ଜୀବନଶୈଳୀ

ସାବିତ୍ରୀ ବ୍ରତ ଦିନ ମରିଗଲେ ବି କରନ୍ତୁ ନାହିଁ ଏହି ଭୁଲ । ନଚେତ ହୋଇଯିବ ଅନର୍ଥ ।

ଓଡ଼ିଆ ଘରର ସାଧବା ନାରୀ ମାନଙ୍କର ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ । ମଇ ୧୯ ରେ ଏହି ପର୍ବ ପାଳନ ହେବାକୁ ଯାଉଛି । ଏହି ପର୍ବରେ ସାଧବା ନାରୀ ମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ବ୍ରତ ରଖିଥାନ୍ତି । ତେଣୁ ସାଧବା ମହିଳା ମାନେ ସାବିତ୍ରୀ ବ୍ରତରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ ଯେ ଏହିଦିନ କେଉଁ କାମ କରିବା ଦ୍ୱାରା ସ୍ୱାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ ଏବଂ କେଉଁ କାମ କରିବା ଦ୍ୱାରା ସ୍ୱାମୀଙ୍କ ଆୟୁଷ କମିଥାଏ ।

ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ଦିନ ଏହି ସାବିତ୍ରୀ ବ୍ରତ ପାଳିତ ହୋଇଥାଏ । ଏହା ସାଧବା ନାରୀ ମାନଙ୍କର ଏକ ମହତ୍ତ୍ୱପୂର୍ଣ ବ୍ରତ ଅଟେ । ଏହିଦିନ ସତ୍ୟବାନ ସାବିତ୍ରୀ ଏବଂ ଯମରାଜଙ୍କର ପୂଜା କରାଯାଇଥାଏ । ପୌରାଣିକ କଥା ଅନୁଯାୟୀ ସାବିତ୍ରୀ ଯମରାଜଙ୍କୁ ପୂଜାକରି ଏହିଦିନ ନିଜର ମୃତ ସ୍ୱାମୀ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ ।

ସେହିଦିନ ଠାରୁ ଏହି ସାବିତ୍ରୀ ବ୍ରତ ପ୍ରଥା ପାଳିତ ହୋଇ ଆସୁଛି । ତେଣୁ ଏହିଦିନ ସବୁ ସାଧବା ନାରୀ ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ଏହି ବ୍ରତ ପାଳନ କରିଥାନ୍ତି । ସାଧବା ନାରୀ ମାନେ ସକାଳୁ ସ୍ନାନ ସାରି , ବସ୍ତ୍ର ଧାରଣ କରି ପୂଜା ସାମଗ୍ରୀ ଏବଂ ଫଳମୂଳ ଧରି ମାତା ସବିତ୍ରୀଙ୍କ ପୂଜା ନିମନ୍ତେ ବାହାରି ଥାଆନ୍ତି ।

ତେବେ ସେହି ପୂଜା ପାଇଁ ଆବଶ୍ୟକ ହେଉଥିବା ଜିନିଷ ସବୁ ହେଉଛି ଶାଢ଼ୀ , ନାଲି ଶଙ୍ଖା , ସିନ୍ଦୁର , ଅଳତା , ପାନିଆ , ଦର୍ପଣ , ଦୁବ , କୋଳିପତ୍ର , ନଡ଼ିଆ , ଆମ୍ବ ପଣସ , କଦଳୀ , ସପୁରୀ , ତାଳସଜ ଇତ୍ୟାଦି ପୂଜାରେ ଲାଗିଥାଏ । ନାଲି ରଙ୍ଗ ବୈବାହିକ ଜୀବନରେ ଶୁଭତାର ପ୍ରତୀକ ଅଟେ । ସେଥିପାଇଁ ସାଧବା ନାରୀ ମାନେ ସର୍ବଦା ଶଙ୍ଖା ସିନ୍ଦୁର ଏବଂ ପାଦରେ ନାଲି ଅଳତା ପିନ୍ଧି ସ୍ୱାମୀଙ୍କ ଦୀର୍ଘ ଆୟୁଷ ଏବଂ ସୁଖୀ ଜୀବନ କାମନା କରି ପୂଜା କରିଥାନ୍ତି ।

ତେଣୁ କୌଣସି ବ୍ରତ ଓଷା ଦିନ କଳା ରଙ୍ଗର ଶାଢ଼ୀ ପିନ୍ଧିବା ଉଚିତ ନୁହେଁ । ନଚେତ ଅଶୁଭତା କାରଣରୁ ସ୍ୱାମୀର ଆୟୁଷ କ୍ଷୀଣ ହୋଇଯାଏ । ଏହିଦିନ କିମ୍ବା କୌଣସି ଅମାବାସ୍ୟା ଦିନ ବାହାରେ ରାତିଟେ ଲୁଗା ପକାଇ ରଖିବା ଉଚିତ ନୁହେଁ । କାରଣ ଅମାବାସ୍ୟା କାଳ ରାତି ହୋଇଥାଏ

ସାବିତ୍ରୀ ବ୍ରତ ଦିନ ସ୍ୱାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ବର୍ଜିତ ଅଟେ । ନଚେତ ସ୍ୱାମୀଙ୍କ ଆୟୁଷ କ୍ଷୀଣ ହୋଇଥାଏ । ସାବିତ୍ରୀ ବ୍ରତ ଦିନ କୌଣସି ଜିନିଷ କାଟିବେ ନାହିଁ । ନଚେତ ବ୍ରତର ଭଲ ଫଳ ମିଳିବ ନାହିଁ । ସାବିତ୍ରୀ ବ୍ରତ ଦିନ ରନ୍ଧା ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ ଏହା ନିଷ୍ଠାର ସହିତ ନିର୍ଜଳ ବ୍ରତ କରାଯାଇଥାଏ । ଲାଗିଥିବା ଭୋଗକୁ ଆପଣ ସେବନ କରି ପାରିବେ । ଯଦି ଘରେ କାହାରି ମୃତ୍ୟୁ , ନୂଆ ଜନ୍ମ କିମ୍ବା ମାସିକ ଧର୍ମ ହୋଇଥାଏ ତେବେ ଏହି ବ୍ରତ ଭୁଲରେ ବି ଅର୍ପିତ କରନ୍ତୁ ନାହିଁ । ନଚେତ ଅନେକ ଅଶୁଭ ଘଟଣା ଘଟିପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button