ବିଚାର

ପିତାର ଏହି ଗୋଟେ ଭୁଲ ପୁଅର ବିନାଶର କାରଣ ହୋଇ ଯାଇଥାଏ। ଜାଣନ୍ତୁ ଚାଣକ୍ୟ ନୀତି

ବନ୍ଧୁଗଣ ଆପଣ ମାନଙ୍କୁ ଅନର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ କହିଛନ୍ତି ଯେ, ଅସତ୍ୟ କହି କୌଣସି କାର୍ଯ୍ୟ ଶୀଘ୍ର କରିବା, ଛଳ କରିବା, ଲୋଭ କରିବା, ଅପବିତ୍ରତା, ନିର୍ଦ୍ଦୟତା ଆଦି ସ୍ତ୍ରୀ ମାନଙ୍କ ମଧ୍ୟରେ ସ୍ୱାଭାବିକ ରୂପରେ ରହିଥାଏ।

ଯାହାର ପୂତ୍ର ବଶରେ ରହିଥାଏ, ଯାହାର ସ୍ତ୍ରୀ ସବୁ କଥା ମାନିଥାଏ, ଯେଉଁ ସ୍ବାମୀ ପତ୍ନୀବ୍ରତ ହୋଇଥାନ୍ତି, ଅର୍ଥାତ୍ ନିଜ ସ୍ତ୍ରୀ ଥାଇ ମଧ୍ୟ ପର ସ୍ତ୍ରୀଙ୍କୁ ଖରାପ ନଜରରେ ଦେଖେ ନାହିଁ, ତାଙ୍କୁ ମୃତ୍ୟୁ ପରେ ସ୍ବର୍ଗ ପ୍ରାପ୍ତି ହୋଇଥାଏ।

ସେ ହିଁ ପୁତ୍ର, ଯିଏ ପିତା ଭକ୍ତ ହୋଇଥାଏ। ସେ ହିଁ ପିତା, ଯିଏ ସନ୍ତାନଙ୍କୁ ପାଳନ କରିଥାଏ। ସେ ହିଁ ବନ୍ଧୁ ଯିଏ ସମ୍ପୂର୍ଣ୍ଣ ବିଶ୍ବାସୀ ହୋଇଥାଏ। ସେ ହିଁ ପତ୍ନୀବ୍ରତ ସ୍ବାମୀ ଯିଏ ସ୍ତ୍ରୀଙ୍କୁ ହୃଦୟରୁ ବୁଝି ଥାଆନ୍ତି।

କେବେବି ନିଜ ବନ୍ଧୁଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ। ହୁଏତ କୌଣସି ସମୟରେ ସେ ଆପଣଙ୍କର ଦୁର୍ବଳତାକୁ ସମସ୍ତଙ୍କ ଆଗରେ ପ୍ରକାଶ କରି ପାରନ୍ତି। ତେଣୁ କେବେବି ନିଜ ବନ୍ଧୁଙ୍କ ସହିତ କୌଣସି କଥା ସେୟାର କରିବା ଉଚିତ ନୁହେଁ।

ଆପଣ ଯେତେବେଳେ ଯାହା ବିଚାର କରୁଛନ୍ତି, ସେତେବେଳେ ଅନ୍ୟମାନଙ୍କ ସାମ୍ନାରେ ତାହା ପ୍ରକାଶ କରନ୍ତୁ ନାହିଁ। ତାହାକୁ ନିଜ ମନରେ ରଖି କାର୍ଯ୍ୟକାରୀ କରି ଦେଖେଇବା ଆବଶ୍ୟକ।

ଦୁଃଖ ଦେଉଥିବା ବ୍ୟକ୍ତି ମୁର୍ଖ ଅଟେ। କିନ୍ତୁ ସବୁଠାରୁ ବଡ଼ କଷ୍ଟ ହେଉଛି ଅନ୍ୟମାନଙ୍କ ଘରେ ସ୍ଥାୟୀ ବାସ କରିବା। ନିଜ ଘର ଛୋଟ ହେଲେ ମଧ୍ୟ ଯେଉଁ ଶାନ୍ତି ମିଳିଥାଏ, ଅନ୍ୟ ଘରେ ରହିବା ଅଶାନ୍ତିର କାରଣ ହୋଇଥାଏ।

ସେହି ପିତାମାତା ଶତ୍ରୁ ସମାନ ହୋଇଥାନ୍ତି, ଯେଉଁମାନେ ନିଜ ସନ୍ତାନଙ୍କୁ ପଢ଼ାଇ ନଥାନ୍ତି। କାରଣ ଅଶିକ୍ଷିତ ଲୋକେ ସମାଜ ପାଇଁ ଭୟଙ୍କର ହୋଇଥାନ୍ତି। ପୁତ୍ରକୁ ସବୁ କ୍ଷେତ୍ରରେ ବାରଣ ନକରିବା ତାର ଭବିଷ୍ୟତ ଅନ୍ଧାର ହେବାର କାରଣ ହୋଇପାରେ। ତେଣୁ ଯଥେଷ୍ଟରୁ ଅଧିକ ପ୍ରେମ କରିବା ଅନୁଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button