୬୫ ବର୍ଷରେ ପାଦ ଥାପିଲେ ପିନାକୀ ମିଶ୍ର; ଆଇନଜୀବୀରୁ ରାଜନେତାଙ୍କ କାହାଣୀ ଅନେକ

ନୂଆଦିଲ୍ଲୀ: ୬୫ ବର୍ଷରେ ପାଦ ଥାପିଲେ ପୂର୍ବତନ ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର । ଏହି ବରିଷ୍ଠ ରାଜନେତା ତଥା ଆଇନଜୀବୀଙ୍କ ଆଜି ୬୫ତମ ଜନ୍ମ । ଏହ ସ୍ବତନ୍ତ୍ର ଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛି ସାରା ଓଡ଼ିଶା । ତେବେ ଆସନ୍ତୁ ଜାଣିବା ପିନାକୀ ମିଶ୍ରଙ୍କ ବାବଦରେ କିଛି ।
ପିନାକୀ ମିଶ୍ର ୧୯୯୬ ମସିହାରେ ପ୍ରଥମ କରି ପୁରୀ ଲୋକସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
କଂଗ୍ରେସ ପାର୍ଟି ପକ୍ଷରୁ ସେ ନିର୍ବାଚନ ଲଢ଼ି ବିରୋଧୀ ପ୍ରାର୍ଥୀ ବ୍ରଜ କିଶୋର ତ୍ରିପାଠୀଙ୍କୁ ପରାସ୍ତ କରିଥିଲେ । ଏହାପରେ ସେ ବିଜୁ ଜନତା ଦଳରୁ ୧୫ଶ ଓ ୧୬ଶ ଲୋକସଭାରେ ପୁରୀ ଲୋକସଭା ମଣ୍ଡଳୀରୁ ଜିତିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ସମ୍ବିତ୍ ପାତ୍ରଙ୍କୁ ହରାଇଥିଲେ । ହେଲେ ୨୦୨୪ ସାଧାରଣ ନିର୍ବାଚନରେ ସେ ରାଜନୈତିକ ପ୍ରତିନ୍ଦ୍ବନ୍ଦିତାରୁ ଦୂରେଇ ରହିଥିଲେ ।
ପିନାକୀ ମିଶ୍ର ସେଣ୍ଟ ଷ୍ଟିଫେନ୍ କଲେଜରେ ଇତିହାସରେ ସ୍ନାତକ ଡିଗ୍ରୀ ପାସ୍ କରିବା ପରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ଆଇନ ଶିକ୍ଷା ଗ୍ରହଣ କରିଥିଲେ । ଏଲଏଲବି ପାସ୍ କରିବା ପରେ ସେ ଆଇନଜୀବୀ ଭାବେ ଅଭ୍ୟାସ କରିଥିଲେ । ରାଜନୀତିରେ ଆସିବା ପୂର୍ବରୁ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଅନ୍ୟ ବିଚାର ବିଭାଗୀୟ ସଂସ୍ଥା ଗୁଡ଼ିକରେ ବରିଷ୍ଠ ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି । ପିନାକୀ ମିଶ୍ର ଫରେନ୍ ଏକ୍ସଚେଞ୍ଜ, ଖଣି, ସୀମା ଶୁଳ୍କ, ଆବକାରୀ, ପରିବେଶ ଆଦି ବିଭାଗରେ ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି ।
୧୯୯୬ରେ ପିକାନୀ ମିଶ୍ରଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । କଂଗ୍ରେସ ଟିକେଟରୁ ଲୋକସଭା ନିର୍ବାଚନ ଲଢ଼ି ପ୍ରଥମ ଥର ପୁରୀ ଲୋକସଭାରୁ ସାଂସଦ ଭାବେ ଦିଲ୍ଲୀକୁ ନିର୍ବାଚିତ ହୋଇଥିଲେ । ପରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ପଦ ମିଳିଥିଲା । ବିଜୁ ଜନତା ଦଳରୁ ସେ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ପୁରୀ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ୨୦୨୪ ଲୋକସଭା ନିର୍ବାଚନରେ ତାଙ୍କ ସ୍ଥାନରେ ଅରୂପ ପଟ୍ଟନାୟକଙ୍କୁ ବିଜେଡିରୁ ଟିକେଟ୍ ମିଳିଥିଲେ ।