ଦେଶ ବିଦେଶ

ଦୁନିଆର ସବୁଠାରୁ ବିପଜ୍ଜନକ ହ୍ରଦ! ଯିଏ ପଶିଲା ସିଏ ପାଲଟିଯାଏ ପଥର, ଜାଣନ୍ତୁ କାହିଁକି ଓ କଣ ରହିଛି ଏହା ପଛର ରହସ୍ୟ

ସାରା ବିଶ୍ୱରେ ଅନେକ ବିପଦପୂର୍ଣ୍ଣ ନଦୀ ଏବଂ ହ୍ରଦ ରହିଛି। କେଉଁଠି ନଦୀ ଅତି ଗଭୀର ହୋଇଥାଏ ତ କେଉଁଠି କୁମ୍ଭୀର ଭଳି ଭୟଙ୍କର ଜୀବଜନ୍ତୁଙ୍କର ଅବସ୍ଥିତି ହେତୁ ସେଗୁଡିକୁ ସାଧାରଣ ଲୋକେ ଯିବାକୁ ଭୟ କରିଥାନ୍ତି। ତେବେ, ଆମ୍ଭେ ଆଜି ଯେଉଁ ହ୍ରଦ ବିଷୟରେ କହିବାକୁ ଯାଉଛୁ ଯାହା ଏଗୁଡିକ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ପ୍ରକୃତରେ ତାଞ୍ଜାନିଆରେ ଥିବା ଏହି ହ୍ରଦର ପାଣି ଜୀବଜନ୍ତୁ ଏବଂ ପକ୍ଷୀ ମାନଙ୍କୁ ପଥର କରି ଦେଉଥିବା ଜଣାଯାଇଛି।

Norton lake

୨୦୧୩ ମସିହାରେ ତାଞ୍ଜାନିଆରେ ଅବସ୍ଥିତ ଥିବା ନାଟନ୍ ନାମକ ଏହି ହ୍ରଦର ଏକ ଚିତ୍ର ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହି ହ୍ରଦ ମଧ୍ୟରେ କିଛି ପକ୍ଷୀ ଏବଂ ଜୀବ ପଥର ପାଲଟି ଯାଇଥିବା ଦେଖିବାକୁ ମିଳିଥିଲା। ଅରୁଶା ଅଞ୍ଚଳର ଉତ୍ତର ନଗୋରୋଙ୍ଗୋରୋ ଜିଲ୍ଲାରେ ଥିବା ଏହି ହ୍ରଦର ପାଣିର pH ପ୍ରାୟ ୧୨ ଅଟେ। ଏତେ ମାତ୍ରାରେ କ୍ଷାରୀୟ ଜଳ ହୋଇଥିବାରୁ ପାଣି ଭିତରକୁ ଆସୁଥିବା ଜୀବଜନ୍ତୁ ମାନଙ୍କର ଚର୍ମ ଏବଂ ଆଖି ଜଳି ଯାଇଥାଏ।

Rock

ଏହି ହ୍ରଦରେ କେବଳ ଫ୍ଲେମିଙ୍ଗୋମାନେ ବିଚରଣ କରୁଥିବା ଦେଖିବାକୁ ମିଳିଥାଏ। ଗୋଡ଼ରେ ଅତ୍ୟନ୍ତ ଶକ୍ତ ଚର୍ମ ଥିବାରୁ ଏମାନେ ଏହି ପାଣି ଭିତରେ ବଞ୍ଚି ରହି ପାରନ୍ତି। ଏହା ପାଖରେ ଥିବା ଓଲ୍ ଡୋଇନ୍ୟୋ ଲେଙ୍ଗାଇ ଆଗ୍ନେୟଗିରି ହେତୁ ହ୍ରଦରେ ନାଟ୍ରୋକାର୍ବୋନାଟାଇଟ୍ ନିର୍ଗତ ହୋଇଥାଏ। ହ୍ରଦ ଚାରିପାଖରେ ଥିବା ପାହାଡରୁ ସୋଡିୟମ୍ କାର୍ବୋନେଟ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ନାଟ୍ରୋକାର୍ବୋନାଇଟ୍ ଭିତରକୁ ଚାଲି ଆସୁଥିବାରୁ ହ୍ରଦର ପାଣି କ୍ଷାରୀୟ ହୋଇଯାଇଛି। ବେଳେ ବେଳେ ଏହି ହ୍ରଦର ଜଳ ୬୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଗରମ ହୋଇଯାଏ ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button