ସ୍ଵରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କ ପରାଜୟ, ଅଣୁଶକ୍ତି ନଗରରୁ ଜିତିଲେ ସନା ମଲିକ

ନିର୍ବାଚନ ହାରିଲେ ସ୍ଵରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦ । ମହାରାଷ୍ଟ୍ରର ଅଣୁଶକ୍ତି ନଗର ବିଧାନସଭା ନିର୍ବାଚନର ଫଳାଫଳ ଆସିସାରିଛି । ଏହି ଆସନରେ ବଲିଉଡ୍ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କର ପରାଜୟ ହୋଇଛି । ଫହାଦ ଅହମ୍ମଦ ଏହି ଆସନରୁ ଏନସିପି (ଶରଦ ପାୱାର) ଟିକେଟରେ ନିର୍ବାଚନ ଲଢ଼ୁଥିଲେ । ତାଙ୍କୁ ଏନସିପି (ଅଜିତ ପାୱାର) ପ୍ରାର୍ଥୀ ସନା ମଲିକ ହରାଇ ଦେଇଛନ୍ତି ।
ଅଣୁଶକ୍ତି ନଗର ବିଧାନସଭା ନିର୍ବାଚନର ମତଗଣନା ୧୯ ରାଉଣ୍ଡରେ ଶେଷ ହୋଇଛି । ପ୍ରାର୍ଥୀ ସନା ମଲିକ ଫହାଦ ଅହମ୍ମଦଙ୍କୁ ୩୩୭୮ ଖଣ୍ଡ ଭୋଟରେ ହରାଇଛନ୍ତି । ସନା ମଲିକଙ୍କୁ ଏହି ଆସନରେ ୪୯୩୪୧ ଭୋଟ୍ ମିଳିଥିବା ବେଳେ ଫହାଦ ଅହମ୍ମଦଙ୍କୁ ମିଳିଛି ୪୫୯୬୩ ଭୋଟ୍ । ଏହା ବ୍ୟତୀତ ତୃତୀୟ ସ୍ଥାନରେ ରହିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରାର୍ଥୀ ଆଚାର୍ଯ୍ୟ ନବୀନ ବିଦ୍ୟାଧର । ତାଙ୍କୁ ୨୮୩୬୨ ଭୋଟ୍ ମିଳିଛି ।
ଆଜି ମହାଫୈସଲା ଆସିବ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମତଗଣନା ଜାରି ରହିଛି ।