ଜୀବନଶୈଳୀ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ

ସ୍ନାନ ୪ ପ୍ରକାରର। ଅମୃତ ସ୍ନାନ,ବ୍ରାହ୍ମ ମୁହୂର୍ତ୍ତ ୪.୩୦ ରୁ ୫.୩୦, ଦୁଗ୍ଧ ସ୍ନାନ ସକାଳ ୫.୩୦ ରୁ ୬.୩୦,ସୁରା ସ୍ନାନ ସକାଳ ୬.୩୦ ରୁ ୯.୩୦,ରକ୍ତ ସ୍ନାନ ୯.୩୦ ରୁ ଦିନସାରା। ପ୍ରତ୍ୟେକ ଦିନ କେବଳ ଅମୃତ ସ୍ନାନ କିମ୍ବା ଦୁଗ୍ଧ ସ୍ନାନ କରିବା ଉଚିତ।

ସୋମବାର ଦିନ ଗୋରୁ ,ଗାଈ କିଣନ୍ତୁ ନାହିଁ କିମ୍ବା ବିକ୍ରୟ କରନ୍ତୁ ନାହିଁ। ସୋମବାର ଦିନ ପିଲାମାନଙ୍କର ଖାତା, ବହି କିଣିଲେ ଶୁଭ ହୋଇଥାଏ।

ଯାତ୍ରା ଆରମ୍ଭ ପୂର୍ବରୁ ଏହି ପରି କରିବା ଉଚିତ। ରବିବାର ଦିନ ମୁଣ୍ଡରେ ହାତ ଦେଇ ଯାତ୍ରା ଆରମ୍ଭ କରିବା ଉଚିତ, ସୋମବାର ଦିନ ମୁହଁରେ, ମଙ୍ଗଳବାର ଦିନ ଗଳାରେ, ବୁଧବାର ଦିନ ପେଟରେ, ଗୁରୁବାର ଦିନ ଜଙ୍ଘର ଦୁଇ ପଟରେ, ଶୁକ୍ରବାର ଦିନ କାନରେ, ଶନି ବାର ଦିନ ପିଠିରେ ହାତ ଦେଇ ଯାତ୍ରା ଆରମ୍ଭ କରିଲେ ଶୁଭ ହୋଇଥାଏ।

ଭାତ ପରସିବା ପରେ ହାଣ୍ଡିକୁ ପୁରା ଖାଲି କରିବା ଉଚିତ ନୁହେଁ। ଏବଂ ରୁଟି ପରସିବା ପରେ ରୁଟି ରଖିଥିବା ପତ୍ରକୁ ସମ୍ପୂର୍ଣ ଖାଲି କରିବା ଉଚିତ ନୁହେଁ।

ଠାକୁର ପୂଜା କରିବା ସମୟରେ ଯଦି ଅତିଥି ଆସି ଦୁଆର ମୁହଁରେ ଡାକନ୍ତି କିମ୍ବା ଝିଟିପିଟି ସତ ସତ ଶବ୍ଦ କରେ ସେହି ଦିନଟି ଶୁଭ ହୋଇଥାଏ।

ନିଜ ଘରେ ଦ୍ୱୀପ ଜାଳିବା ସମୟରେ ଦ୍ୱୀପ ତଳେ ଅରୁଆ ଚାଉଳ କିମ୍ବା ଦୁବଟିଏ ରଖିଦିଅନ୍ତୁ। ଶନିବାରରେ ରାଶି ତେଲ, ମଙ୍ଗଳବାର ଦିନ ଯେକୌଣସି ତେଲ ଏବଂ ଅନ୍ୟାନ୍ୟ ବାରରେ କେବଳ ଘିଅର ଦ୍ୱୀପ ଜାଳିବା ଉଚିତ।

ଯଦି ବିରାଡ଼ି ଘରେ ଛୁଆ ଜନ୍ମ କରେ ଏବଂ ମାଙ୍କଡ଼ ଫଳ ଖାଇ ସାରିବା ପରେ ଯଦି ତାର ଚୋପାକୁ ଘର ସାମନାରେ ପକାଇ ଦିଏ ତେବେ ଶୁଭ ସମୟର ଆଗମନର ସୂଚନା ମିଳିଥାଏ।

Google

ଭଲ କର୍ମ କରି ଖରାପ ଦୋଷା ଭୋଗ କରୁଥିବା ବ୍ୟକ୍ତି ବେଦ ଜାଣିଥିବା ବ୍ରାହ୍ମଣକୁ ସୁନା ଦାନ କଲେ ଶୁଭ ଫଳ ମିଳିଥାଏ।

ରାତିରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ। ଏବଂ ଦାନ୍ତରେ ନଖ ଛିଡାନ୍ତୁ ନାହିଁ।

ରାତିରେ ଛାଞ୍ଚଣୀ ଧରି ଘର ଓଳାନ୍ତୁ ନାହିଁ କିମ୍ବା ଘରର ଅଳିଆ ଆବର୍ଜନାକୁ ବାହାରେ ଫିଙ୍ଗନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button