ଦେଶ ବିଦେଶ

ଅବଦୁଲ କଲାମ କହିଛନ୍ତି ଜୀବନରେ ସଫଳତା ପାଇଁ ଏହି ୫ଟି ଜିନିଷରୁ ଦୂରେଇ ରୁହନ୍ତୁ

ଜୀବନରେ ସଫଳତା ପାଇବା ପାଇଁ ଆମ ଭାରତୀୟ ଧର୍ମଶାସ୍ତ୍ରମାନଙ୍କରେ ଅନେକ କଥା ଓ ଉପଦେଶ ସବୁ କୁହାଯାଇଛି। ଡାକ୍ତର ଏପିଜେ ଅବଦୁଲ କଲାମଙ୍କ କହିବାନୁସାରେ ଯଦି ଏସବୁକୁ ଆମେ ଆପଣେଇବା ତ ସବୁ କାମରେ ସଫଳତା ପାଇପାରିବା। ଭାରତୀୟ ଧର୍ମଶାସ୍ତ୍ର ଅନୁଯାୟୀ ୫ଟି ମହତ୍ୱପୂର୍ଣ୍ଣ ଜିନିଷ ଅଛି ଯାହା ଆପଣଙ୍କର ସଫଳତା ପଥରେ ଅନ୍ତରାୟ ସୃଷ୍ଟି କରିପାରେ। ଜାଣନ୍ତୁ ଏଗୁଡିକ କ’ଣ କ’ଣ ?

ଅବଦୁଲ କଲାମ କହିଛନ୍ତି ଜୀବନରେ ସଫଳତା ପାଇଁ ଏହି ୫ଟି ଜିନିଷରୁ ଦୂରେଇ ରୁହନ୍ତୁ

ଅଳ୍ପ ଜ୍ଞାନ : ଯେକୈାଣସି କାମରେ ସଫଳତା ପାଇବା ପାଇଁ ସେ ବିଷୟରେ ଗଭୀର ଜ୍ଞାନ ଆହରଣ କରିବା ଉଚିତ୍। ଅଳ୍ପ ଓ ଅଧା ଜ୍ଞାନ ସବୁବେଳେ ସମସ୍ୟାରେ ପକାଇଥାଏ। ଏଣୁ ଜଣେ ବ୍ୟକ୍ତି ସର୍ବଦା କିଛି ନା କିଛି ନୂଆ ନୂଆ ତଥ୍ୟ ବିଷୟରେ ଜାଣିବା ଦରକାର। ଅଳ୍ପରେ ସନ୍ତୁଷ୍ଟ ହୋଇଗଲେ ଆଗକୁ ବଢବାର ରାସ୍ତା ବନ୍ଦ ହୋଇଯାଏ।

ଅହଂକାର : ଅହଂକାରୀ ବ୍ୟକ୍ତି ଜୀବନରେ ଉନ୍ନତି କରିପାରିନଥାଏ। ସେ ସବୁବେଳେ ନିଜକୁ ବଡ କରିଥାଏ। ଅନ୍ୟକୁ ତୁଚ୍ଛ ଭାବିଥାଏ। ଏଣୁ ଯେଉଁ ଲୋକ ସବୁବେଳେ ମୁଁ ଓ ମୋର ସାଥିରେ ଜୀବନ ଜିଉଁଥାଏ, ସେ ସଫଳତା ହାସଲ କରିପାରେନାହିଁ।

ଅବଦୁଲ କଲାମ କହିଛନ୍ତି ଜୀବନରେ ସଫଳତା ପାଇଁ ଏହି ୫ଟି ଜିନିଷରୁ ଦୂରେଇ ରୁହନ୍ତୁ

ଅତ୍ୟଧିକ ମୋହ : କୈାଣସି ଜିନିଷ ପ୍ରତି ଅତ୍ୟଧିକ ମୋହ ମଧ୍ୟ ସମସ୍ୟାରେ ପକାଇଥାଏ। ଅନେକ ଲୋକ ମୋହ ବଶତଃ ଭୁଲ୍ ଠିକର ବିଚାର କରିପାରନ୍ତି ନାହିଁ। ମୋହକୁ ଜଡତାର ପ୍ରତୀକ ଭାବେ ମନେକରାଯାଏ।

କ୍ରୋଧ :ଯେତେବେଳେ କୈାଣସି ବ୍ୟକ୍ତିର ମନର ଇଚ୍ଛା ପୂରଣ ହୋଇନଥାଏ, ସେତେବେଳେ ମନରେ କ୍ରୋଧ ଜାତ ହୋଇଥାଏ। ଯିଏ ଏହି କ୍ରୋଧକୁ ସମ୍ଭାଳି ନିଏ, ସେ କାର୍ଯ୍ୟରେ ସଫଳତା ପାଇଥାଏ। କ୍ରୋଧର ଶିକାର ହୋଇ ଲୋକେ ଭୁଲ କାମ ବି କରିପକାନ୍ତି। ଏଥିପାଇଁ କୁହାଯାଏ କ୍ରୋଧ ନର୍କର ଦ୍ୱାର।

ଅବଦୁଲ କଲାମ କହିଛନ୍ତି ଜୀବନରେ ସଫଳତା ପାଇଁ ଏହି ୫ଟି ଜିନିଷରୁ ଦୂରେଇ ରୁହନ୍ତୁ

ଏକାଗ୍ରତାର ଅଭାବ : ଯାହା ପାଖରେ ଏକାଗ୍ରତାର ଅଭାବ ଥାଏ। ତା’ର ମନ ସ୍ଥିର ରହିନଥାଏ। ସବୁବେଳେ ସେ ନିଜକୁ ଅସୁରକ୍ଷିତ ମନେକରେ। ଏଣୁ ଜୀବନରେ ସଫଳତା ପାଇଁ ଏକାଗ୍ରତା ନିହାତି ଜରୁରୀ।

Related Articles

Leave a Reply

Your email address will not be published. Required fields are marked *

Back to top button