ବିଚାର

ଆସନ୍ତୁ ଜାଣିବା , କେଉଁ ଦିନ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ଭାଗ୍ୟଶାଳୀ

ଜ୍ୟୋତିଷ ଶାସ୍ତ୍ରରେ ଅନେକ ଜିନିଷ ବିଷୟରେ ଉଲ୍ଲେଖ କରାଯାଇଛି । ଲୋକେ ଏଥି ମାଧ୍ୟମରେ ଅନେକ ଜିନିଷ ବିଷୟରେ ଅବଗତ ହୋଇ ପାରିଥାନ୍ତି । ଆଉ ତାହା ଆଧାରରେ ନିଜ ଭବିଷ୍ୟତ ମଧ୍ୟ ନିର୍ଦ୍ଧାରିତ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଉପରେ ଅନେକ ଲୋକଙ୍କର ବିଶ୍ୱାସ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହା ଜାଣିବା ପରେ ଆପଣ ଚମକି ପଡ଼ିବେ । ଆଉ ତାହା ହେଉଛି କେଉଁ ଦିନ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ଅଧିକ ଭାଗ୍ୟଶାଳୀ ।

ତେବେ ଆପଣଙ୍କୁ କହି ରଖୁଛୁ କି , କୋଟିଏ ରେ ଗୋଟିଏ ହୋଇଥାନ୍ତି ସୋମବାର ଦିନ ଜନ୍ମ ହୋଇଥିବା ପିଲା । ଏମାନଙ୍କୁ ସମସ୍ତେ ବହୁତ ଭଲ ପାଇଥାନ୍ତି ଆଉ ସ୍ନେହ ଶ୍ରଦ୍ଧା କରିଥାନ୍ତି । ଏମାନେ ହୋଇଥାନ୍ତି ସମସ୍ତଙ୍କର ପ୍ରିୟ । ତେବେ ଅନ୍ୟ ପକ୍ଷରେ କହି ରଖୁଛୁ କି , ଏହି ଦିନ ଚନ୍ଦ୍ରଙ୍କର ହୋଇଥାଏ । ତେଣୁ ଏହି ଦିନ ଜନ୍ମ ହୋଇଥିବା ପିଲା ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ଏମାନେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି ।

ମଙ୍ଗଳବାର ଦିନ ଜନ୍ମ ହୋଇଥିବା ପିଲା ମାନେ ଅନ୍ୟର ସାହାଯ୍ୟ କରିବା ପାଇଁ ସବୁବେଳେ ଆଗଭର ହୋଇ ରହିଥାନ୍ତି। ଏମାନେ ଅତ୍ୟନ୍ତ କ୍ରୋଧୀ ସ୍ୱଭାବର ହୋଇଥାନ୍ତି ଆଉ ଅତ୍ୟନ୍ତ ପରାକ୍ରମୀ ହୋଇଥାନ୍ତି। ନିଜ କ୍ୟାରିୟର ପ୍ରତି ଏମାନେ ଅତ୍ୟନ୍ତ ସଜାଗ ହୋଇ ରହିଥାନ୍ତି ଆଉ କ୍ୟାରିୟର ରେ ଏମାନେ ସଫଳତା ଅର୍ଜନ କରିଥାନ୍ତି ।

ବୁଧବାର ଦିନ ଜନ୍ମ ହୋଇଥିବା ପିଲା ମାନେ ଅତି ବୁଦ୍ଧିମାନ ହୋଇଥାନ୍ତି ।ଏହା ସହିତ ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ଏମାନେ ବଡ ବଡ଼ କାମରେ ଫସିବା ପରେ ମଧ୍ୟ ସେହି ଅସୁବିଧାରୁ ବାହାରିବା ପାଇଁ ବାଟ ଜାଣି ରଖିଥାନ୍ତି । ଆଉ ସହଜରେ ସମସ୍ୟାର ସମାଧାନ କରି ପାରିଥାନ୍ତି ।

ଗୁରୁବାର ଦିନ ଜନ୍ମ ହୋଇଥିବା ପିଲା ମାନେ ଅତ୍ୟନ୍ତ ସାହସୀ ହୋଇଥାନ୍ତି । ଏମାନେ ଏହା ସହିତ ଅତ୍ୟନ୍ତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମାନଙ୍କ ପାଖରେ ଅନ୍ୟକୁ ଫସାଇବାର ବାଟ ଜଣା ରହିଥାଏ । ତେଣୁ ସମସ୍ତେ ଏମାନଙ୍କୁ ଭଲ ପାଇ ଯାଇଥାନ୍ତି । ଶୁକ୍ରବାର ଦିନ ଜନ୍ମ ହୋଇଥିବା ପିଲା ମାନେ ଅତ୍ୟନ୍ତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ଝଗଡା ଠାରୁ ସଦା ସର୍ବଦା ଦୂରେଇ ରହିଥାନ୍ତି।

ଗୋଟିଏ ଜୀବନସାଥୀର ଏମାନେ ଶାନ୍ତ ରୁହନ୍ତି ନାହିଁ , ଏମାନେ ନିଜ ପାର୍ଟନର ବଦଳାଇବା ପାଇଁ ଲାଗିଥାନ୍ତି । ଶନିବାର ଦିନ ଜନ୍ମ ହୋଇଥିବା ଲୋକ ମାନେ ଅଧିକ ପରିଶ୍ରମୀ ହୋଇଥାନ୍ତି ଆଉ ପରିଶ୍ରମ ବଳରେ ଏମାନେ ସବୁକିଛି ହାସଲ କରି ନେଇଥାନ୍ତି । ରବିବାର ଦିନ ଜନ୍ମ ହୋଇଥିବା ଲୋକ ମାନେ ବହୁତ ସାହସୀ ହୋଇଥାନ୍ତି । ସ୍ବାଧୀନର ସହିତ ନିଜ ଜୀବନ ବଞ୍ଚିବାକୁ ଏମାନେ ବହୁତ ପସନ୍ଦ କରିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button