ଜୀବନରେ ସବୁବେଳେ ସଫଳ ହେବାକୁ ଚାହୁଁଛ ଯଦି ଡଃ ଏପିଜେ ଅବଦୁଲ କଲାମଙ୍କ ଏହି ପାଞ୍ଚଟି କଥା ନିହାତି ଜାଣିବା ଜରୁରୀ

ଦେଶର ସବୁଠାରୁ ଅଧିକ ଲୋକପ୍ରିୟ ରାଷ୍ଟ୍ରପତି ହେଉଛନ୍ତି ଡଃ ଏପିଜେ ଅବଦୁଲ୍ କଲାମ୍। ସେ ନିଜ ସଫଳତାର ଶ୍ରେୟ ନିଜ ମାଆଙ୍କୁ ଦେଉଥିଲେ। ତାଙ୍କର ଶାଳିନତା, ଆଦର ଓ ସମସ୍ତଙ୍କୁ ଭଲ ପାଇବା ପାଇଁ ସେ ସମସ୍ତଙ୍କର ଅତି ପ୍ରିୟ ଥିଲେ। ତାଙ୍କ ବିଚାର ଯୁବା ବର୍ଗ ପାଇଁ ନୂଆ ପ୍ରେରଣା ଦେଉଥିଲା। ସେ ଏଵେ ଆମ ଗହଣରେ ନାହାଁନ୍ତି ସିନା ହେଲେ ସେ କହିଥିବା କଥା ଜୀବନରେ ସଫଳ ହେବା ପାଇଁ ପ୍ରେରଣା ଦାୟକ ଅଟେ। ଆସନ୍ତୁ ତାଙ୍କ ଦ୍ବାରା କୁହାଯାଇଥିବା କିଛି କଥା ସମ୍ପର୍କରେ ଜାଣିବା।

୧) ପ୍ରଥମ ସଫଳତା ପରେ ଆରାମ୍ କରିବା ଉଚିତ୍ ନୁହଁ। କାହିଁକି ନା ଯଦି ଆମେ ଦ୍ଵିତୀୟ ଥର ଅସଫଳ ହେଇଯାଉ ତେବେ ସମସ୍ତେ ଏହା କହିବେ କି ପ୍ରଥମ ସଫଳତା ଭାଗ୍ୟ ଭଲ ଥିଲା ବୋଲି ମିଳିଥିଲା। ଯଦି ସଫଳ ହେବାର ଉଦ୍ଦେଶ୍ୟ ମଜବୁତ୍ ଅଟେ ତେବେ ଅସଫଳତା କେବେ ବି ଆମର ରାସ୍ତା ଅଟକେଇ ପାରିବନି।
୨) ଆମ ସମସ୍ତଙ୍କ ପାଖରେ ଏକାଭଳି ପ୍ରତିଭା ହୋଇନଥାଏ। ହେଲେ ନିଜର ପ୍ରତିଭାକୁ ବିକଶିତ କରିବାର କ୍ଷମତା ସମସ୍ତଙ୍କ ପାଖରେ ବରାବର ହୋଇଥାଏ।

୩) ଦୁଃଖ ସମସ୍ତଙ୍କ ଜୀଵନରେ ଆସିଥାଏ। ଦୁଃଖ ସମସୟରେ ସମସ୍ତଙ୍କ ଧର୍ଯ୍ୟ ର ପରୀକ୍ଷା ହୋଇଥାଏ। ଯଦି ଦୁଃଖ ସମୟରେ ଧର୍ଯ୍ୟର ସହ କରିବେ ତେବେ ଶୀଘ୍ର ହିଁ ଦୁଃଖର ସମୟ ଦୂର ହୋଇଯିବ।
୪) ଜୀବନରେ ସୁଖର ମହତ୍ତ୍ୱ ସେତେବେଳେ ବୁଝାପଡେ ଯେବେ ଏହି ସୁଖ ଅସୁବିଧାର ଗତି କରିବା ପରେ ମିଳିଥାଏ। ଯେଉଁ ଲୋକ ସରଳ, ନିଷ୍ଠା ଓ ଭଲ ମନ ଓ ପରିଶ୍ରମୀ ହୋଇଥାଏ ତାକୁ ଈଶ୍ୱରଙ୍କ ଦ୍ଵାରା ବିଶେଷ ସମ୍ମାନ ମିଳିଥାଏ। କାହିଁକି ନା ସେ ଏହି ଧାରରେ ତାର ଶ୍ରେଷ୍ଠ ରଚନା ହୋଇଥାଏ।

୫) ବଡଙ୍କ ଆଶ୍ରୀବାଦ ପ୍ରାପ୍ତ କର, ମାତା ପିତାଙ୍କ ସେବା କର ନିଜ ଠାରୁ ବଡ ମାନଙ୍କ ଆଦର କର। ନିଜ ଦେଶକୁ ପ୍ରେମ କର। ଏହା ବିନା ଜୀବନ ଅର୍ଥହୀନ ଅଟେ। ଶରଳତା ଓ ପରିଶ୍ରମର ମାର୍ଗ ଆପଣାଅ ଯାହା ସଫଳତାର ଏକମାତ୍ର ରାସ୍ତା ଅଟେ।