ବିଚାର

ସକାଳୁ ଉଠି କରନ୍ତୁ ଏହି ୪ ଗୋଟି କାର୍ଯ୍ୟ, ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ସର୍ବଦା ପ୍ରସନ୍ନ ରହିବେ

ଜ୍ୟୋତିଷ ଶାସ୍ତ୍ରରେ ସକାଳୁ ଉଠିବା ପରେ କେତେକ ନିୟମ ପାଳନ କରିବା ପାଇଁ ଉପଦେଶ ଦିଆଯାଇଛି। କୁହାଯାଇଛି କି ସକାଳ ଉଠି କିଛି ବିଶେଷ ନିୟମ ଗୁଡ଼ିକ ପାଳନ କରିବା ଦ୍ୱାରା ଡାଟା ଦିନଟି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଥାଏ। ତେବେ ସାଙ୍ଗମାନେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ୪ ଗୋଟି କାର୍ଯ୍ୟ ପ୍ରତ୍ୟେକଦିନ ସକାଳୁ ଉଠି କରିବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ।

ଆମ ହିନ୍ଦୁ ଧର୍ମରେ ସକାଳ ସମୟର ଏକ ବିଶେଷ ମହତ୍ୱ ରହିଛି। ତେଣୁ ସକାଳୁ ଶୀଘ୍ର ଉଠିବାକୁ ମଧ୍ୟ ବହୁତ ଜରୁରୀ ଅଟେ। ସକାଳୁ ଶୀଘ୍ର ଉଠିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ଥିତି ସୁଦୃଢ ରହିଥାଏ ବୋଲି କୁହାଯାଏ। କିନ୍ତୁ ଆଜିକାଲି ଅଧିକାଂଶ ଲୋକେ ନିଜର ବ୍ୟସ୍ତବହୁଳ ଜୀବନରେ ଖରାପ ଦିନଚର୍ଯ୍ୟା କାରଣରୁ ଏହାର ମହତ୍ୱକୁ ବୁଝି ପାରୁ ନାହାଁନ୍ତି। ଦୈନନ୍ଦିନ ଜୀବନଶୈଳୀ ଖରାପ ଅଭ୍ୟାସ ଆଡ଼କୁ ଅଗ୍ରସର ହେଲେ, ଜୀବନରେ ନକରାତ୍ମକ ପ୍ରଭାବ ପଡ଼ିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସକାଳୁ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ନିଜର ନିତ୍ୟକର୍ମ ସାରି ଥାଏ, ତାର ଜୀବନରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ ଏବଂ ସେହି ବ୍ୟକ୍ତି ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିଥାଏ। ତେଣୁ କିଛି ଏଭଳି କାର୍ଯ୍ୟ ରହିଛି, ଯାହାକୁ ପ୍ରତିଦିନ ସକାଳେ ଉଠିବା ପରେ କରିବା ଦ୍ୱାରା ଜୀବନରେ କେବେବି ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡେ ନାହିଁ ଏବଂ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ରହିଥାଏ। ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ କଲେ ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ।

ସକାଳୁ ଉଠି କରନ୍ତୁ ଏହି କାର୍ଯ୍ୟ :-

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା କ୍ଷଣି ସର୍ବପ୍ରଥମେ ନିଜ ହାତ ପାପୁଲିକୁ ଦର୍ଶନ କରିବା ଶୁଭ ମାନା ଯାଇଥାଏ। ଶାସ୍ତ୍ର ଅନୁସାରେ ମନୁଷ୍ୟର ହାତରେ ଦେବୀ ଲକ୍ଷ୍ମୀ, ଦେବୀ ସରସ୍ୱତୀ ଏବଂ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ଆପଣ ପ୍ରତ୍ୟେକ ଦିନ ଦୁଇ ପାପୁଲିକୁ ଦର୍ଶନ କରିବା ପରେ ହାତକୁ ନିଜ ମୁହଁ ଉପରେ ଥରେ ବୁଲେଇ ଆଣିବେ। ଏଭଳି କରିବା ଦ୍ୱାରା ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ ଏବଂ ଆପଣଙ୍କୁ ଯେଉଁ କାର୍ଯ୍ୟ କରିବେ ସବୁଥିରେ ସଫଳ ହେବେ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସକାଳୁ ଉଠି ବିଛଣାରୁ ତଳେ ପାଦ ରଖିବା ପୂର୍ବରୁ ଭୂମିକୁ ନମସ୍କାର କରିବା ଉଚିତ। କାରଣ ଏହି ଧରିତ୍ରୀ ମଧ୍ୟ ଆମର ମାଆ ଯିଏ ଆମର ଭାର ଉଠାଇଛନ୍ତି। ଏଭଳି କରିବା ଦ୍ଵାରା ଧରିତ୍ରୀ ମାଆଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ।

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସକାଳ ସ୍ନାନ କରିବା ପରେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ଏଭଳି କରିବା ଦ୍ଵାରା ମନୁଷ୍ୟର ତେଜ ,ଆତ୍ମବିଶ୍ୱାସ ,ମାନସମ୍ମାନ ବୃଦ୍ଧି ହୋଇଥାଏ ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଗୋଟେ ତମ୍ବା ଢାଳରେ ଜଳ ଭରି ସେଥିରେ କୁଙ୍କୁମ ,ଅକ୍ଷତ ଏବଂ ଲାଲ ଫୁଲ ପକେଇ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

– ପ୍ରତ୍ୟେକଦିନ କନକଧାରା ଏବଂ ଲକ୍ଷ୍ମୀ ସ୍ତୋତ୍ର ପାଠ କରିବା ଉଚିତ। ଏହାଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ କୃପାରୁ ଆପଣଙ୍କ ଜୀବନ ସର୍ବଦା ଧନଧାନ୍ୟ, ସୁଖ ସମୃଦ୍ଧିରେ ଭରି ଯିବ। ଏହାସହିତ ଆପଣଙ୍କୁ କେବେବି ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡ଼ିବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button