ଜୀବନଶୈଳୀ

AC କିଣିବା ପୂର୍ବରୁ ଥରେ ଜାଣି ରଖନ୍ତୁ ନଚେତ ବଡ଼ ଠକାମିରେ ଶିକାର ହୋଇପାରନ୍ତି , ନିଜେ ମଧ୍ୟ କରିପାରିବେ ଏସି ସର୍ଭିସିଙ୍ଗ

ନମସ୍କାର ଦର୍ଶକବନ୍ଧୁ AC କିଣିବା ପୂର୍ବରୁ ଜାଣିରଖନ୍ତୁ ଏଇ କେତୋଟି କଥା ନେହେଲେ ଆପଣଙ୍କୁ ସହିବାକୁ ପଡ଼ିପାରେ ଏହିସବୁ କ୍ଷତି ବର୍ତ୍ତମାନ ସମୟରେ ଜଳବାୟୁର ପ୍ରଭାବ ପରିବେଶ ଉପରେ ଏତେ ପ୍ରଭାବ ପକାଉଛି ଯେ ସୂର୍ଯ୍ୟଙ୍କ ଉତ୍ତାପ ଦିନକୁ ଦିନ ତେଜ ହେବାକୁ ଲାଗିଛି ଖାସ କରି ଏହି ଦିନରେ ଅସହ୍ୟ ଖରା ତାତି ଏବଂ ଗରମ ଅନୁଭବ ହେଉଛି |ଖରା ତାତିରୁ ରକ୍ଷା ପାଇବା ପାଇଁ ସମସ୍ତେ ଏସି ଏବଂ କୁଳରର ସାହାଯ୍ୟ ନେଉଛନ୍ତି ଭୀଷଣ ଖରା ଗରମରେ ବିନା ଏସିରେ ରହିବା କୌଣସି ଟଚର ଠାରୁ କମ ନୁହେଁ |

ତେଣୁ ଗରିବ ଲୋକଟିଏ ମଧ୍ୟ କେମିତି କଣ କରି ଏସି କିଣିବାକୁ ଆଗ୍ରହ ପ୍ରକାଶ କରୁଛି | ଆଜି କାଲି ଅଧିକାଂଶ ଲୋକଙ୍କ ଘରେ ଏସି ବ୍ୟବହାର ହେଉଛି ତେବେ ଆପଣ ଯଦି ଖରା ତାତିରୁ ରକ୍ଷା ପାଇବା ପାଇଁ ଏସି କିଣିବା ପାଇଁ ଚାହୁଁଛନ୍ତି ତେବେ ଏସି କିଣିବା ପୂର୍ବରୁ କେତେକ ବିଷୟ ନିହାତି ଜାଣିବା ଉଚିତ ଏହି ସବୁ ବିଷୟରେ ଧାଏଁ ଦେଲେ ଆପଣ ଠକାମିରେ ପଡ଼ିବେ ନାହିଁ |

ଏସି କୁଲର କିଣିବା ପରେ ବିଦ୍ୟୁତ ଖର୍ଚ୍ଚକୁ ମଧ୍ୟ ଜଗିବାକୁ ପଡ଼ିଥାଏ ତେଣୁ ଯେତେବେଳେ ଏସି କିମ୍ବା କୁଲର କିଣୁଛନ୍ତି ସବୁବେଳେ ଅଧିକ ଷ୍ଟାର ରେଟିଙ୍ଗ ଥିବା କୁଲର କିମ୍ବା ଏସି କିଣିବାକୁ ଚେଷ୍ଟା କରନ୍ତୁ ଏହା ଦ୍ୱାରା ବିଦ୍ୟୁତ ଖର୍ଚ୍ଚ କମ ହେବା ସହିତ ଘର ମଧ୍ୟ ଥଣ୍ଡା ରହିଥାଏ | କମ ରେଟିଙ୍ଗ ଵାଲା ଏସି କିଣିବା ଦ୍ୱାରା ଅତ୍ୟଧିକ ବିଦ୍ୟୁତ ଖର୍ଚ୍ଚ ସହ ଥଣ୍ଡା କରିବାରେ ମଧ୍ୟ ସମସ୍ୟା କରିଥାଏ |

Related Articles

Leave a Reply

Your email address will not be published. Required fields are marked *

Back to top button