ଦେଶ ବିଦେଶ

ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ ରାୟ, ମହିଳା ନିଜ ଇଚ୍ଛାରେ କୌଣସି ପୁଅ ସହ ସଂପର୍କ ରଖିପାରିବେ, ହେଲେ…

ଜଣେ ପ୍ରାପ୍ତ ବୟସ୍କା ମହିଳା ନିଜ ଇଚ୍ଛା ଅନୁସାରେ ଅବାଧରେ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସହ ରହିପାରିବେ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ପରିବାରର ସମ୍ମତି ବିନା 20 ବର୍ଷ ବୟସ୍କା ଝିଅ ଘର ଛାଡ଼ି ପ୍ରେମିକ ସହ ବିବାହ କରିବା ମାମଲାରେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଝିଅ ଏବଂ ତାଙ୍କ ସ୍ୱାମୀଙ୍କୁ କୌଣସି ପ୍ରକାରେ ଭୟଭୀତ କରାଇବା କିମ୍ବା ଆଇନକୁ ନିଜ ହାତକୁ ନେବାକୁ ଚେଷ୍ଟା ନକରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ୨୦ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ପୁନର୍ମିଳନ କରାଇବା ଆବେଦନ ଉପରେ ଶୁଣାଣି ବେଳେ ଜଷ୍ଟିସ୍ ଭିପିନ୍ ସାଙ୍ଗି ଏବଂ ରଜନୀଶ ଭଟନଗରଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୁଲେଖା ନାମ୍ନା ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ବବ୍‌ଲୁଙ୍କ ସହ ରହିବାକୁ ଅନୁମତି ଦିଆଯାଉ ବୋଲି ଏକ ମାମଲାର ବିଚାର କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ସୁଲେଖା ନାବାଳିକା ଏବଂ ତାଙ୍କୁ ଅପହରଣ କରାଯାଇଛି ବୋଲି ତାଙ୍କ ପରିବାର କରିଥିବା ଅଭିଯୋଗକୁ ଅଦାଲତ ଏଡ଼ାଇ ଦେଇଛନ୍ତି।

ଏହା ଉପରେ ହାଇକୋର୍ଟ କହିଛନ୍ତି ଯେ ଝିଅଟି ନିଖୋଜ ହୋଇ ନାହିଁ, କିନ୍ତୁ ସେ ନିଜ ଇଚ୍ଛାରେ ପିତାମାତାଙ୍କ ଘର ଛାଡି ବିବାହ କରିଛନ୍ତି। ଝିଅଟି ବୟସ୍କ ବୋଲି ସତ୍ୟପାଠରୁ ଏହା ସ୍ପଷ୍ଟ ହୋଇଛି ବୋଲି ଖଣ୍ଡପୀଠ କହିଛି। ଏଭଳି ପରିସ୍ଥିତିରେ ସେ ଯେକୌଣସି ସ୍ଥାନରେ ଏବଂ ସ୍ବେଚ୍ଛାକୃତ ଭାବରେ କାହା ସହିତ ରହିବାକୁ ମୁକ୍ତ ଅଟନ୍ତି।  ଏଥି ସହିତ, ଖଣ୍ଡପୀଠ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲା ଯେ ଝିଅଟିକୁ ତାଙ୍କ ସୁରକ୍ଷା ଅଧୀନରେ ଥିବା ଯୁବକଙ୍କ ଘରକୁ ନେଇଯାଅ।

ଝିଅର ପିତାଙ୍କ ନାମରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରୁଥିବାବେଳେ ଖଣ୍ଡପୀଠ କହିଛନ୍ତି ଯେ ଯେକୌଣସି ବୟସ୍କ ଝିଅ ଯେକୌଣସି ସ୍ଥାନରେ ଏବଂ ସ୍ବେଚ୍ଛାକୃତ ଭାବରେ କାହା ସହିତ ରହିବାକୁ ସ୍ୱାଧୀନ। କୋର୍ଟ କହିଛନ୍ତି ଯେ ଝିଅଟି 20 ବର୍ଷ ଏବଂ ତାଙ୍କ ପରିବାର ସଦସ୍ୟ କୌଣସି ନିଷ୍ପତ୍ତି ନେବାକୁ ତାଙ୍କ ଉପରେ କୌଣସି ଚାପ ପକାଇ ପାରିବେ ନାହିଁ। ଏହି ପିଟିସନରେ ଯୁବକ ଜଣକ ବେଆଇନ ଭାବେ ନାବାଳିକାକୁ ସମ୍ପୃକ୍ତ କରିଥିବା ଅଭିଯୋଗ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button