ଦେଶ ବିଦେଶ

ନିବେଶକଙ୍କ ଡୁବିଲା ୯.୩୪ ଲକ୍ଷ କୋଟି: ସେନସେକ୍ସ ୯୩୧ ପଏଣ୍ଟ ଖସିଲା

ମୁମ୍ବାଇ: ଭାରତୀୟ ଷ୍ଟକ୍ ବଜାରରେ ଆଜି ନିବେଶକମାନେ ବଡ଼ ଧରଣର କ୍ଷତି ସହିଛନ୍ତି। ସେନସେକ୍ସ ୯୩୧ ପଏଣ୍ଟ ଏବଂ ନିଫ୍ଟି ୩୦୯ ପଏଣ୍ଟ ତଳକୁ ଖସିଛି ଯଥାକ୍ରମେ ୮୦,୨୨୦ ପଏଣ୍ଟ ଏବଂ ୨୪୪୭୨ ପଏଣ୍ଟରେ ବନ୍ଦ ହୋଇଛି। ଦ୍ବିତୀୟ ତ୍ରୟମାସରେ କମ୍ପାନିଗୁଡ଼ିକ ଘୋଷଣା କରୁଥିବା ଆର୍ଥିକ ଫଳାଫଳ ଆଶାନୁରୂପ ନରହିବା ଏବଂ ବିଦେଶୀ ନିବେଶକମାନେ ସେୟାର ବିକ୍ରି ଜାରି ରଖିବା ଆଦିର ପ୍ରତିକୂଳ ପ୍ରଭାବ ଷ୍ଟକ୍ ବଜାର ଉପରେ ପଡ଼ିଛି।

ସେନ୍ସେକ୍ସରେ ବଡ଼ଧରଣର ହ୍ରାସ ଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ୯.୩୪ ଲକ୍ଷ କୋଟି ଟଙ୍କା କମିଯାଇ ୪୪୪.୩୧ ଲକ୍ଷ କୋଟି ଟଙ୍କା ରହିଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରମୁଖ ଷ୍ଟକ ବଜାରଗୁଡ଼ିକ ନିମ୍ନମୁଖୀ ହେବା, ଡଲାର ମୂଲ୍ୟରେ ବୃଦ୍ଧି ମଧ୍ୟ ଭାରତୀୟ ଷ୍ଟକ ବଜାର ହ୍ରାସର ଅନ୍ୟତମ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଚ୍ଡିଏଫ୍ସି ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଏସ୍ବିଆଇ, ଏଲ୍ ଆଣ୍ଡ୍ ଟି ସମେତ ଟିସିଏସ୍, ଏନ୍ଟିପିସି, ଟାଟା ମୋଟର୍ସ, ଏକ୍ସିସ ବ୍ୟାଙ୍କ ଏବଂ ପାୱାର ଗ୍ରିଡ୍ ଆଦି କମ୍ପାନିଗୁଡ଼ିକ ସେନ୍ସେକ୍ସକୁ ତଳକୁ ଟାଣିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button