୍ରୁଷା ପରେ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା କିଛିଦିନ ପରେ ବୃଦ୍ଧା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ ଏବଂ ନିଜ ଝିଅ ଘରେ ରହିବାକୁ ଲାଗିଲେ । ତେଣୁ କହିରଖିବୁ ଯେ ଏଭଳି ଝିଅ ଘରେ ବାପା ଖାଇବା କିମ୍ବା ରହିବା ଯେ ପାପ ତାହା ଆଦୋୖ ଥିଲା ନୁହେଁ । ତାହା କେବଳ କିଛି ଲୋଭି ବ୍ରାହ୍ମଣଙ୍କର କାମ ଯେଉଁମାନଙ୍କ କାରଣରୁ ସମ୍ପୂର୍ଣ୍ଣ ସମାଜ ବଦନାମ ହୋଇ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button