ଧର୍ମ

ଶ୍ରାବଣ ମାସରେ ନନ୍ଦୀ ଙ୍କ କାନରେ କହିଦିଅନ୍ତୁ ଏହି ଶବ୍ଦ, ମନୋକାମନା ପୂର୍ଣ୍ଣ ହେବ…

ବନ୍ଧୁଗଣ ଶ୍ରାବଣ ମାସ ଅର୍ଥାତ ବର୍ଷା ଜଳ ଭରା ଓ ସବୁଜିମା ଭରା ପରିବେଶ ହୋଇଥାଏ । ଏହି ମାସରେ ଧରିତ୍ରି ସୁନ୍ଦର ଭାବେ ସଜେଇ ହୋଇ ରହିଥାଏ । ଶ୍ରାବଣ ମାସ ଆସିବା ମାତ୍ରେ ସମସ୍ତଙ୍କ ମନ ପବିତ୍ର, ଶାନ୍ତି ଓ ଆନନ୍ଦ ଉଲ୍ଲାସରେ ଭରି ଯାଇଥାଏ । ମଣିଷ ଭଗବାନଙ୍କ ଭକ୍ତିରେ ବିଭୋର ହୋଇଯାଏ ।  ଏହି ମାସ ଟି ମହାଦେବଙ୍କୁ ସମର୍ପିତ ଅଟେ । ଏହି ବର୍ଷର ଶ୍ରାବଣ ମାସ ଟି ଅନେକ ଶୁଭ ଯୋଗକୁ ସାଥିରେ ନେଇ ଆସିଛି ।

ଏହି ମାସରେ ଅନେକ ଭକ୍ତ ମହାଦେବଙ୍କୁ ପ୍ରସନ୍ନ କରିବାକୁ ବିଧି ବିଧାନ କରିଥାନ୍ତି । ଆଜି ଆମେ ଜାଣିବା ଶ୍ରାବଣ ମାସରେ ନନ୍ଦୀ ଙ୍କ କାନରେ କଣ କହିଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ଭଗବାନ ଶିବ ଙ୍କୁ ଭୋଳା ଶଙ୍କର ବୋଲି କୁହାଯାଏ । କୁହାଯାଏ କି ମହାଦେବ ଅତି କାମରେ ଅନ୍ତୁଷ୍ଟ ହୋଇଥାନ୍ତି । ଭକ୍ତି ଓ ବିଶ୍ଵାସ ସହକାରେ ମହାଦେବଙ୍କୁ ସ୍ମରଣ କରିଲେ ମହାଦେବ ସ୍ଵୟଂ ପ୍ରକଟ ହୋଇଥାନ୍ତି ।

ଏହି ମାସରେ ମହାଦେବ ଓ ମାତା ପାର୍ବତୀ ଙ୍କ ବିଶେଷ ରୂପେ ପୂଜା କରିବା ଉଚିତ । କାରଣ ମା ପାର୍ବତୀ ହେଉଛନ୍ତି ମହାଦେବଙ୍କର ବାମ ଅଙ୍ଗ । ଶାସ୍ତ୍ର ଅନୁଯାୟୀ ଶିବ ଙ୍କ କୃପା ପାଇବା ପାଇଁ ବୃଷଭଙ୍କର ପୂଜାର ଅଧିକ ମହତ୍ଵ ରହିଛି । ଶାସ୍ତ୍ର ରେ ଏହା ବର୍ଣ୍ଣିତ ଅଛି କି ମହାଦେବଙ୍କ ପୂଜା ପୂର୍ବରୁ ବୃଷଭ ଙ୍କ ପୂଜା କରିଲେ ମହାଦେବ ସନ୍ତୁଷ୍ଟ ହୋଇଥାନ୍ତି । କୁହାଯାଏ ବିନା ବୃଷଭ ଙ୍କ ପୂଜାରେ ମହାଦେବଙ୍କ ପୂଜା କରିବା ବ୍ୟର୍ଥ ଅଟେ ।

ମହାଦେବଙ୍କ ବାହନ ନନ୍ଦୀ ବା ବୃଷଭ ଶ୍ରେଷ୍ଠ ଗଣ ଅଟନ୍ତି । ଅନେକ ମଣିଷ ବହୁତ ପରିଶ୍ରମ କରିଥାନ୍ତି ମାତ୍ର ସଫଳତା ପାଇପାରନ୍ତି ନାହିଁ । ଆଉ ଭାଗ୍ୟକୁ ଦୋଷ ଦେଇଥାନ୍ତି । ଯଦି କାହା ଜୀବନରେ ଦୁଃଖ, କଷ୍ଟ ଲାଗି ରହିଛି ବା ଆର୍ଥିକ ସମସ୍ଯା ଲାଗିଛି ତେବେ ଶ୍ରାବଣ ମାସରେ କୌଣସି ଦିନ ଶିବ ମନ୍ଦିର କୁ ଯାଆନ୍ତୁ ।

ପ୍ରଥମେ ଶିବ ମନ୍ଦିର ର ଅର୍ଦ୍ଧ ପରିକ୍ରମା କରିବା ପରେ ପାର୍ଶ୍ଵ ଦେବା ଦେବୀଙ୍କର ପୂଜା କରନ୍ତୁ । ଏହା ପରେ ନନ୍ଦୀ ଙ୍କର ପୂଜା କରନ୍ତୁ । ଜଳାଭିଷେକ କରି ଦୀପ ଧୂପ ଦେଇ ମିଠା ଭୋଗ କରନ୍ତୁ । ଏହାପରେ ନନ୍ଦୀ ଙ୍କ ପାଖରେ ବସି ଓମ ନନ୍ଦୀସ୍ବରାୟ ନମହ ମନ୍ତ୍ର ଜପ କରନ୍ତୁ ଏବଂ ନନ୍ଦୀ ଙ୍କ କାନରେ ନିଜର ସମସ୍ଯା ବିଷୟରେ କହି ଦିଅନ୍ତୁ ।

ଏମିତି କହିବେ ଯେମିତି କେହି ନ ଶୁଣିବେ । ନନ୍ଦୀ ହେଉଛନ୍ତି ଏକମାତ୍ର ମଧ୍ୟମ ଯିଏ କି ମହାଦେବଙ୍କ ପାଖରେ ସବୁ କଥା ଜଣାଇଥାନ୍ତି । ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ବା ଇଚ୍ଛା ଅଛି ତେବେ ନନ୍ଦୀ ଙ୍କ କାନରେ ତାହା କହି ଦିଅନ୍ତୁ ଏହି ଶ୍ରାବଣ ମାସରେ । ଦେଖିବେ ବହୁତ ଦିନର ଆସା ନିଶ୍ଚୟ ପୂରଣ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button