ବିଚାର

ଭୁଲରେବି ମଧ୍ୟ ଏହି ଦିଗରେ ତୁଳସୀ ଗଛ ଲଗାନ୍ତୁ ନାହିଁ। ଘରେ ତୁଳସୀ ଗଛ ଲଗାଇବାର ସଠିକ ନିୟମ ଆସନ୍ତୁ ଜାଣିବା

ପୁରାଣରେ ତୁଳସୀ ଗଛକୁ ପବିତ୍ର ସ୍ଥାନ ଦିଆଯାଇଛି। ଏବଂ ଏହି ଗଛକୁ ପୂଜନୀୟ କୁହାଯାଇଛି। ଘରେ ଏହି ଗଛ ରହିବା ଦ୍ୱାରା ଜୀବନରେ ସୁଖ ଏବଂ ଶାନ୍ତି ରହିଥାଏ। ଏବଂ ଘରର ସଦସ୍ୟମାନେ ସୁରକ୍ଷିତ ରହିଥାନ୍ତି। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହି ଗଛକୁ ଉପକାରୀ ବୋଲି ବିବେଚନା କରାଯାଏ ଏବଂ ଏହା ଲେଖାଯାଇଛି ଯେ ଯେଉଁମାନଙ୍କ ଘରେ ଏହି ଗଛ ଅଛି ନକାରାତ୍ମକ ଶକ୍ତି ସେମାନଙ୍କ ଜୀବନଠାରୁ ଦୂରରେ ରହିଥାଏ। ଆଜି ଆମେ ଆପଣଙ୍କୁ ଏହି ଗଛ ସହିତ ଜଡିତ ଅନେକ ଲାଭ ବିଷୟରେ କହିବାକୁ ଯାଉଛୁ। ଏହାର ଲାଭ ଜାଣିବା ପରେ ନିଶ୍ଚିତ ଭାବରେ ଏହି ଗଛକୁ ଘରେ ଲଗାଇବେ। ଘରେ ତୁଳସୀ ଗଛ ଲଗାଇବାର ଲାଭ।

ପ୍ରତି ଗୁରୁବାର ଦିନ ତୁଳସୀ ଗଛ ନିକଟରେ ଦୀପ ଜାଳିବା ଶୁଭ ବୋଲି ବିବେଚନା କରାଯାଏ। ଗୁରୁବାର ଦିନଟି ଭଗବାନ ବିଷ୍ଣୁଙ୍କ ସହ ଜଡିତ ଅଟେ ଏବଂ ତୁଳସୀ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଏହି କାରଣରୁ ତୁଳସୀଙ୍କୁ ପୂଜା କରୁଥିବା ଲୋକମାନେ ନିଜ ଜୀବନରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ।

ଜ୍ୟୋତିଷ ଶାସ୍ତ୍ରରେ ତୁଳସୀ ଗଛକୁ ବୁଧ ଗ୍ରହ ସହିତ ମଧ୍ୟ ଜଡିତ କରାଯାଇଛି। ବାସ୍ତବରେ ଏହି ଗଛର ରଙ୍ଗ ସବୁଜ ଏବଂ ବୁଧ ଗ୍ରହ ସବୁଜ ରଙ୍ଗର ପ୍ରତୀକ ଅଟେ। ଯେଉଁ ଲୋକଙ୍କର ଜାତକଙ୍କର କୁଣ୍ଡଳିରେ ବୁଧଗ୍ରହ ଭାରୀ ହୋଇଥାଏ, ସେମାନେ ବୁଧବାର ଦିନ ତୁଳସୀ ଗଛ ଲଗାଇବା ଉଚିତ। ତୁଳସୀ ଗଛ ଲଗାଇବା ଦ୍ବାରା ଗ୍ରହ ଶାନ୍ତ ହୋଇଥାଏ ଏବଂ ଅନୁକୂଳ ବନି ରହିଥାଏ।

ଯେଉଁ ଜାତକଙ୍କର ବିବାହରେ ଅସୁବିଧା ଆସୁଛି ଏବଂ ବିବାହ ହେଉ ନାହିଁ, ସେମାନେ ତୁଳସୀଙ୍କୁ ପୂଜା କରିବା ଉଚିତ। ପୂଜା କରିବାବେଳେ ତୁଳସୀ ଗଛରେ ସୁହାଗର ଜିନିଷ ମଧ୍ୟ ଅର୍ପଣ କରନ୍ତୁ। ଲଗାତାର ୫ ଗୁରୁବାର ଏହି ଉପାୟ କରିବା ଦ୍ବାରା ଆପଣଙ୍କର ବିବାହ ଶୀଘ୍ର ହୋଇଯିବ।

ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଦୂଷିତ ହୋଇଥାଏ। ଯଦି ଖାଦ୍ୟ ଭିତରେ ତୁଳସୀ ପତ୍ର ରଖାଯାଏ ତେବେ ଖାଦ୍ୟ ଶୁଦ୍ଧ ରହିଥାଏ। ତେଣୁ ଯେତେବେଳେ ଚନ୍ଦ୍ରଗ୍ରହଣ ଲାଗିବ ତ ନିଶ୍ଚିତ ଭାବରେ ଖାଦ୍ୟରେ ତୁଳସୀ ପତ୍ର ରଖିଦେବେ।

ତୁଳସୀ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ। ଯଦି ଆପଣଙ୍କର ଥଣ୍ଡା, ଜ୍ଵର ଏବଂ କାଶ ଭଳି ସାଧାରଣ ସମସ୍ୟା ଅଛି, ତେବେ ତୁଳସୀ ପତ୍ରରେ ଚା ପିଇବା ଦ୍ୱାରା ଆରାମ ମିଳିଥାଏ।

ତୁଳସୀ ଗଛ ଘରେ ରହିବା ଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ରହିଥାଏ। ଖରାପ ଶକ୍ତି ଘରୁ ଦୂର ହୋଇଯାଏ।

ଯେଉଁ ବ୍ୟକ୍ତି ରବିବାର ଦିନ ତୁଳସୀ ଗଛରେ କଞ୍ଚା କ୍ଷୀର ଅର୍ପଣ କରନ୍ତି ଏବଂ ପ୍ରତିଦିନ ସନ୍ଧ୍ୟାରେ ତୁଳସୀ ଗଛ ସାମ୍ନାରେ ଘିଅର ଦୀପ ଜାଳନ୍ତି, ମା ଲକ୍ଷ୍ମୀଙ୍କର ସର୍ବଦା ତାଙ୍କ ଘରେ ବାସ ହୋଇଥାଏ ଏବଂ ଅର୍ଥର ଅଭାବ କେବେବି ହୋଇ ନଥାଏ। ଏହା ବ୍ୟତୀତ ରୋଷେଇ ଘର ପାଖରେ ତୁଳସୀ ଗଛ ରଖିବା ମଧ୍ୟ ଶୁଭ ଅଟେ। ଏହା କରିବା ଦ୍ୱାରା ଘରେ ପାରିବାରିକ କଳହ ଶେଷ ହୁଏ।

ତୁଳସୀ ଗଛକୁ ଦକ୍ଷିଣ-ପଶ୍ଚିମ କୋଣରେ ରଖନ୍ତୁ ଏବଂ ପ୍ରତି ଶୁକ୍ରବାର ଦିନ ସକାଳେ କଞ୍ଚା କ୍ଷୀରରେ ଗଛ ଉପରେ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ବ୍ୟବସାୟ ସଠିକ ଭାବରେ ଚାଲିବା ଆରମ୍ଭ କରିବ।

ତୁଳସୀ ଗଛ ଲଗାଇବା ସମୟରେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ:-

ବାସ୍ତୁଙ୍କ ଅନୁଯାୟୀ ତୁଳସୀ ଗଛ ପାଇଁ ଉତ୍ତର, ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗ ସବୁଠାରୁ ଉପଯୁକ୍ତ ଅଟେ। ଏହି ଦିଗରେ ତୁଳସୀ ଗଛ ଲଗାଇବା ଘରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।

ଘରର ଦକ୍ଷିଣ ଦିଗରେ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ। ଏମିତି କରିଲେ କ୍ଷତି ହୋଇଥାଏ ଏବଂ ଆପଣ ପାପର ଭାଗିଦାର ମଧ୍ୟ ହୋଇଥାନ୍ତି।

ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ ରବିବାର, ଏକାଦଶୀ ଏବଂ ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣ ସମୟରେ ତୁଳସୀ ଗଛକୁ ପୂଜା କରାଯିବା ଉଚିତ ନୁହେଁ। ଏହି ଦିନ ମାନଙ୍କରେ ତୁଳସୀ ଗଛ ଉପରେ ଜଳ ମଧ୍ୟ ଅର୍ପଣ କରିବା ଉଚିତ ନୁହେଁ ଏବଂ ତା ସହିତ ତୁଳସୀ ପତ୍ର ମଧ୍ୟ ତୋଳିବାବି ଉଚିତ ନୁହେଁ। ଏମିତି କରିଲେ ବାସ୍ତୁ ଦୋଷ ଲାଗିଥାଏ।

ତୁଳସୀ ଗଛ ଯେବେ ଶୁଖିଯିବ ତ ତେବେ ଏହାକୁ ଏକ କୂଅ କିମ୍ବା ଏକ ପବିତ୍ର ନଦୀରେ ଭସାଇ ଦିଅନ୍ତୁ ଏବଂ ଏହା ସ୍ଥାନରେ ନୂତନ ଗଛ ଲଗାଇ ଦିଅନ୍ତୁ। କେବେବି ଶୁଖି ଯାଇଥିବା ତୁଳସୀ ଗଛକୁ ପୂଜା କରନ୍ତୁ ନାହିଁ କିମ୍ବା ଏହି ଗଛକୁ ଆପଣଙ୍କ ଘରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ବିଷ୍ଣୁ ଦେବାୟ ନମଃ” ଲେଖି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button