ଜୀବନଶୈଳୀ

ତୁଳସୀ ଗଛକୁ ନେଇ କରନ୍ତୁ ଏହି ୪ ଗୋଟି ଉପାୟ, ରାତାରାତି ହୋଇଯିବେ ଧନବାନ ଏବଂ ଆର୍ଥିକ ସଙ୍କଟ ହେବ ଦୂର

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପବିତ୍ର ଓ ପୂଜନୀୟ ମାନା ଯାଇଛି। ତୁଳସୀ ଗଛକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଗଛ ରହିଥାଏ। ଯେଉଁ ଘରେ ତୁଳସୀ ଗଛ ରହିଥାଏ, ସେଠାରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।

ପ୍ରତ୍ୟେକ ଶୁଭ କାର୍ଯ୍ୟରେ ତୁଳସୀ ପତ୍ରର ବ୍ୟବହାର ହୋଇଥାଏ। ଭଗବାନ ବିଷ୍ଣୁଙ୍କ ପୂଜା ତୁଳସୀ ପତ୍ର ବିନା ସମ୍ପନ୍ନ ହୋଇ ନଥାଏ। ଆଜି ଆମେ ଆପଣଙ୍କୁ ତୁଳସୀ ପତ୍ରକୁ ନେଇ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ। ଏହି ଉପାୟକୁ କରିବା ଦ୍ଵାରା ଆପଣ ଖୁବ୍ ଶୀଘ୍ର ଧନବାନ ହୋଇ ପାରିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ତୁଳସୀ ଗଛ ମୂଳରେ ଦୀପ ପ୍ରଜ୍ବଳନ କରନ୍ତୁ :-

ସକାଳ ଓ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଘିଅର ଦୀପ ଜଳାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ପରିବାର ଉପରେ ପଡ଼ିଥାଏ। ଆପଣଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ। କାରବାରରେ ସଫଳତା ପ୍ରାପ୍ତ ହୋଇଥାଏ। କ୍ୟାରିୟରରେ ପ୍ରଗତି ହୋଇଥାଏ।

ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ ତୁଳସୀ ପତ୍ର :-

ଯଦି ଆପଣ ନିଜ ଘରେ ଶାଳିଗ୍ରାମ ରଖି ପୂଜାର୍ଚ୍ଚନା କରୁଛନ୍ତି, ତାହେଲେ ପ୍ରତ୍ୟେକଦିନ ଶାଳିଗ୍ରାମକୁ ସ୍ନାନ କରାଇବା ସମୟରେ ପାଣିରେ ଦୁଇଟି ତୁଳସୀ ପତ୍ର ପକାଇ ଦିଅନ୍ତୁ। କହିବାକୁ ଗଲେ ଶାଳିଗ୍ରାମ ହେଉଛି ଭଗବାନ ବିଷ୍ଣୁଙ୍କର ଅବତାର। ଏଭଳି କରିବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ଏବଂ ଭଗବାନ ବିଷ୍ଣୁଙ୍କର ବିଶେଷ କୃପା ଦୃଷ୍ଟି ପଡ଼ିଥାଏ।

ଧନଭଣ୍ଡାର ଘରେ ରଖନ୍ତୁ ତୁଳସୀ ପତ୍ର :-

ଗୋଟେ ଲାଲ କପଡ଼ାରେ ତୁଳସୀ ପତ୍ରକୁ ରଖି ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଲମ୍ବା ସମୟରୁ ଅଟକି ରହିଥିବା ଆର୍ଥିକ ସମସ୍ୟା ସବୁ ଦୂର ହୋଇଯିବ। ଏହାସହିତ ଘରେ ଦେବୀ ଲକ୍ଷ୍ମୀଙ୍କର ବାସ ହେବ।

ଗଙ୍ଗାଜଳ ସହିତ ତୁଳସୀର ବ୍ୟବହାର କରନ୍ତୁ :-

ବେଳେବେଳେ ଘରେ ନକାରାତ୍ମକ ଉର୍ଜାର ପ୍ରଭାବ ବଢ଼ି ଯାଇଥାଏ। ଯାହାଫଳରେ ପରିବାରରେ ଧନ ସମସ୍ୟା ବଢ଼ି ଯାଇଥାଏ ଏବଂ ଘରେ ଅଶାନ୍ତି ବାତାବରଣ ସୃଷ୍ଟି ହୋଇଥାଏ। ଏହାସହିତ ପରିବାର ଲୋକଙ୍କ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି ହୋଇଥାଏ। ତେଣୁ ଗଙ୍ଗାଜଳରେ ଦୁଇ ଚାରୋଟି ତୁଳସୀ ପତ୍ର ମିଶାଇ ଘରର ପ୍ରତ୍ୟେକ କୋଣ ଓ ଅନୁକୋଣରେ ସିଞ୍ଚନ କରନ୍ତୁ। ଦେଖିବେ ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯିବ ଏବଂ ସବୁ ସଙ୍କଟ ଟଳି ଯିବ। ଏହାସହିତ ପରିବାରରେ ସୁଖଶାନ୍ତି ବଜାୟ ରହିବା।

ସେୟାର୍ କରନ୍ତୁ
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button