ଜୀବନଶୈଳୀ

ସ୍ୱପ୍ନରେ ସାପ ଦେଖିବାର ଅର୍ଥ କଣ? ଏହି ୫ଟି ସ୍ବପ୍ନ ଦେଖିଲେ ଭୁଲରେ ମଧ୍ୟରେ କାହାକୁ କୁହନ୍ତୁ ନାହିଁ। ନଚେତ ହୋଇଯିବେ ବର୍ବାଦ

ଆମେ ପ୍ରାୟତଃ ଶୋଇଲା ପରେ ସ୍ବପ୍ନ ଦେଖିଥାଉ। ଆଜି ଆମେ ଆପଣଙ୍କୁ ଏଭଳି ୫ ଗୋଟି ସ୍ବପ୍ନ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଦିନେ ନା ଦିନେ ଦେଖିଥିବେ। ଆପଣଙ୍କୁ କହି ରଖୁଛୁ କି ଆପଣ ଏହି ପାଞ୍ଚଟି ସ୍ବପ୍ନ କାହାକୁ ସେୟାର କରିବା ଉଚିତ ନୁହେଁ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ସ୍ବପ୍ନ ଦେଖିବା ଏକ ସାମାନ୍ୟ ପ୍ରକ୍ରିୟା ଅଟେ। କିଛି ସ୍ବପ୍ନ ଏଭଳି ହୋଇଥାଏ ଆମେ ଉଠି ସାରିଲା ପରେ ଆମର ମନେ ପଡେ ନାହିଁ। ଆଉକିଛି ସ୍ବପ୍ନ ଅତ୍ୟନ୍ତ ଭୟଙ୍କର ହୋଇଥାଏ। କିଛି ଏଭଳି ସ୍ବପ୍ନ ରହିଛି, ଯାହାକୁ ଆପଣ ଅନ୍ୟମାନଙ୍କ ସହିତ ସେୟାର କରିବା ଉଚିତ ନୁହେଁ। କାରଣ ଶାସ୍ତ୍ର ଅନୁସାରେ ସେହି ସ୍ବପ୍ନ ଯୋଗୁଁ ଭବିଷ୍ୟତରେ ମିଳିବାକୁ ଥିବା ଶୁଭ ଫଳ ନଷ୍ଟ ହୋଇଯାଏ।

ଯଦି ଆପଣ ନିଜ ସ୍ୱପ୍ନରେ ପ୍ରକୃତିକୁ ଦେଖୁଛନ୍ତି ଅର୍ଥାତ ନିଜ ସ୍ବପ୍ନରେ ସମୁଦ୍ର, ପାହାଡ଼, ଗଛଲତା, ନଦୀ ଆଦି ଦେଖନ୍ତି, ତାହେଲେ ବୁଝି ଯାଆନ୍ତୁ କି ଅଚାନକ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ଯେପରି ଆମେ ପ୍ରକୃତି ପାଖକୁ ଗଲେ ଆପଣଙ୍କୁ ଶାନ୍ତି ପ୍ରାପ୍ତି ହୋଇଥାଏ। ଯଦି ଆପଣ ଏହି ସ୍ବପ୍ନ ବିଷୟରେ ଅନ୍ୟମାନଙ୍କୁ ଜଣାଇ ଦେଉଛନ୍ତି, ତାହେଲେ ହୁଏତ ଆପଣଙ୍କ ଉପରେ କିଛି ଫଳପ୍ରଦ ନହୋଇ ପାରେ।

ଯଦି ଆପଣ ନିଜ ସ୍ୱପ୍ନରେ କାହାର ମୃତ୍ୟୁ ହେବାର ଦେଖନ୍ତି, ତାହେଲେ ଭୟ କରନ୍ତୁ ନାହିଁ। ଏଭଳି ସ୍ୱପ୍ନର ଅର୍ଥ ହେଉଛି, ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହେବାକୁ ଯାଉଛି। ସ୍ୱପ୍ନରେ ସାପ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ କିଛି ଲୋକେ ସ୍ୱପ୍ନରେ ସାପ ଦେଖି ଭୟଭୀତ ହୋଇ ଯାଇଥାନ୍ତି। ସ୍ୱପ୍ନରେ ସାପ ଦେଖିବାର ଅର୍ଥ ଭବିଷ୍ୟତରେ ଆପଣଙ୍କୁ ଅଧିକ ଲାଭ ପ୍ରାପ୍ତ ହେବାକୁ ଯାଉଛି। ଆପଣ ଖୁବ୍ ଶୀଘ୍ର ସଫଳତାର ଶୀର୍ଷରେ ପହଞ୍ଚିବେ। ଏହି ସ୍ବପ୍ନକୁ ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ କରିବା ଅନୁଚିତ ନଚେତ ଶୁଭ ଫଳ ପ୍ରାପ୍ତି ହୋଇ ନଥାଏ।

ଯଦି ଆପଣ ନିଜ ସ୍ୱପ୍ନରେ ପିତୃପୁରୁଷଙ୍କୁ ଦେଖୁଛନ୍ତି, ତାହେଲେ ଏହି କଥା ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ। ସ୍ୱପ୍ନରେ ପିତୃପୁରୁଷଙ୍କୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେବାକୁ ଯାଉଛି। ଯଦି ଆପଣ ନିଜ ସ୍ୱପ୍ନରେ ମାଛକୁ ପହଁରୁ ଥିବାର ଦେଖନ୍ତି, ତାହେଲେ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସଂକେତ ମିଳୁଛି। ଆପଣଙ୍କର ସବୁ ଆର୍ଥିକ ସମସ୍ୟା ଦୂର ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button