ଓଡିଶା

ମହାନଦୀ କୂଳରେ ଖେଳୁଥିବାବେଳେ ୮ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର

ଅନୁଗୁଳ: ୮ ବର୍ଷର ବାଳକକୁ ମହାନଦୀକୁ ଟାଣିନେଲା କୁମ୍ଭୀର । ଟିକରପଡା ମହାନଦୀ କୂଳରେ ଖେଳୁଥିବା ବେଳେ ଟାଣିନେଲା । ଏପରି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଟିକରପଡ଼ା ଘାଟ ସାହି ଅଞ୍ଚଳରରେ। ମୃତ ନାବାଳକର ପରିଚୟ ମିଳିନାହିଁ। ତାଙ୍କ ଘର ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ବୋଲି ଜଣାଯାଇଛି। ମହାନଦୀରୁ ବାଳକର ମୃତଦେହ ଉଦ୍ଧାର କଲେ ଲୋକେ । ମୃତ ନାବାଳକଟି ଟିକରପଡ଼ା ଘାଟ ସାହି ଅଞ୍ଚଳର ବୋଲି ସୂଚନା ।

ପିଲାଟି ଆଜି ଟିକରପଡା ମହାନଦୀ କୂଳରେ ଖେଳୁଥିଲ। ଏହି ସମୟରେ ହଠାତ୍ ଏକ କୁମ୍ଭୀର ସମୁଦ୍ରରୁ ଆସି ନାବାଳକକୁ ଟାଣି ନେଇଥିଲା। ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପିଲାଟିକୁ ମହାନଦୀରେ ଖୋଜାଖୋଜି କରିଥିଲେ। ଖୋଜାଖୋଜି କରିବାର କିଛି ସମୟ ପରେ ମହାନଦୀରୁ ବାଳକର ମୃତଦେହ ଉଦ୍ଧାର କରାଯାଇଥିଲା। ପିଲାଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button