ଦେଶ ବିଦେଶ

ହେମନ୍ତ ସୋରେନଙ୍କୁ ଜାମିନ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ୍ । ଜମି ଦୁର୍ନୀତି ମାମଲାରେ ଜାମିନ୍ ପ୍ରଦାନ କଲେ ଝାଡ଼ଖଣ୍ଡ ହାଇକୋର୍ଟ । ଜମି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା ED ।

ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝାରଖଣ୍ଡ ହାଇକୋର୍ଟରୁ ମିଳିଛି ବଡ ଆଶ୍ୱସ୍ତି । ଅଞ୍ଚଳ ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ଆଜି ତାଙ୍କର ଜାମିନ ମଞ୍ଜୁର କରିଛନ୍ତି । ଏହି ମାମଲାରେ ଜୁନ୍ ୧୩ ତାରିଖରେ ହୋଇଥିଲେ ବି କୋର୍ଟ ଏହି ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଜଷ୍ଟିସ୍ ରଙ୍ଗନ ମୁଖୋପାଧ୍ୟାୟଙ୍କ ଖଣ୍ଡପୀଠ ତାଙ୍କୁ ଜାମିନ୍ ମଞ୍ଜୁୂର କରିଛନ୍ତି ।

ଜାନୁଆରୀ ୩୧ରେ ହେମନ୍ତ ସୋରେନ ଗିରଫ ହୋଇଥିଲେ । ଗିରଫ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଜମି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା । ସାଢ଼େ ୮ ଏକର ଜମି ଦଖଲ କରିବା ପାଇଁ କର୍ତ୍ତୃପକ୍ଷଙ୍କ ସହାୟତା ନେଇଥିଲେ ।ଜମି ଭୂମିହୀନ କୋଟାର, ଯାହାକୁ କେହି କିଣି ବିକ୍ରି କରିପାରିବେ ନାହିଁ । ଏହା ସତ୍ତେ୍ୱ ହେମନ୍ତ ୨୦୧୦ରେ ଏହାକୁ ବେଆଇନ ଭାବେ ଦଖଲ କରିଥିଲେ
ହେମନ୍ତ ସୋରେନ କ୍ଷମତାକୁ ଆସିବା ପରେ ସ୍ଥାନୀୟ ଅଧିକାରୀଙ୍କ ଜରିଆରେ ହାତେଇଥିଲେ । ହାଇକୋର୍ଟରେ ହେମନ୍ତଙ୍କ ଓକିଲ ଇଡିର ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଥିଲେ । ଜମି ସହ ହେମନ୍ତଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ।ଶୁଣାଣି ବେଳେ ଇଡି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଡ଼ିତ ଲୋକଙ୍କ ହ୍ୱାଟ୍ସଆପ୍ ଚାଟ୍ ଏବଂ ରାଜସ୍ୱ ଅଧିକାରୀ ଭାନୁ ପ୍ରତାପ ପ୍ରସାଦଙ୍କ ବୟାନ ଦାଖଲ କରିଥିଲା
ଗତ ୨୭ରେ ଝାଡ଼ଖଣ୍ଡ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ହେମନ୍ତ । ନିର୍ବାଚନ ବେଳେ ହେମନ୍ତ ସୋରେନ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଂଚିଥିଲେ । ନିମ୍ନ ଅଦାଲତ ଏହି ମାମଲାରେ ଚାର୍ଜସିଟ୍ ଗ୍ରହଣ କରିଥିବା ନେଇ ସୋରେନ ଆବେଦନରେ ପ୍ରକାଶ କରିନଥିଲେ । ପରେ ସୁପ୍ରିମକୋର୍ଟ ସୋରେନଙ୍କ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button