ସ୍ୱାସ୍ଥ୍ୟ

ଆଖିକୁ ସୁସ୍ଥ ରଖେ ଏହି ସବୁ ଖାଦ୍ୟ, ଦୃଷ୍ଟିଶକ୍ତିରେ ଆସେ ଉନ୍ନତି

ସାଧାରଣତଃ ଲୋକମାନେ ଫିଟନେସ୍ ଏବଂ ସ୍କିନର ଅଧିକ ଯତ୍ନ ନିଅନ୍ତି, ହେଲେ ଆଖିର ଯତ୍ନ ବାବଦରେ ବିଶେଷ ଧ୍ୟାନ ଦିଅନ୍ତିନି। ଯାହା ଫଳରେ ଧୀରେ ଧୀରେ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଯାଏ ଏବଂ ଚଷମାର ବ୍ୟବହାର କରିବାକୁ ପଡ଼େ। କମ୍ ଆଲୋକରେ ପାଠ ପଢିବା, ଟିଭି ଦେଖିବା, ସବୁବେଳେ ମୋବାଇଲ ଏବଂ କମ୍ପ୍ୟୁଟର ବ୍ୟବହାର ଦୃଷ୍ଟିଶକ୍ତି ହ୍ରାସର ମୁଖ୍ୟ କାରଣ।

ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଦୃଷ୍ଟିଶକ୍ତି ଅସ୍ପଷ୍ଟ ହେବାରେ ଲାଗିଛି, ତେବେ ଏଠାରେ କିଛି ଖାଦ୍ୟ ଅଛି, ଯାହାକୁ ସେବନ କରିବା ଦ୍ୱାରା ଆଖି ସୁସ୍ଥ ରହିବା ସହ ଦୃଷ୍ଟିଶକ୍ତିରେ ଉନ୍ନତି ଆସିପାରିବ। କଣ ସେହି ସବୁ ଖାଦ୍ୟ, ଜାଣନ୍ତୁ…

ଗାଜର 
ଆଖି ପାଇଁ ଗାଜର ସବୁଠାରୁ ଉପକାରୀ ଖାଦ୍ୟ ମଧ୍ୟରେ ଅନ୍ୟତମ। ଗାଜରରେ ବିଟା କାରୋଟିନ୍ ନାମକ ଏକ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା ଆଖିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ଏବଂ ଶରୀର ଏହାକୁ ଭିଟାମିନ୍-ଏ ତିଆରି କରିବାରେ ବ୍ୟବହାର କରିଥାଏ। ଭିଟାମିନ୍-ଏ ରାତିରେ ଭଲ ଦେଖିବାରେ ସାହାଯ୍ୟ କରେ। ଏହା ଦୃଷ୍ଟି ଶକ୍ତିକୁ ତୀକ୍ଷ୍ଣ କରେ।

ସାଲେମନ 
ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିବା ପାଇଁ ସାଲେମନ ଖାଇପାରିବେ। ସାଲେମନ ମାଛରେ ଓମେଗା-3 ଫ୍ୟାଟି ଏସିଡ୍ ଭରପୂର ଥାଏ। ଏହାକୁ ଖାଇବା ଦ୍ୱାରା ଆଖି ଡ୍ରାଏ ହେବାର ସମ୍ଭାବନା ନଥାଏ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ।ବ୍ରୋକଲି
ରେଟିନାରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରିଥାଏ ବ୍ରୋକଲି। ଏହା ବୟସ ସହ ଆଖିରେ ଘଟୁଥିବା କ୍ଷତିକୁ ହ୍ରାସ କରେ। ବ୍ରୋକଲିରେ ଲ୍ୟୁଟିନ୍ ଏବଂ ଜିଆକ୍ସାଣ୍ଟିନ୍ ଭଳି ଉପାଦାନ ମଧ୍ୟ ରହିଥାଏ, ଯାହା ଆଖିକୁ ସୁରକ୍ଷା ଦେଇଥାଏ।

ବ୍ରୋକଲି
ରେଟିନାରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରିବା ପାଇଁ ବ୍ରୋକଲି ବେଶ୍ ଉପକାରୀ। ଏହା ବୟସ ସହିତ ଆଖିରେ ଘଟୁଥିବା କ୍ଷତିକୁ ହ୍ରାସ କରେ। ବ୍ରୋକଲିରେ ଲ୍ୟୁଟିନ୍ ଏବଂ ଜିଆକ୍ସାଣ୍ଟିନ୍ ଭଳି ଉପାଦାନ ମଧ୍ୟ ରହିଥାଏ, ଯାହା ଆଖିକୁ ରକ୍ଷା କରିଥାଏ।

ପାଳଙ୍ଗ
ଆଖିକୁ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ପାଳଙ୍ଗ ଅନ୍ତର୍ଭୁକ୍ତ କରନ୍ତୁ। ପାଳଙ୍ଗ କେବଳ ଆଖିକୁ ସୁସ୍ଥ ରଖେ ନାହିଁ, ଏହା ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ଉତ୍ତମ ପରିବା।

ଅଣ୍ଡା
ଅଣ୍ଡାକୁ ସୁପରଫୁଡର ଆଖ୍ୟା ଦିଆଯାଇଛି। ଅଣ୍ଡା କେବଳ ପ୍ରୋଟିନର ଏକ ଉତ୍ତମ ଉତ୍ସ ନୁହେଁ, ଏଥିରେ ଜିଙ୍କ ଏବଂ ଭିଟାମିନ୍-ଏ ମଧ୍ୟ ରହିଥାଏ, ଯାହା ଆଖି ପାଇଁ ଜରୁରୀ। ଅଣ୍ଡା ଖାଇବା ଦ୍ୱାରା ଅନେକ ଆଖି ସମସ୍ୟା ଦୂର ହୋଇଯାଏ।

ଦହି
ଭିଟାମିନ୍ ଏ ଏବଂ ଜିଙ୍କ ଥିବା ଦହି ଆଖି ପାଇଁ ଲାଭଦାୟକ। ଦହି ଖାଇବା ଦ୍ୱାରା ଶରୀରକୁ ଭଲ ବ୍ୟାକ୍ଟେରିଆ ମିଳିଥାଏ, ଯାହା ଆଲର୍ଜି ଏବଂ ଛୋଟ ଛୋଟ ଆଖି ସମସ୍ୟାକୁ ଦୂର କରିଥାଏ।

ମୌସୁମ୍ବି
ଭିଟାମିନ୍ ସିରେ ଭରପୂର ମୌସୁମ୍ବି ଆଖି ପାଇଁ ବେଶ୍ ଲାଭଦାୟକ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା ଆଖିର ରକ୍ତବାହୀକୁ ସୁସ୍ଥ ରଖିଥାଏ ଏବଂ ଆଖିକୁ ଦୁର୍ବଳ ହେବାକୁ ରୋକିଥାଏ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button