ବିଚାର

ଘରର ଏହି ଦିଗରେ ରଖନ୍ତୁ କ୍ୟାଲେଣ୍ଡର, ବର୍ଷସାରା ହେବ କାର୍ଯ୍ୟରେ ପ୍ରଗତି

କ୍ୟାଲେଣ୍ଡର 2024 ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ନୂଆ କ୍ୟାଲେଣ୍ଡର ଲଗାଇବା ସମୟରେ କିଛି ଖାସ ନିୟମ ଗୁଡିକ ବିଷୟରେ ଜାଣି ରଖିବା ଉଚିତ। ଏହି ନିୟମ ଗୁଡ଼ିକ ପାଳନ ନକରିବା ଦ୍ଵାରା ଅନେକ କଠିନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ।

ନୂଆବର୍ଷର ଆରମ୍ଭ ହୋଇ ସାରିଛି।ନୂଆବର୍ଷରେ ଅନେକ ଲୋକେ ଘରକୁ ନୂଆ କ୍ୟାଲେଣ୍ଡର କିଣି ଆଣିଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କ୍ୟାଲେଣ୍ଡର ରହିବା ଦ୍ଵାରା ପରିବାର ଲୋକଙ୍କର ପ୍ରଗତି ଓ ସ୍ବାସ୍ଥ୍ୟ ଉପରେ ବିଶେଷ ରୂପରେ ପ୍ରଭାବ ପକାଇ ଥାଏ। ନୂଆବର୍ଷରେ କ୍ୟାଲେଣ୍ଡର ସଠିକ ଦିଗରେ ରହିଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। କିନ୍ତୁ ବେଳେବେଳେ ଘରେ କ୍ୟାଲେଣ୍ଡର ଲଗାଇବା ସମୟରେ କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଫଳରେ କଠିନ ସମସ୍ୟା ଉତ୍ପନ୍ନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ନୂଆ କ୍ୟାଲେଣ୍ଡର ଲଗାଇବା ସମୟରେ କେଉଁ କଥା ଉପରେ ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ପୁରୁଣା କ୍ୟାଲେଣ୍ଡର ହଟାଇ ଦିଅନ୍ତୁ :-

ଅଧିକାଂଶ ଲୋକେ ପୁରୁଣା କ୍ୟାଲେଣ୍ଡର ଉପରେ ନୂଆ କ୍ୟାଲେଣ୍ଡର ରଖି ଥାନ୍ତି। ଏହାସହିତ ପୁରୁଣା କ୍ୟାଲେଣ୍ଡର ଫିଙ୍ଗିବା ବଦଳରେ ତାକୁ ସମ୍ଭାଳି ରଖିଥାନ୍ତି। କିନ୍ତୁ ଏଭଳି କରିବା ଉଚିତ ନୁହେଁ। ଯାହାଫଳରେ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ଏବଂ ପରିବାର ଲୋକଙ୍କର ପ୍ରଗତିରେ ବାଧା ଉତ୍ପନ୍ନ ହୋଇଥାଏ। ଅଧିକାଂଶ କ୍ୟାଲେଣ୍ଡରରେ ଠାକୁରଙ୍କର ଫୋଟଚିତ୍ର ରହିଥାଏ। ତେଣୁ ଏହି କ୍ୟାଲେଣ୍ଡରକୁ କୌଣସି ନଦୀ ବା ପୋଖରୀରେ ପ୍ରବାହିତ କରି ଦେବା ଉଚିତ।

କେଉଁ ଦିଗରେ ଲଗାଇବେ  : –

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କ୍ୟାଲେଣ୍ଡରକୁ ପଶ୍ଚିମ ଦିଗରେ ଲଗାଇବା ଶୁଭ ମାନା ଯାଇଥାଏ। ପଶ୍ଚିମ ଦିଗ ଛଡ଼ା କ୍ୟାଲେଣ୍ଡରକୁ ଆପଣ ଉତ୍ତର ଦିଗରେ ମଧ୍ୟ ଲଗାଇ ପାରିବେ। ଉତ୍ତର ଦିଗ ଭଗବାନ କୁବେରଙ୍କ ଦିଗ ବୋଲି କୁହାଯାଇଛି। ଏହି ଦିଗରେ କ୍ୟାଲେଣ୍ଡର ରହିଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ଧନଧାନ୍ୟ ବୃଦ୍ଧି ହୋଇଥାଏ।

କେଉଁ ଦିଗରେ ଲଗାନ୍ତୁ ନାହିଁ କ୍ୟାଲେଣ୍ଡର :-

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଦକ୍ଷିଣ ଦିଗରେ କେବେବି ନୂଆବର୍ଷର କ୍ୟାଲେଣ୍ଡର ଲଗାଇବା ଉଚିତ ନୁହେଁ। କାରଣ ଦକ୍ଷିଣ ଦିଗ ହେଉଛି ମୃତ୍ୟୁର ଦେବତା ଯମରାଜାଙ୍କ ଦିଗ। ଏହି ଦିଗରେ କ୍ୟାଲେଣ୍ଡର ରଖିବା ଦ୍ଵାରା ପରିବାର ଲୋକଙ୍କର ଅମଙ୍ଗଳ ହୋଇଥାଏ ଏବଂ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଆହୁରି ମଧ୍ୟ କୁହାଯାଇଛି କି କୌଣସି କବାଟ ପଛରେ କ୍ୟାଲେଣ୍ଡର ଲଗାଇବା ଅନୁଚିତ।

ଘରର ମୁଖ୍ୟ ଦୁଆର ପାଖରେ କେବେବି ନୂଆବର୍ଷର କ୍ୟାଲେଣ୍ଡର ଲଗାଇବା ଉଚିତ ନୁହେଁ। ଏହାଦ୍ବାରା ପରିବାର ଲୋକଙ୍କର ଉନ୍ନତିରେ ବାଧା ଉତ୍ପନ୍ନ ହୋଇଥାଏ। କ୍ୟାଲେଣ୍ଡରକୁ ଏଭଳି ସ୍ଥାନରେ ଟାଙ୍ଗିବା ଉଚିତ ନୁହେଁ, ଯେଉଁଠାରେ କ୍ୟାଲେଣ୍ଡର ପବନରେ ଉଡୁଥିବ। ତେଣୁ ଘରେ ସୁଖଶାନ୍ତି ବୃଦ୍ଧି କରିବା ପାଇଁ ଏହିସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button