ଜୀବନଶୈଳୀ

ଖବରରେ ଚୁମ୍ବନର ପାପ କାହାଣୀ

ପାପ ନୁହେଁ ଚୁମ୍ବନ…କାହିଁକି ଜାଣନ୍ତି ? ଏଭଳି ଏକ ହେଡଲାଇନ୍ ସହ ଓଡ଼ିଶାର ପ୍ରମୁଖ ମିଡିଆ ସଂସ୍ଥାର ଡିଜିଟାଲ ମଞ୍ଚରେ ଖବର ପ୍ରକାଶ ପାଇଛି ।ଖବରରେ କୁହାଯାଇଛି ଯେ, ଚୁମ୍ବନରେ ରହିଥାଏ ସ୍ନେହ, ଶ୍ରଦ୍ଧା, ଭଲ ପାଇବାର ସ୍ପର୍ଶ । ହେଲେ ଜାଣନ୍ତି, ଏହି ଚୁମ୍ବନ ପଛରେ ଥିବା ବୈଜ୍ଞାନିକ ରହସ୍ୟ ? ବୈଜ୍ଞାନିକଙ୍କ କହିବା ଅନୁଯାୟୀ,୧୦ ସେକେଣ୍ଡର କିସ୍‌ରେ ୮ କୋଟି ବ୍ୟାକ୍ଟେରିଆ ଆମେ ପରସ୍ପର ସହ ବାଣ୍ଟିଥାଉ । ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ, ହେଲେ ଏହା ବିଜ୍ଞାନସିଦ୍ଧ । ତେବେ ଗୋଟିଏ କଥା ଆମକୁ ମାନିବାକୁ ପଡ଼ିବ, ଚୁମ୍ବନରେ ଆମକୁ ଲାଭ ମିଳିଥାଏ…କିଛି କ୍ଷତି ବି ସହିବାକୁ ପଡ଼ିଥାଏ ।

ଜାଣି ଆଶ୍ଚର୍ଯ୍ୟ ହେବେ,  କିସିଂ ବା ଚୁମ୍ବନରେ ଏତେ ସଂଖ୍ୟକ ବ୍ୟାକ୍ଟେରିଆ ସଂକ୍ରମଣ ହେଉଥିଲେ ହେଁ, ହାତ ମିଳାଇବା ଦ୍ୱାରା ରୋଗରେ ପଡ଼ିବାର ଆଶଙ୍କା ଏହାଠାରୁ ଅଧିକ ରହିଥାଏ। ଚମ୍ବନ ପଛରେ ଥିବା ସାଇନ୍ସ କୁହେ, ଏହା ଦ୍ୱାରା ବ୍ୟାକ୍ଟେରିଆ ଆଦାନ ପ୍ରଦାନ ହେଉଥିଲେ ମଧ୍ୟ ଉଭୟଙ୍କ ପାଇଁ ଚୁମ୍ବନ ବେଶ ଫାଇଦା ଦେଇଥାଏ।

କେବେଠୁ ଆରମ୍ଭ ହେଲା ଚୁମ୍ବନ ପ୍ରକ୍ରିୟା

ଅନେକେ କିସିଂ ବା ଚୁମ୍ବନକୁ ଛେପର ଆଦାନ ପ୍ରଦାନ ବୋଲି କହିଥାନ୍ତି। ହେଲେ ମଣିଷକୁ ଆନନ୍ଦ ଦେଉଥିବା ଏହି ପ୍ରକ୍ରିୟା କେବେ ଆରମ୍ଭ ହେଲା ଜାଣନ୍ତି ? କୁହାଯାଏ, ପାଶ୍ଚାତ୍ୟରେ ଏହି କାମ ୨୦୦୦ ବର୍ଷ ପୂର୍ବରୁ ପ୍ରଚଳିତ ହୋଇ ଆସୁଛି। ୨୦୧୫ରେ ହୋଇଥିବା ଏକ ଷ୍ଟଡିରୁ ଜଣାଯାଏ, ୧୬୮ ସଂସ୍କୃତି ମଧ୍ୟରୁ ଅଧାରୁ କମ୍‌ ସଂସ୍କୃତିର ଲୋକେ  ଓଠର ମିଳନକୁ ସ୍ୱୀକୃତି ଦେଇଥାନ୍ତି। ଅନେକ ସଂସ୍କୃତିରେ ଏହାକୁ ପାପ ବୋଲି ବିଚାର କରାଯାଇଥାଏ।

ଭଲ ପାଇବାର ପ୍ରଥମ ଅନୁଭୂତି ଓଠ ସହ ଜଡିତ । ମା’ କ୍ଷୀର ପିଇଲାବେଳେ ହେଉ ବା ବୋତଲରେ କ୍ଷୀର ପିଇବାବେଳେ,  ଶିଶୁଟି ଓଠକୁ ଯେପରି ବ୍ୟବହାର କରିଥାଏ,  ତାହା ପ୍ରାୟ ଚୁମ୍ବନ ପରି । ଚୁମ୍ବନର ଏହି ପ୍ରାଥମିକ ପ୍ରକ୍ରିୟା ଶିଶୁର ମସ୍ତିଷ୍କରେ ଥିବା ସ୍ନାୟୁ ତଥା ସ୍ନାୟୁ ସହିତ ଜଡିତ ପଥ ପ୍ରସ୍ତୁତ କରେ, ଯାହା ମନରେ ଏକ ସକରାତ୍ମକ ଭାବନା ସୃଷ୍ଟି କରେ ।

ଓଠ ଆମ ଶରୀରର ସବୁଠାରୁ ଏକ୍‌ପୋଜ୍‌ଡ ଅଂଶ ଯାହା ମନରେ ଯୌନ ଉଦ୍ଦିପନା ସୃଷ୍ଟି କରିଥାଏ। ଅନ୍ୟ ପ୍ରାଣୀମାନଙ୍କଠାରୁ ମଣିଷର ଓଠର ଗଠନ ଭିନ୍ନ। ମଣିଷର ଓଠ ବାହାରକୁ ବାହାରିଥାଏ। ଏହା ସମ୍ବେଦନଶୀଳ ସ୍ନାୟୁରେ ପରିପୂର୍ଣ୍ଣ। ତେଣୁ ସାମାନ୍ୟ ସ୍ପର୍ଶ କଲେ ତାହା ଆମର ମସ୍ତିଷ୍କକୁ ସିଗ୍‌ନାଲ ପହଞ୍ଚାଇ ଦିଏ ।

ଆମ ମସ୍ତିଷ୍କର ସମ୍ବେଦନଶୀଳ ସୂଚନା ସହ ଜଡିତ ଏକ ବଡ଼ ଅଂଶକୁ କିସିଂ ବା ଚୁମ୍ବନ ସକ୍ରିୟ କରିଥାଏ। ହଠାତ୍ ଆମର ମନ କାମ କରିବା ଆରମ୍ଭ କରେ।  ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଚିନ୍ତା କରିବା ଆରମ୍ଭ କରେ ।  ଚୁମ୍ବନର ଯାଦୁ ଏପରି ଭାବରେ ପ୍ରଭାବିତ କରେ ଯେ, ଆମ ଶରୀରର ହରମୋନ୍ ଏବଂ ନ୍ୟୁରୋଟ୍ରାନ୍ସମିଟର ୱାଶିଂ ମେସିନ୍ ପରି ଘୂର୍ଣ୍ଣନ କରିବା ଆରମ୍ଭ କରେ। ଆମର ଚିନ୍ତାଧାରା ଏବଂ ଅନୁଭବ ପ୍ରଭାବିତ ହେବାକୁ ଲାଗେ ।

ଯେତେବେଳେ ଦୁଇଟି ଓଠ ପରସ୍ପରକୁ ଚୁମ୍ବନ ଦେବା ଆରମ୍ଭ କରନ୍ତି, ସେତେବେଳେ ପ୍ରାୟ ୯ ମିଲିଗ୍ରାମ ପାଣି, ୭ ମିଲିଗ୍ରାମ ପ୍ରୋଟିନ୍‌, ୧୮ ମିଲିଗ୍ରାମ ଅର୍ଗାନିକ କମ୍ପାଉଡ୍‌ସ, ୭୧ ମିଲିଗ୍ରାମ ଭିନ୍ନ ଭିନ୍ନ ପ୍ରକାର ଫ୍ୟାଟ୍‌ସ ଏବଂ ୪୫  ସୋଡିୟମ କ୍ଲୋରାଇଡ୍ର ଆଦାନ ପ୍ରଦାନ ହୋଇଥାଏ। କ୍ୟାଲୋରୀକୁ ବର୍ଣ୍ଣ କରିବାର କାମ ମଧ୍ୟ ଚୁମ୍ବନ ପ୍ରକ୍ରିୟା ଦ୍ୱାରା ହୋଇଥାଏ। କୁହାଯାଉଛି, ଚୁମ୍ବନ କରୁଥିବା ଦୁଇଜଣ ବ୍ୟକ୍ତି ୨ରୁ ୨୬ କ୍ୟାଲୋରୀ ପ୍ରତି ମିନିଟ୍‌ରେ ଖର୍ଚ୍ଚ କରିଥାନ୍ତି। ସେତିକି ନୁହେଁ, ଚୁମ୍ବନର ଆନନ୍ଦ ନେବା ସମୟରେ ପାଖାପାଖି ୩୦ ଭିନ୍ନ ଭିନ୍ନ ମାଂସପେଶୀ କାର୍ଯ୍ୟକ୍ଷମ ହୋଇଥାଏ।

ଚୁମ୍ବନ ସମ୍ପର୍କକୁ ମଜବୁତ୍‌ କରିଥାଏ। ଶାରୀରିକ ସମ୍ପର୍କ ପାଇଁ ମଧ୍ୟ ଏହା ଦରକାରୀ। ପ୍ରେମୀ ଯୁଗଳଙ୍କ ମଧ୍ୟରେ ଭଲ ପାଇବା  ବଢାଇବା ଏବଂ ଏକାଠି କରିବା ପାଇଁ ଏହା ସାହାଯ୍ୟ କରିଥାଏ।

ପାର୍ଟନରକୁ କିସ୍‌ କରିବା ସମୟରେ ମସ୍ତିଷ୍କରେ ଏପରି ଏକ କେମିକାଲ ବାହାରିଥାଏ ଯାହା ମନକୁ ଶାନ୍ତ କରିଦିଏ। ଟେନ୍‌ଶନ କମ୍‌ କରିଥାଏ। ଏପରିକି ମନ ଓ ମସ୍ତିଷ୍କକୁ ସତେଜ ରଖିବାରେ ଏହା ସାହାଯ୍ୟ କରିଥାଏ।

ଚୁମ୍ବନ ଦ୍ୱାରା କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ଯଦ୍ୱାରା ମେଟାବଲିଜ୍‌ମର ବୃଦ୍ଧି  ଘଟିଥାଏ।

ଆମ ପାଟିରେ ଥିବା ଲାଳରେ ଜୀବାଣୁ, ବୀଜାଣୁ ଇତ୍ୟାଦି ବିରୁଦ୍ଧରେ ଲଢୁଥିବା ପଦାର୍ଥ ଥାଏ | ତେଣୁ, ଚୁମ୍ବନ ଦେଇ ଆମର ପାଟି, ଦାନ୍ତ  ସୁସ୍ଥ ରହିଥାଏ |

ଚୁମ୍ବନ ଦ୍ୱାରା ଆମର ଇମ୍ୟୁନିଟି ବଢିଥାଏ।  ସାଥୀର ମୁହଁରେ ରହୁଥିବା କୀଟାଣୁ ସମ୍ପର୍କରେ ଆସିବା ଫଳରେ ଆମର ଇମ୍ୟୁନିଟି ଅଧିକ ଶକ୍ତିଶାଳୀ ହୋଇଥାଏ।

ଚୁମ୍ବନରୁ କ୍ଷତି

ଚୁମ୍ବନ ଦ୍ୱାରା ଅନେକ ରୋଗ ସହଜରେ ସଂକ୍ରମିତ ହୋଇଥାଏ

କିଛି  ସଂକ୍ରମିତ ଡ୍ରପଲେଟ୍‌ ବାୟୁ ମଣ୍ଡଳରେ ଥାଏ। ଯଦି ସଂକ୍ରମିତ ଡ୍ରପଲେଟ ନିଃଶ୍ୱାସ ସମୟରେ ଭିତରକୁ ଯାଏ ତେବେ ଆପଣ ବି ସଂକ୍ରମିତ ହେବେ।

ଯଦି ଜଣେ ସଂକ୍ରମିତ ହୋଇଥାଏ, ତେବେ ଏହି ସଂକ୍ରମିତ ଡ୍ରପଲେଟ ଗଳା ଓ ନାକ ଦେଇ ବାହାରିଥାଏ ଏବଂ ଚୁମ୍ବନ ସମୟରେ ଏହା ଅନ୍ୟକୁ ସଂକ୍ରମିତ କରିଥାଏ।

ନାକ ଏବଂ ଗଳାରୁ କିଛି ସଂକ୍ରମିତ କଣିକା ଆକାରରେ ଛୋଟ ଛୋଟ ଥିବାରୁ ଦୀର୍ଘ ସମୟ ଧରି ପବନରେ ରହିପାରେ। ଏହି ଡ୍ରପଲେଟ ସିଧା ନିଃଶ୍ୱାସରେ ଯାଇ ଲଂଗ୍‌ସକୁ ପ୍ରଭାବିତ କରେ। ଏହା ରୋଗର କାରଣ ହୋଇପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button