ଜୀବନଶୈଳୀ

ସର୍ଭେରୁ ହେଲା ବଡ଼ ଖୁଲାସା, ମହିଳାମାନେ ବିବାହ ପରେ ରାତିରେ ଗୁଗୁଲରେ କଣ ସର୍ଚ୍ଚ କରନ୍ତି? ଜାଣିଲେ ତାଯୁବ ହେବେ ଆପଣ

ଆଜ କାଲି ଛୋଟ ବଡ ସବୁ ପ୍ରଶ୍ନର ଉତ୍ତର ପାଇଁ ଅଧିକାଂଶ ଲୋକ ଗୁଗୁଲ (Google Search) ର ସାହାଯ୍ୟ ନେଇ ଥାଆନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ବିବାହିତ ମହିଳାମାନେ ଗୁଗୁଲରେ କଣ ଅଧିକ ଖୋଜନ୍ତି । ଏହି ପ୍ରଶ୍ନର ଫଳାଫଳ କିଛି ଲୋକଙ୍କୁ ତାଯୁବ କରିଥିବା ବେଳେ କିଛି ଲୋକେ ଏହି ରିସର୍ଚ୍ଚ ରିପୋର୍ଟ କୁ ସ୍ୱାଭାବିକ ବୋଲି କହୁଛନ୍ତି ।

Married women

ଗୁଗୁଲରେ ବିବାହିତ ମହିଳାମାନେ କ’ଣ ଖୋଜନ୍ତି ଆସନ୍ତୁ ଜାଣିବା :

ଗୁଗୁଲର ତଥ୍ୟ ଅନୁଯାୟୀ, ବିବାହିତ ମହିଳାମାନେ ଅଧିକ ଖୋଜନ୍ତି ଯେ ସେମାନଙ୍କ ସ୍ୱାମୀ କ’ଣ ପସନ୍ଦ କରନ୍ତି, ତାଙ୍କର ପସନ୍ଦ କଣ ଓ ସେ କ’ଣ ପସନ୍ଦ କରନ୍ତି ଓ ନାପସନ୍ଦ କରନ୍ତି ତାହା କିପରି ଜାଣିବେ । ଗୁଗୁଲରେ ଏହି ପ୍ରଶ୍ନ ମଧ୍ୟ ଅନେକ ଥର ପଚରାଯାଏ ଯେ ବିବାହିତ ମହିଳାମାନେ କିପରି ନିଜ ସ୍ୱାମୀଙ୍କ ହୃଦୟ ଜିତି ପାରିବେ, ସେମାନଙ୍କୁ କିପରି ଖୁସି କରିବେ।

ବିବାହିତ ମହିଳାମାନେ ଗୁଗୁଲକୁ ପଚାରିଛନ୍ତି ଯେ କିପରି ନିଜ ସ୍ୱାମୀଙ୍କୁ ନିଜ ଅକ୍ତିଆରରେ ରଖିବେ, ସେମାନଙ୍କୁ କିପରି ‘ଜୋରୁ କା ଗୁଲାମ’ କରିବେ । ପତ୍ନୀମାନେ ଜାଣିବାକୁ ଚାହାଁନ୍ତି ଯେ ସେମାନେ କେବେ ନିଜ ବଂଶ ବଢାଇବାକୁ ନିଷ୍ପତ୍ତି ନେବେ ଓ ସନ୍ତାନ ଜନ୍ମ କରିବାର ଉପଯୁକ୍ତ ସମୟ କ’ଣ ହୋଇପାରେ।

Google

ଏସବୁ ପ୍ରଶ୍ନ ବ୍ୟତୀତ, କିଛି ପ୍ରଶ୍ନ ଅଛି ଯାହା ବିଷୟରେ ମହିଳାମାନେ ବିବାହ ପରେ ଗୁଗୁଲରେ ସର୍ଚ୍ଚ କରନ୍ତି । ମହିଳାମାନେ ଜାଣିବାକୁ ଚାହାଁନ୍ତି ଯେ ସେମାନେ ବିବାହ ପରେ ନିଜ ନୂତନ ପରିବାରରେ କିପରି ଆଚରଣ କରିବା ଉଚିତ୍, ସେମାନେ କିପରି ସେହି ପରିବାରର ଅଂଶ ହୋଇପାରିବେ, ସେମାନଙ୍କ ଶାଶୁ ସେମାନଙ୍କ ଉପରେ କିପରି ଅଧିକ ଖୁସି ହେବ।

ଏହା ସହିତ ଜାଣିବାକୁ ଚାହାଁନ୍ତି ଯେ ତାଙ୍କ ପରିବାରର ଦାୟିତ୍ୱ କିପରି ନିଆଯିବ । ବିବାହ ପରେ କାମ କରୁଥିବା ମହିଳାମାନେ ଗୁଗୁଲକୁ ପଚାରନ୍ତି ଯେ ସେମାନେ ବିବାହ ପରେ କିପରି ନିଜର ବ୍ୟବସାୟ ଚଳାଇବେ ଓ ବ୍ୟବସାୟ ସହିତ ପରିବାରକୁ କିପରି ପରିଚାଳନା କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button