ସ୍ୱାସ୍ଥ୍ୟ

ଦିନକୁ ଦୁଇଥର ଏହାର ସେବନ କରନ୍ତୁ, ତାପରେ ଦେଖନ୍ତୁ ଚମତ୍କାର ରେଜଲ୍ଟ। କଫ ଜନିତ ସମସ୍ୟାରୁ ପାଇବେ ମୁକ୍ତି

ଯଦି ଆପଣ କାଶ, ଥଣ୍ଡା, କଫ ଆଦିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ କିଛି ଖାସ ଉପାୟ କରି ଦେଖନ୍ତୁ। ଦେଖିବେ ଆପଣଙ୍କର ଥଣ୍ଡା ସମସ୍ୟା ହୋଇଯିବ ଦୂର। ଥଣ୍ଡା ଓ ଋତୁ ପରିବର୍ତ୍ତନ ହେଲେ ଆମ ଛାତି ଓ ଗଳାରେ କଫ ଜମି ଯାଇଥାଏ। ଯଦି ଆପଣ ଏହି କଫ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆଜି ଆମେ ଆପଣଙ୍କୁ ଏକ ଖାସ ପ୍ରାକୃତିକ ଘରୋଇ ଉପାୟ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ଆରାମ ପାଇବେ।

ଅଧିକାଂଶ ଲୋକେ ଥଣ୍ଡା ଓ କାଶ ସମସ୍ୟାରେ କଷ୍ଟ ପାଇଥାନ୍ତି। ସେମାନଙ୍କ ଶରୀରରେ ସର୍ବଦା ଥଣ୍ଡା, କଫ ଜମାଟ ବାନ୍ଧି ରହିଥାଏ। ପ୍ରାକୃତିକ ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଅଳ୍ପ ଅଦା ଏବଂ କିଛି ତୁଳସୀ ପତ୍ର ଆବଶ୍ୟକ। ଏହା ଆପଣଙ୍କୁ ରୋଷେଇ ଘରୁ ସୁବିଧାରେ ମିଳିଯିବ।କିଛି ପାଣି ନେଇ ସେଥିରେ ଛୋଟ ଅଦା ଖଣ୍ଡ, ଅଳ୍ପ ତୁଳସୀ ଏବଂ ଗୋଟେ ଲବଙ୍ଗ ପକାଇ ଫୁଟାନ୍ତୁ। ଏହି ପାଣି ଭଲଭାବରେ ଫୁଟି ଗଲା ପରେ ଏଥିରେ ଗୋଟେ ତେଜପତ୍ର ପକାଇ ଦିଅନ୍ତୁ। ତାପରେ ଗ୍ୟାସ ବନ୍ଦ କରି ଏହାକୁ ଛାଣି ନିଅନ୍ତୁ। ଉଷୁମ ଥିବା ଅବସ୍ଥାରେ ଏହାକୁ ସେବନ କରନ୍ତୁ।

ଏହି ଘରୋଇ ଉପାୟକୁ ଆପଣ ସପ୍ତାହରେ ୩ରୁ ୪ ଥର କରି ପାରିବେ। ଏହାର ସେବନ କଲେ ଆପଣଙ୍କ ଶରୀରରେ ଜମି ରହିଥିବା କଫ ତରଳ ହୋଇ ବାହାରକୁ ବାହାରି ଆସିଥାଏ। ଥଣ୍ଡା ଓ କଫ ହେଉଥିବା ଲୋକଙ୍କ ପାଇଁ ଏହି ଉପାୟଟି ରାମବାଣ ସଦୃଶ ହୋଇଥାଏ। ଏହାକୁ ଆପଣ ସକାଳେ ଓ ସନ୍ଧ୍ୟା ସମୟରେ ସେବନ କରି ପାରିବେ। ଦେଖିବେ ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ଖୁବ୍ ଶୀଘ୍ର ଆରାମ ମିଳିବ ଏବଂ ଥଣ୍ଡା ଓ କଫରୁ ମୁକ୍ତି ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button