ୟୁଟ୍ୟୁବ୍ କରିଦେଲା କୋଟିପତି; ଦିନେ ମିସ୍ତ୍ରୀ ଥିଲେ ଆଜି ୨୦୦ କୋଟିର ମାଲିକ

ଦିନେ ମିସ୍ତ୍ରୀ ଓ ଗାଡି ମେକାନିକ ଭାବେ କାର୍ଯ୍ୟ କରୁଥିଲେ। କରୋନା ସମୟରେ ତାଙ୍କ ପାଖରେ କିଛି ନଥିଲା । ତେବେ ପ୍ରଥମେ ଟିକ୍ ଟକ୍ ଭିଡିଓ ତିଆରି କରୁଥିଲେ। ଟିକ୍ ଟକ୍ ବ୍ୟାନ ଦେବା ପରେ ଇନଷ୍ଟାଗ୍ରାମରେ ରିଲ୍ସ ଓ ୟୁଟ୍ୟୁବରେ ଡେଲି ବ୍ଲଗିଂ ଆରମ୍ଭ କରିଥିଲେ। ଯାହା ତାଙ୍କୁ କୋଟିପଟି କରିଦେଲା। ସେ ହେଉଛନ୍ତି ୟୁଟ୍ୟୁବର ଅରମାନ ମଲ୍ଲିକ ।
ଅରମାନ ମଲ୍ଲିକଙ୍କର ୟୁଟ୍ୟୁବରେ “ମଲ୍ଲିକ ଭ୍ଲଗ୍ସ୍” ନାମରେ ଏକ ଚ୍ୟାନଲ ରହିଛି ଯେଉଁଥିରେ ୭.୬୧ ମିଲିୟନ୍ ସବସ୍କାଇବର ଅଛନ୍ତି । ତାଙ୍କର ସମୁଦାୟ ୭ଟି ୟ୍ୟୁଟୁବ ଚ୍ୟାନେଲ ରହିଛି । ଯେଉଁଥିରେ ସେ ମୁଖ୍ୟତଃ ଡେଲି ବ୍ଲଗିଂ ଭିଡିଓ ଅପଲୋଡ କରିଥାନ୍ତି। ଅରମାନ ନିଜର ୨ପତ୍ନୀ ପାୟଲ ଓ କ୍ରିତିକା ମଲିକଙ୍କୁ ଏକାଠି ଗୋଟିଏ ଘରେ ନେଇ ରହିବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ଦୁଇ ଜଣଙ୍କ ସହ ବ୍ଲଗିଂ ଭିଡିଓ ମଧ୍ୟ କରିଥାନ୍ତି।
ତେବେ ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ ନିଜ ସମ୍ପତ୍ତି ବିଷୟରେ ପ୍ରକାଶ କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସେ କହିଥିଲେ ବର୍ତ୍ତମାନ ତାଙ୍କ ପାଖେ ୧୦୦-୨୦୦ କୋଟିର ସମ୍ପତ୍ତି ଅଛି। ଏହାଛଡା ତାଙ୍କର ୧୦ଟି ଫ୍ଲାଟ ରହିଛି ଯେଉଁଥିରୁ ୪ଟିରେ ତାଙ୍କ ପରିବାର ରହୁଥିବା ବେଳେ ଅନ୍ୟ ୬ଟିରେ ତାଙ୍କ ଷ୍ଟାଫ୍ ରହୁଛନ୍ତି। ଯାହା ସେ ତାଙ୍କ ଅଢେଇ ବର୍ଷର ୟୁଟ୍ୟୁବ କ୍ୟାରିଅରରେ କମାଇଛନ୍ତି।