ଓଡିଶା

ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ ଗିରଫ

ଭୁବନେଶ୍ବର – ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀଙ୍କ ସରକାରୀ କ୍ୱାର୍ଟର ଘରୁ ଚୋରି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ଜି. ଗଙ୍ଗା ରେଡ୍ଡୀ ସମେତ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଏମାନଙ୍କ ନାଁରେ କମିସନରେଟ ପୁଲିସ ଅଞ୍ଚଳରେ ୧୦୦ରୁ ଅଧିକ ମାମଲା ରହିଛି।

ସେମାନଙ୍କଠାରୁ ପ୍ରବୋଧଙ୍କ ଘରୁ ଚୋରି ହୋଇଥିବା ୧୪ଟି ମେଡାଲ ଜବତ ହୋଇଛି। ଗୋଟିଏ ଗୋଲଡ ମେଡାଲ, ୮ଟି ବ୍ରୋଞ୍ଜ ମେଡାଲ, ୫ଟି ସିଲଭର ମେଡାଲ, ସୁନା କାନ ଫୁଲ, ପ୍ଲାଟିନମ ଚେନ, ଗୋଲଡ ପ୍ଲେଟେଡ଼ କ୍ଲିପ, ୫୬ ଇଞ୍ଚର ଏଲଇଡ଼ି ଟିଭି, ଡିଏସଏଲଆର କ୍ୟାମେରା, ମୋବାଇଲ ଫୋନ,ଗ୍ୟାସ ସିଲିଣ୍ଡର ଆଦି ଜବତ କରାଯାଇଛି। ଗତ ୨୦ ତାରିଖରେ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ହୋଇଥିଲା। ଏ ନେଇ ପ୍ରବୋଧଙ୍କ ଭାଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଛାନଭିନ୍ ଚଳାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button