ଦେଶ ବିଦେଶ

ୟୁକ୍ରେନ ଶାନ୍ତି ଯୋଜନା ସହ ପୁଟିନଙ୍କୁ ଭେଟିଲେ NSA ଅଜିତ ଡୋଭାଲ

ବ୍ରିକ୍ସ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ସମୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି ଭାରତର ଏନଏସଏ ଅଜିଭ ଡୋଭାଲ। ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଆଲୋଚନା ସମ୍ପର୍କରେ ସେ ପୁଟିନଙ୍କୁ ଅବଗତ କରାଇଛନ୍ତି। ଏଥିସହ ୟୁକ୍ରେନ ସହ ଶାନ୍ତି ପ୍ରତିଷ୍ଠାର ଯୋଜନା ସମ୍ପର୍କରେ ମଧ୍ୟ ପୁଟିନଙ୍କୁ ଜଣାଇଥିବା କୁହାଯାଉଛି।

ଡୋଭାଲ ଓ ପୁଟିନ ହ୍ୟାଣ୍ଡେଶେକ ଏବଂ ଆଲୋଚନା କରିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଭାରତରେ ଥିବା ରୁଷ ଦୂତାବାସ ପକ୍ଷରୁ ପୁଟିନ-ଡୋଭାଲ ଭେଟଘାଟର ଫଟୋ ଶେୟାର କରାଯାଇଛି।

୨ ସପ୍ତାହ ତଳେ ମୋଦି ୟୁକ୍ରେନ ଯାଇଥିବା ବେଳେ ଏବେ ଡୋଭାଲ ରୁଷ ଗସ୍ତ କରିଛନ୍ତି। ୟୁକ୍ରେନ ଗସ୍ତ ସମୟରେ ମୋଦି ସେଠାକାର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଯୁଦ୍ଧରେ ବିରାମ ଲଗାଇବା ସମ୍ପର୍କରେ ପରାମର୍ଶ ଦେଇଥିଲେ। ୟୁକ୍ରେନ ଓ ରୁଷ ସମୟ ନଷ୍ଟ ନ କରି ଏକାଠି ବସି ସାମାଧାନ ସମ୍ପର୍କରେ ଆଲୋଚନା କରିବାକୁ କହିଥିଲେ। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ମଧ୍ୟ ସେ ଘୋଷଣା କରିଥିଲେ।

ସୂତ୍ର ଅନୁସାରେ, ରୁଷ-ୟୁକ୍ରେନ ବିବାଦର ସମାଧାନ ଲକ୍ଷ୍ୟ ନେଇ ଡୋଭାଲ ମସ୍କୋ ଗସ୍ତ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାନ୍ତି ଯୋଜନା ଧରି ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଡୋଭାଲଙ୍କ ସହ ଆଲୋଚନା କରିବା ବେଳେ ପୁଟିନ ଆଶା କରିଛନ୍ତି ଯେ ଆସନ୍ତା ମାସରେ ରୁଷର କାଜାନରେ ହେବାକୁ ଥିବା ବ୍ରିକ୍ସ ଦେଶର ସମ୍ମିଳନୀରେ ମୋଦି ଯୋଗ ଦେବେ।

Related Articles

Leave a Reply

Your email address will not be published. Required fields are marked *

Back to top button