ଦେଶ ବିଦେଶ

ଦିଲ୍ଲୀ ପ୍ରଦୂଷଣ: ନିର୍ମାଣ କାର୍ଯ୍ୟ ବନ୍ଦ କଲା ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲା ସରକାର କଠୋର ହୋଇଛନ୍ତି। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣକୁ ଦେଖି  ରାଜଧାନୀରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଦିଲ୍ଲୀ ସରକାର।  କେଜରିୱାଲ ଟ୍ବିଟ କରି କହିଛନ୍ତି, ସେ  ଶ୍ରମ ମନ୍ତ୍ରୀ ମନିଷ ସିସୋସିଆଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଭାବେ ୫ ହଜାର ଟଙ୍କା ପ୍ରତି ମାସରେ ପ୍ରଦାନ କରିବାକୁ କହିଛନ୍ତି।

ସେପଟେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, କେନ୍ଦ୍ର ଚାଷୀଙ୍କୁ ପ୍ରତାରିତ କରୁଛି। କେନ୍ଦ୍ର ଯଦି ଚାଷୀଙ୍କୁ ଇନ୍‌ସେଟିଭ ଦେଇଥାନ୍ତା ତେବେ ଚାଷୀଙ୍କୁ ପରାଲି ଜାଳିବାକୁ ହୋଇନ ଥାନ୍ତା। ଦିଲ୍ଲୀ ଓ ପଞ୍ଜାବ ସରକାର ମିଶି ଇନ୍‌ସେଟିଭ ଦେବାକୁ ପ୍ରସ୍ତୁତ ଥିଲେ, କିନ୍ତୁ କେନ୍ଦ୍ର ସରକାର ମନା କରିଦେଇଥିଲା, କୌଣସି ସହଯୋଗ କରି ନ ଥିଲା।

ରାୟ ଆହୁରି ମଧ୍ୟ କହିଛନ୍ତି, ବିଜେପି ଲଗାତର ଏମିତି କାମ କରୁଛି, ଯେଉଁଥିରେ ବାୟୁ ପ୍ରଦୁଷଣ ବଢୁଛି। ବିଜେପି ଖାଲି ରାଜନୀତି କରିବା କାମ କରୁଛି। ଦିଲ୍ଲୀ ସରକାର ପ୍ରଦୂଷଣ କମ କରିବାକୁ ପ୍ରଚେଷ୍ଟା କରୁଛି। ତେବେ ଦିଲ୍ଲୀର ଜନତାଙ୍କଠାରୁ ମନ୍ତ୍ରୀ ସହଯୋଗ ନିବେଦନ କରିଛନ୍ତି, ଯେଉଁଥିରେ ପ୍ରଦୂଷଣ ମାତ୍ରା ବୃଦ୍ଧି ନ ପାଏ। ଯଦି କେହି ନିର୍ମାଣ କାର୍ଯ୍ୟ କରୁଥାନ୍ତି ତେବେ ଗ୍ରୀନ ଦିଲ୍ଲୀ ଆପରେ ଅଭିଯୋଗ କରନ୍ତୁ, ସରକାର ଏହା ଉପରେ ପଦକ୍ଷେପ ନେବ ବୋଲି ମନ୍ତ୍ରୀ ରାୟ କହିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ଏନସିଆରର ବାୟୁ ପ୍ରଦୂଷଣ ବ୍ୟାପକ ଭାବେ ବୃଦ୍ଧି ପାଇଛି। ବହୁତ ଖରାପ ସ୍ତରକୁ ଚାଲିଯାଇଛି ଏୟାର କ୍ବାଲିଟି ଇଣ୍ଡେକ୍ସ। ହରିଆଣା ଓ ପଞ୍ଜାବର ବିଲରେ ପରାଲି ଜଳୁଥିବାରୁ ଏହାର ପ୍ରଭାବରେ ଦିଲ୍ଲୀ ଓ ଆଖ ପାଖ ଅଞ୍ଚଳର ବାୟୁ ପ୍ରଦୂଷିତ ହୋଇଛି। ମଙ୍ଗଳବାର ସଂଧ୍ୟାରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୪୨୪ ରେକର୍ଡ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button